//BREAKING//
Loading...

ଆସିକା ସମବାୟ ସଂସ୍ଥା ଗୁଡିକରେ ଚାଲିଛି ଦୁର୍ନୀତି ଓ ଅରାଜକତା ସମବାୟ ସମସ୍ତଙ୍କର ସୂତ୍ର ଯାହାର ତାର



 ନିକଟରେ ରାଜ୍ୟ ସରକାର ସମସ୍ତ ସମବାୟ ଗୁଡିକରେ ନିର୍ବାଚନ ଅନୁଷ୍ଠିତ କରି ପରିଚାଳନା ବୋର୍ଡ ଗଠନ କରିଛନ୍ତି. ସେଥି ମଧ୍ୟରୁ ଓଡ଼ିଶାର ଏକ ମାତ୍ର ସମବାୟ ଚିନି ଶିଳ୍ପ ଲିଃ, ଆସିକା ଉତ୍କଳ ଆୟୁର୍ବେଦିକ ଫାର୍ମାସୀସାଙ୍ଗକୁ ସେଣ୍ଟ୍ରାଲ ସମବାୟ କେନ୍ଦ୍ର ବ୍ୟାଙ୍କ ଲିଃ, ଆସିକା ବହୁମୁଖୀ ସମବାୟ ସମିତି ଲିଃ ର ପରିଚାଳନା କମିଟି ଗଠନ ହୋଇଛି. ଚାରୋଟି ଯାକ ସମବାୟ ସଂସ୍ଥା ଜିଲ୍ଲା ଓ ରାଜ୍ୟରେ ଏକ ଲାଭ ଜନକ ଓ ବ୍ୟବସାୟ କ୍ଷେତ୍ରରେ ସୁନାମ ଅର୍ଜନ କରିଛନ୍ତି. ଏହା ପୂର୍ବରୁ ଏହି ସଂସ୍ଥା ଗୁଡିକ ବହୁ ବର୍ଷ ଧରି କଂଗ୍ରେସର ଦଳର ଦାଖଲରେ ରହି ଆସୁଥିଲା. ଏହି ଆସନ ଗୁଡିକ ହାତେଇବା ପାଇଁ କଂଗ୍ରସ ଦଳ ଟ୍ୟାଗ କରି ଆସିଥିବା ବହୁ ନେତା ଓ କେତେକ ହାତ ଗଣତି ବିଜେଡି ନେତା ନିର୍ବାଚିତ ହୋଇ ଆସିଛନ୍ତି.ଏହି ଚାରୋଟି ସମବାୟ ସଂସ୍ଥାରେ ସଭାପତି ରୂପେ ମୁଖ୍ୟମନ୍ତ୍ରୀ ତାହା ବିଜେଡି ସୁପ୍ରିମୋ ଙ୍କ ନିର୍ଦେଶ କ୍ରମେ ତୃତୀୟ ମହଲା କ୍ଷମତା କରିଡର ରାଜ୍ୟ ବିଜେଡି କ୍ଲବ ହାଉସ ବନ୍ଦ ଲଫଫା ମଧ୍ୟରେ ଚାରୋଟି ସଂସ୍ଥାର ସଭାପତି ରୂପେ ମନୋନୀତ ହେବା ପାଇଁ ନିର୍ଦେଶ ଆସିଥିଲା. ଆସିକା ସମବାୟ ଚିନି ଶିଳ୍ପରେ ରବୀନ୍ଦ୍ର ନାଥ ପଣ୍ଡା, ଆସିକା କେନ୍ଦ୍ର ସମବାୟ ବ୍ୟାଙ୍କରେ ମଙ୍ଗୁଳୁ ଧର ସାହୁ, ଆସିକା ଉତ୍କଳ ଆୟୁର୍ବେଦିକ ଫର୍ମାସିରେ ପ୍ରମୋଦ କୁମାର ପଣ୍ଡା, ଆସିକା ବହୁମୁଖୀ ସମବାୟ ସମିତି ରେ କାର୍ତ୍ତିକେଶ୍ୱର ପରିଡା ସର୍ବ ସମ୍ମତି କ୍ରମେ ମନୋନୀତ ହୋଇଥିଲେ. କେବଳ ଆସିକା ଚିନି ଶିଳ୍ପରେ ଶେଷ ମୁହୂର୍ତ୍ତ ରେ ନିର୍ବାଚନ ହୋଇଥିଲା.