ବାଲୁଗାଁ :ଆଜି ପବିତ୍ର ରାମନବମୀ। ଏହିଅବସରରେ ବାଲୁଗାଁ ତଥା ଆଖପାଖ ଅଞ୍ଚଳର ବିଭିନ୍ନ ରାମ ମନ୍ଦିରରେ ଜୟ ଶ୍ରୀରାମ ଧ୍ୱନୀରେ ଭକ୍ତଙ୍କ ଭାବପୁର୍ଣ ଶ୍ରଦ୍ଧାରେ କମ୍ପି ଉଠିଛି ସମଗ୍ର ଅଞ୍ଚଳ।ଯାହାକି ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଜନ୍ମ ଦିବସ ପରିପ୍ରେକ୍ଷୀରେ ଏନଏସି ଅନ୍ତର୍ଗତ ହନୁମାନ ବଜାର ସ୍ଥିତ ରାମ ମନ୍ଦିର, ମାମୁଁ ଭଣଜା ପାହାଡ଼ ସ୍ଥିତ ରାମ ମନ୍ଦିର,ରାମପୁର ଓ ପଦନପୁର ସ୍ଥିତ ରାମ ମନ୍ଦିରରେ ଶ୍ରୀରାମ ଚରିତ ମାନସ ପଠନ,ଅଷ୍ଟ ପ୍ରହରୀ,ନାମଯଜ୍ଞ ବହୁ ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି।ରାମନବମୀ ଉପଲକ୍ଷେ ସମସ୍ତ ଭକ୍ତ ପ୍ରଭୃ ଶ୍ରୀରାମଙ୍କୁ ଦର୍ଶନ କରିବାର ସୁଯୋଗ ହାସଲ କରିଥିବାରୁ ଆଜି ଓଡିଶାର ପୁର ପଲ୍ଲୀ ଠାରୁ ଆରମ୍ଭ କରି ବିଭିନ୍ନ ଗ୍ରାମାଞ୍ଚଳ ତଥା ସହରାଞ୍ଚଳ ରାମ ମନ୍ଦିରରେ ଭକ୍ତଙ୍କ ଅହେତୁକ ସମାଗମ ଦେଖିବାକୁ ମିଳିଥିଲା। ଯାହାକି ବାଲୁଗାଁ ଏନଏସି ଅନ୍ତର୍ଗତ ବିଭିନ୍ନ ରାମ ମନ୍ଦିରରେ ଅତି ନିରାଡ଼ମ୍ବର ଭାବେ ରାମନବମୀ ଉତ୍ସବ ପାଳିତ ହୋଇଛି।ପ୍ରାତଃ କାଳରେ ଭକ୍ତମାନେ ପୂର୍ଣ୍ଣ କଳସି ଧରି ଗ୍ରାମ ପରିକ୍ରମା କରିବା ସହ ପ୍ରଭୃଙ୍କୁ ଦୀପଦାନ କରି ସ୍ବତନ୍ତ୍ର ଭୋଗ ଲାଗି କରି ଆର୍ଶିବାଦ ଭିକ୍ଷା କରିଥିଲେ।ଭକ୍ତମାନଙ୍କୁ ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର କମିଟି ଏବଂ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ବାଲୁଗାଁ ରୁ ଆଦିତ୍ୟ ବେହେରା ଙ୍କ ରିପୋର୍ଟ ସଂଘର୍ଷ ଟିଭି
ଜୟ ଶ୍ରୀରାମ ଧ୍ୱନୀରେ କମ୍ପିଲା ସମଗ୍ର ଅଞ୍ଚଳ
By: SANGHARSA TV
0
Tags
www.sangharsatv.in