//BREAKING//
Loading...

ବେଆଇନ ପଥର ଫୁଟାରୁ ଜଣେ ମୃତ୍ୟୁ ।

ଆସିକା, 29/3 ଲିଜ ଦିଆଯାଇ ନଥିବା ମାଲଗୁଡିଆ ଏବଂ ଭାଟଖାହି ମଧ୍ୟରେ ଥିବା ସର୍ବସାଧାରଣ ରାସ୍ତାର ନିକଟତମ ପାହାଡରୁ ବେଆଇନ ପଥର ଫୁଟା ହୋଇଥିବା ବେଳେ ଜୈନନିୟିକ ଶ୍ରମିକଙ୍କର ଶୋଚନୀୟ ମୃତ୍ୟୁ ହୋଇଯାଇଛି । 
ଖବରରୁ ପ୍ରକାଶ ଅନୁପ ସାହୁ ନାମକ ଦୈନୟିକ ପାହାଡ ଲିଜଧାରି ଖୋର୍ଦ୍ଧା ଜିଲ୍ଲା ଆଡପଡାର ପ୍ରମୋଦ ଶାଶମଲ୍ଲ ବୟସ୪୫ଙ୍କୁ ପଥର ଫୁଟାଇବା କାମରେ ନିୟୋଜିତ କରିଥିଲେ । ଉପରକ୍ତ ପାହାଡରେ ଉକ୍ତ ଶ୍ରମିକ ସେହି ପାହାଡର ଏକ ପଥରକୁ ଫୁଟାଇବା ପାଇଁ ପଥରରେ ଗର୍ତ୍ତ କରୁଥିବା ବେଳେ ଅଚାନକ ଗୋଡ ଖସିଯିବାରୁ ପ୍ରାୟ ୨୦୦ମିଟର ତଳକୁ ଖସି ପଡିବା ପରେ ଉକ୍ତ ପଥରଟି ମଧ୍ୟ ଖସି ଶ୍ରମିକଙ୍କ ଉପରେ ପଡିଥିଲା । ଯାହା ଦ୍ବାରା ଗୁରୁତର ଆହାତ ହୋଇଥିଲେ । ଏହି ଘଟଣା ଅପରାହ୍ନ ଚାରିଘଣ୍ଟା ତିରିଶି ମିନଟ ସମୟରେ ଘଟିଥିବା ବେଳେ ସନ୍ଧ୍ୟା ଛଅ ଘଣ୍ଟ ପଯ୍ୟନ୍ତ କାହାରିକୁ ସୂଚନା ଦିଆଯାଇନଥିଲା । ଯଦିଚ ପାହାଡ ଗୋତାଦାର ଘଟଣା ସ୍ଥଳରେ ଉପସ୍ଥିତ ଥିଲେ । ସନ୍ଧ୍ୟା ଛଅଟା ବେଳେ ତାକୁ ଆସିକା ଡାକ୍ତର ଖାନାକୁ ନିଆଯାଇଥିଲା ସେତେବେଳେ ଶ୍ରମିକ ଜଣଙ୍କ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିସାରିଥିଲେ । ଏସମ୍ପର୍କରେ କବିସୂର୍ଯ୍ୟନଗର ଥାନା ଅର୍ନ୍ତଗତ ବାଲିଛାୟି ଫାଣ୍ଡି ଅଧିକାରୀ ସୁଜିତ କୁମାର ରାଉତ କହିଲେଯେ ଏଥିନେଇ ଏକ ମକଦମା ରୁଜୁ ହୋଇଛି ଏବଂ ତଦନ୍ତ ଜାରିଅଛି । ପକ୍ଷାନ୍ତରେ ଏସମ୍ପର୍କରେ ପୋଲସରା ତହସିଲଦାର ଭାଷ୍କର ଚନ୍ଦ୍ର ସାହୁଙ୍କୁ ପ୍ରଶ୍ନ କରିବାରୁ ସେ କହିଲେ ଯେ, ଉକ୍ତ ପାହାଡକୁ ନିଲାମ କରାଯାଇ ନାହିଁ ଏବଂ ଜଦି ଯିଏ ବେଆଇନ ଭାବେ ପଥର ଭାଙ୍ଗୁଛି ଆମ୍ଭେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବୁ। ଏସମ୍ପର୍କରେ ପୋଲସରା ବନ ବିଭାଗକୁ ପଚାରିବାରୁ ଉକ୍ତ ଅଞ୍ଚଳ ଆମର ନାହିଁ ଆସିକା ଅଞ୍ଚଳର । ଆସିକା ବନ ବିଭାଗକୁ ପଚାରିବାରୁ କହିଲେ ପୋଲସରା ବନାଞ୍ଚଳର । 