ନିର୍ବାଚନ ହେବାର ଛଅ ମାସ ଅତିକ୍ରମ କରିଛି. ଘରେ ନପଶୁଣୁ ଚାଳ ବାଜିବା ନୀତିରେ ପରିଚାଳନା ପରିଷଦ ସଭାପତି, ଉପସଭାପତି ଓ ଡାଇରେକ୍ଟର ଙ୍କ ମଧ୍ୟରେ ତାଳ ମେଳ ନରହିବା ଯୋଗୁଁ ଗୋଷ୍ଠୀ କନ୍ଦଳ ଆରମ୍ଭ ହେଲାଣି. ଆଜି ଏହା ପଦାରେ ପଡିଛି. ଆସିକା ବସଷ୍ଟାଣ୍ଡ ସ୍ଥିତ ସମବାୟ ଉତ୍କଳ ଆୟୁର୍ବେଦିକ ଫାର୍ମାସୀ ର ପରିଚାଳନା ପରିଷଦର ବୈଠକ ସଭାପତି ଡ଼ଃ ପ୍ରମୋଦ କୁମାର ପଣ୍ଡା ଙ୍କ ଆହ୍ୱାନ କ୍ରମେ ଡକାଯାଇଥିଲା.ଏଥିରେ ଏହି ବର୍ଷର ବାର୍ଷିକ ବଜେଟସହ ବହୁ ଗୁରୁତ୍ୱପୂର୍ଣ ଆଲୋଚନା ପାଇଁ ବୈଠକ ଆହ୍ୱାନ କରାଯାଇଥିଲା. ସମସ୍ତ ସଭ୍ୟ ଏହି ନୋଟିସ ପାଇଥିବା ସତ୍ୱେ ସଭାପତି ଡ଼ଃ ପ୍ରମୋଦ କୁମାର ପଣ୍ଡା ଏବଂ ସଭ୍ୟ ପ୍ରଫୁଲ୍ଲ ବିଶ୍ୱାଳ, ଲଲାଟେନ୍ଦୁ ପରିଡା ଉପସ୍ଥିତ ରହିଥିଲା ବେଳେ ଅନ୍ୟ ସଭ୍ୟ ମାନେ ବୈଠକରେ ଯୋଗ ଦେଇନଥିଲେ. କୋରମ ଅଭାବରୁ ବୈଠକ ବାତିଲ ହୋଇଥିଲା. ବହୁ ବର୍ଷ ଧରି ଉତ୍କଳ ଆୟୁର୍ବେଦି ଫାର୍ମାସୀ ରେ ସମ୍ପାଦକ ନିରଞ୍ଜନ ମହାନ୍ତି ଙ୍କ ଔଷଧ କିଣା ବିକା ରେ ଦୁର୍ନୀତି,ଭଡା ଘର ଚୁକ୍ତି ସାଙ୍ଗକୁ ଗତ ତିତିଲିରେ 15ଲକ୍ଷ ଟଙ୍କାର ବୀମା ରାଶି ହେରଫେର ଓ ସମବାୟ ସଂସ୍ଥାରୁ ମିଳିଥିବା ସାତ ଲକ୍ଷ ଟଙ୍କାର ଫାର୍ମାସୀ ମରାମତି, ସ୍ୱତନ୍ତ୍ର ଅଡିଟି କୁ ଭୟ କରି ଆଜି ପରିଚାଳନା ପରିଷଦ ସଭ୍ୟ ଅନୁପସ୍ଥିତ ଓ କୋରମ ନାମରେ ବୈଠକ ବନ୍ଦ ହୋଇଥିଲା.ପରିଚାଳନା ପରିଷଦର ମନୋନୀତ ସଭ୍ୟ ଓ ପୂର୍ବତନ ସଭାପତି ସଞ୍ଜୟ କୁମାର ମିଶ୍ର ଓ ବର୍ତମାନ ର ପରିଚାଳନା ପରିଷଦ ସଭାପତି ଡ଼ଃ ପ୍ରମୋଦ କୁମାର ପଣ୍ଡାଙ୍କ ମଧ୍ୟରେ ଉତ୍କଳ ଆୟୁର୍ବେଦ ଫାର୍ମାସୀ ଦୁଇ ଗୋଷ୍ଠୀ ମଧ୍ୟରେ ପରିଣତ ହୋଇଛି.ପରିଚାଳନା ସମ୍ପାଦକ ଙ୍କ ଦୁର୍ନୀତି ଘୋଡାଇବା ଦୁଇ ଗୋଷ୍ଠୀ ହେବା ମୂଳ କାରଣ ହୋଇଛି. ସେହିଭଳି ଦୀର୍ଘ ଦିନ ଧରି ଆସିକା ସମବାୟ ଚିନି ଶିଳ୍ପ ପରିଚାଳନା ପରିଷଦର ବୈଠକ ହେଉନଥିବା ଓ ନିକଟରେ ସମବାୟ ଚିନି ଶିଳ୍ପରେ ଖାଲି ବୋତଲ କିଣାରେ 8କୋଟିରୁ ଉର୍ଦ୍ଧ ଟଙ୍କାର ଦୁର୍ନୀତି ହୋଇଥିବା ବିରୁଦ୍ଧରେ ଆଜି ପରିଚାଳନା ପରିଷଦର 11ଜଣ ସଭ୍ୟ ଏକତ୍ରିତ ହୋଇ ପରିଚାଳନା ପରିଷଦ ଉପସଭାପତି ସ୍ନେହ ଲତା ଚଣ୍ଡ ଙ୍କ ସଭାପତିତ୍ୱ ରେ ସମବାୟ ଚିନି ଶିଳ୍ପରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା. ବୈଠକ ଶେଷ ପରେ ଅତିଥି ଭବନ ଠାରେ ପରିଚାଳନା ପରିଷଦ ସଭ୍ୟ ପୂର୍ଣ୍ଣ ଚନ୍ଦ୍ର ବରଡ଼ ଏହି ଦୁର୍ନୀତି ସଂକ୍ରାନ୍ତ ରେ ଏକ ପ୍ରେସ ବିବୃତି ଦେଇଥିଲେ. ଏଠାରେ ମଧ୍ୟ ଶାସକ ଦଳର ଦୁଇ ଗୋଷ୍ଠୀରେ ପରିଣତ ହୋଇଛି. ପରିଚାଳନା ପରିଷଦ ସଭାପତି ରବୀନ୍ଦ୍ର ପଣ୍ଡାଙ୍କ ବିରୁଦ୍ଧରେ ଏଗାର ଜଣ ସଭ୍ୟ ବିଷଉଦ୍ଗାର କରିଛନ୍ତି. ଚିନି ଶିଳ୍ପରେ ଚାଲିଥିବା ଦୁର୍ନୀତିକୁ ଘୋଡାଇବା ପାଇଁ ଚିନି ଶିଳ୍ପ ଠାରେ ମଧ୍ୟ ଦୁଇ ଗୋଷ୍ଠୀରେ ପରିଣତ ହୋଇଛି.ଏହିଭଳି ପରିସ୍ଥିତିରେ ସମାନ ଢଙ୍ଗରେ ଆସିକା ସମବାୟ କେନ୍ଦ୍ର ବ୍ୟାଙ୍କ ଲିଃ ରେ ମଧ୍ୟ ପରିଚାଳନା ପରିଷଦ ସଭାପତି ମଙ୍ଗୁଳୁ ଧର ସାହୁଙ୍କ ବିରୁଦ୍ଧରେ ପରିଚାଳନା ପରିଷଦର ବହୁ ସଭ୍ୟ ମଧ୍ୟ ବିରୋଧ କରୁଛନ୍ତି. ପରିଚାଳନା ପରିଷଦ ସଭାପତି ମଙ୍ଗୁଳୁ ସାହୁ ବ୍ୟାଙ୍କ କର୍ମଚାରୀ ମାନଙ୍କୁ ଧରି ଗୋଟିଏ ଗୋଷ୍ଠୀ କରିଥିଲା ବେଳେ.ଅନ୍ୟ ପଟରେ ବରିଷ୍ଠ ସଭ୍ୟ ପ୍ରମୋଦ ସ୍ୱାଇଁ, ନନ୍ଦ ବିଷୋୟୀ ଅନ୍ୟ ଗୋଷ୍ଠୀର ନେତୃତ୍ୱ ନେଉଛନ୍ତି. ଏହି ବ୍ୟାଙ୍କରେ ମଧ୍ୟ ବିଗତ ପରିଚାଳନା ପରିଷଦ ସଭାପତି ତଥା ବାଚସ୍ପତି ଙ୍କ ଭାଇ ବିରେନ୍ଦ୍ର କୁମାର ଆରୁଖ ଙ୍କ ନାମରେ ଚାଲିଥିବା ଦୁର୍ନୀତି କୁ ଘଣ୍ଟ ଘୋଡାଇବା ପାଇଁ ଦୁଇ ଗୋଷ୍ଠୀରେ ପରିଣତ ହୋଇଛି. ସେହିଭଳି ନାମକୁ ମାତ୍ର ଚାଲିଥିବା ଆସିକା ବହୁମୁଖୀ ସମବାୟ ସମିତି ଲିଃ ନାମକୁ ମାତ୍ର ପରିଚାଳନା ପରିଷଦ ବୈଠକ ହେଉଛି. କୌଣସି କାର୍ଯ୍ୟ ହୋଇ ପାରୁନାହିଁ. ଏଠାରେ ମଧ୍ୟ ବିଗତ ଦିନର ବହୁମୁଖୀ ସମବାୟ ସମିତିର ମୂଲ୍ୟବାନ ଜମି ବିକ୍ରୀ ଓ ଦୁର୍ନୀତି ଓ ପେଟ୍ରୋଲ ପମ୍ପ ଲିଜ ଦୁର୍ନୀତି ଘୋଡାଇବା ପାଇଁ ମସୁଧା ଚାଲିଛି.ଜିଲ୍ଲାରେ ଜିଲ୍ଲା ପ୍ରଶାସନ ଜିଲ୍ଲା ସମବାୟ ଅଧିକାରୀ ରାଜ୍ୟ ସମବାୟ ରେଜିଷ୍ଟର ସାଙ୍ଗକୁ ସମବାୟ ବିଭାଗୀୟ ମନ୍ତ୍ରୀ ତୁରନ୍ତ ପଦକ୍ଷେପ ନନେଲେ ଏହି ଦୁର୍ନୀତି କୁ ଘୋଡାଇବା ପାଇଁ ଗୋଷ୍ଠୀ କନ୍ଦଳ ଦଳ ଓ ବିଭାଗ ଆଡକୁ ଆଙ୍ଗୁଳି ନିର୍ଦେଶ ରହିବ. ଆସନ୍ତା 2024ଆସିକା ନିର୍ବାଚନ ରେ ପ୍ରଭାବ ପକାଇବ.

Post a Comment

Previous Post Next Post

ଆରମ୍ଭ ମାତ୍ର ସଙ୍ଘର୍ଷ ଟିଭି

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe