ମାଲକାନଗିରି ଥାନା ଅନ୍ତର୍ଗତ ମାର୍କାପଲ୍ଲୀ ହାଟରେ ଗଞ୍ଜେଇ ଚୋରା ଚାଲାଣ ବେଳେ ୨ ଜଣ ଆସାମୀ ଗିରଫ ହୋଇଥିବା ବେଳେ ତନ୍ମଧ୍ଯରୁ ଜଣେ କନେଷ୍ଚବଳ ମଧ୍ଯ ଗିରଫ ହୋଇଥିବା ଜଣା ପଡିଛି । ପ୍ରାପ୍ତ ସୂଚନାରୁ ଜଣା ପଡିଛି ଯେ,ମାଲକାନଗିରି ଥାନା ଅନ୍ତର୍ଗତ ମାର୍କାପାଲ୍ଲୀ ଠାରେ ଜଣେ ଗଞ୍ଜେଇ ବେପାରୀ ଶରତ ଚନ୍ଦ୍ର ହନ୍ତାଳ ଗଞ୍ଜେଇ ଚାଲାଣ କରୁଥିବା ସୂଚନା ଏକ ନିର୍ଭର ଯୋଗ୍ଯ ସୂତ୍ରରୁ ମାଲକାନଗିରି ଏସଡିପିଓ ସଚିନ ପଟେଲ ପାଇଲା ପରେ କିଛି ପୋଲିସ କର୍ମଚାରୀଙ୍କୁ ନେଇ ମାର୍କାପଲ୍ଲୀ ହାଟରେ ଚଢାଉ କରିଥିଲେ । ମାଲକାନଗିରି ଏସ୍.ଡି.ପି.ଓ. ଶ୍ରୀ ପଟେଲ ଘଟଣା ସ୍ଥଳରେ ପହଞ୍ଚି ୨୧ କିଗ୍ରା ଗଞ୍ଜେଇ ଜବତ କରିବା ସହ ଶରତ ଚନ୍ଦ୍ର ହନ୍ତାଳକୁ ଗିରଫ କରିଥିଲେ । ତେବେ ଶରତ ଚନ୍ଦ୍ର ହନ୍ତାଳର ବୟାନ ଅନୁସାରେ ଏହି ଗଞ୍ଜେଇକୁ ମାଲକାନଗିରି ପୋଲିସ କନଷ୍ଟେବଲ ମନୋଜ କୁମାର ମୁଦୁଲିଙ୍କ ପ୍ରତ୍ଯକ୍ଷ ତତ୍ତ୍ବବଧାନରେ ଚାଲାଣ ହେଉଥିବା ପ୍ରକାଶ କରିଥିଲା । ଏହା ପରେ ଏସଡିପିଓ ଘଟଣାର ତଦନ୍ତ କରି କନେଷ୍ଟବଳ ମନୋଜ କୁମାର ମୁଦୁଲିଙ୍କୁ ମଧ୍ୟ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣା ପଡ଼ିଛି। ତେବେ ଅନେକ ସମୟରେ ମାଲକାନଗିରି ପୋଲିସ ଗଞ୍ଜେଇ ଚୋରା ଚାଲାଣରେ ଗଞ୍ଜେଇ ମାଫିଆମାନଙ୍କୁ ସହାୟତା କରି ଜେଲ ଯିବାଟା କିଛି ନୂଆ କଥା ନୁହେଁ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଗଞ୍ଜେଇ ମାଫିଆମାନଙ୍କ ପ୍ରଲୋଭନରେ ପଡି ମାଲକାନଗିରି ପୋଲିସ ବେଳେ ବେଳେ ଖାକି ପୋଷାକରେ କଳଙ୍କ ଲଗାଇ ଜେଲ୍ ଦଣ୍ଡ ଭୋଗୁଥିବା ଜଣାପଡିଛି । ଏନେଇ ମାଲକାନଗିରି ଥାନା ଅଧିକାରୀ ରିଗନ କିଣ୍ଡୋଙ୍କୁ ପଚାରିବାରୁ ଗଞ୍ଜେଇ କାରବାରରେ ସଂପୃକ୍ତ ଥିବା ଦୁଇ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ସ୍ୱୀକାର କରିଛନ୍ତି ।ତନ୍ମଧ୍ଯରୁ ଜଣେ କନେଷ୍ଟବଳ ମଧ୍ଯ ଏହି ଘଟଣାରେ ସଂପୃକ୍ତ ଥିବା ପ୍ରକାଶ ।
ଧରାପଡ଼ିଲା ଗଞ୍ଜେଇ ଦୁର୍ବୁତ୍ତ
By: SANGHARSA TV
0
Tags
www.sangharsatv.in