ଏଠାରେ ପ୍ରଶ୍ନ ଉଠେ ନିଲାମି ଦିଆ ଯାଇନଥିବା ପାହାଡକୁ କେଉଁ ଭଳି ଭାବେ ଶ୍ରୀ ସାହୁ ଧାରାବାହିକ ଭାବେ ଭାଙ୍ଗୁଥିବା ବେଳେ ରାଜସ୍ବ ବିଭାଗ କିପରି ଯାଣିପାରିଲା ନାହିଁ ଏବଂ ପୋଲସରା ବନବିଭାଗ ଉକ୍ତ ଅଞ୍ଚଳ ଆସିକା ବନଞ୍ଚଳ ବୋଲି କହୁଥିବା ବେଳେ ଆସିକା ରାଜସ୍ବ ବିଭାଗ ତାହା ଆମର ନାହିଁ କହୁଥିବା ଘଟଣାର ରହସ୍ୟ ବିଭାଗୀୟ ଉଚ୍ଚ କତ୍ତୃପକ୍ଷ ତଦନ୍ତ ପୂର୍ବକ ନିର୍ଣ୍ଣୟ କରନ୍ତୁ । 
ଏତଦ ବ୍ୟତୀତ ଉକ୍ତ ଶ୍ରମିକ ସୋମବାର ଅପରାହ୍ନ ସାଢେ ଚାରିଟା ବେଳେ ପଥର ମାଡି ମୃତ୍ୟୁ ବରଣ କରିଥିବା ବେଳେ ସନ୍ଧ୍ୟା ଛଅଟା ପଯ୍ୟନ୍ତ କାହିଁକି ଡାକ୍ତର ଖାନାକୁ ନିଆଗଲା ନାହିଁ ଏବଂ ମୃତ ଶ୍ରମିକର ପରିବାର ବର୍ଗ ଘଟଣା ସ୍ଥଳକୁ ଆସିଥିବା ବେଳେ ଏବଂ ଆଜି ଅର୍ଥାତ ମଙ୍ଗଳବାର ଆସିକା ଡାକ୍ତର ଖାନାରେ ବେବଛେଦ ହୋଇଥିବା ଶବକୁ ନେଇଥିବା ବେଳେ ଥାନାରେ କିପରି ଏତଲା ଦେଲେ ନାହିଁ ତାହାର ପୁଙ୍ଖାନୁପୁଙ୍ଖ ତଦନ୍ତ ହେବାପାଇଁ ଜନମତ ପ୍ରକାଶ ପାଉଛି । ପକ୍ଷାନ୍ତରେ ଉକ୍ତ ପାହାଡରେ ପଥର ଫୁଟାଇବା କାମ ଧାରାବାହିକ ଭାବେ ଚାଲୁଥିବା ଏବଂ ଏଥିନେଇ ମାଲଗୁଡିଆ ମନ୍ଦାର ରାସ୍ତା ଘଣ୍ଟା ଘଣ୍ଟା ଧରି ବନ୍ଦ ରହୁଥିବା ଏବଂ ବାରମ୍ବାର ଦୁର୍ଘଟଣା ହେଉଥିବା ଏବଂ ଫୁଟା ଯାଉଥିବା ପଥର ଆଖପାଖ ଘରେ ପଶୁଥିବା ବାରମ୍ବାର ଅଭିଯୋଗ ହେଲେ ମଧ୍ୟ କୈଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ କାହିଁକି, ପ୍ରଶାସନ ଉତ୍ତର ଦିଅନ୍ତୁ ।

Post a Comment

Previous Post Next Post

ଆରମ୍ଭ ମାତ୍ର ସଙ୍ଘର୍ଷ ଟିଭି

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe