//BREAKING//
Loading...

ଆସନ୍ତା ଏପ୍ରିଲ ୧ରୁ ୭ ତାରିଖ ପ୍ରଯନ୍ତ ଜିଲ୍ଲାରେ ମୋଟର ଚାଳକ କଡ଼ା ଯାଞ୍ଚ

ପୁରୀ ଆଞ୍ଚଳିକ ପରିବହନ ଅଧିକାରୀ ରବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବୁଧବାର ପୁରୀ ସଦଭାବନା ଗୃହରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ପୁରୀ ପୋଲିସ ଓ ଆର.ଟି.ଓ. ତରଫରୁ ମିଳିତ ଭାବେ ଅନେକ ସ୍ଥାନରେ ଯାଞ୍ଚ ହେଉଛି । ଏହି ଯାଞ୍ଚ ସମୟରେ ଗତ ପାଞ୍ଚ ମାସ ମଧ୍ୟରେ ଜିଲ୍ଲାରୁ ୫ କୋଟି ଟଙ୍କାରୁ ଉର୍ଦ୍ଧ ଫାଇନ ଆଦାୟ ହୋଇଛି । ଏହି ବୈଠକରେ ପୁରୀ ଟ୍ରାଫିକ ଡିଏସ୍ପି ନିରଞ୍ଜନ ଶବର, ଅତିରିକ୍ତ ମୋଟର ଜାନ ନିରିକ୍ଷୀୟକ ଅମିତ ରଣା ଓ ପୁରୀ ସମସ୍ତ ବସ ଆସୋସିଏସନ ଯୋଗଦେଇ ଥିଲେ । ଅନ୍ୟପଟେ ଆଞ୍ଚଳିକ ପରିବହନ ଅଧିକାରୀ ରବୀନ ପଟ୍ଟନାୟକ ବୈଠକରେ ସୂଚନା ଦେଇ କହିଛନ୍ତି, ଆସନ୍ତା ଏପ୍ରିଲ ୧ରୁ ୭ ତାରିଖ ପ୍ରଯନ୍ତ ଜିଲ୍ଲାରେ ମୋଟର ଚାଳକ କଡ଼ା ଯାଞ୍ଚ ହେବ । ଜିଲ୍ଲାରେ କିପରି ଶୂନ୍ୟ ସଡ଼କ ଦୃଘଟଣା ରହିବ ତାହା ଉପରେ ପୁରୀ ଆଞ୍ଚଳିକ ପରିବହନ ବିଭାଗ ନଜର ରଖିବା । ଭୁବନେଶ୍ୱର ଓ କଟକ ଭଳି ପୁରୀରେ ବି ବାଇକ ଚାଳକ ଓ ପଛରେ ବାସୁଥିବା ଲୋକେ ମଧ୍ୟ ହେଲମେଣ୍ଟ ପିନ୍ଧିବାକୁ ପଢିବ । ସେହିପରି ପେଟ୍ରୋଲ ଟାଙ୍କିରେ ମଧ୍ୟ ହେଲମେଣ୍ଟ ନଥିଲେ ପେଟ୍ରୋଲ ମିଳିବ ନାହିଁ । ସ୍କୁଲ ଛାତ୍ର ଛାତ୍ରୀ ମାନେ ମୋଟର ସାଇକେଲ ଚଳାଚଳ କରିବା ଉପରେ ମଧ୍ୟ ଯାଞ୍ଚ ହେବ । ଯେଉଁ ସ୍କୁଲ ଛାତ୍ର ଛାତ୍ରୀ ମାନେ ମୋଟର ସାଇକେଲ ଚଳାଇବା ବେଳେ ଧାରା ପଡ଼ିବେ ସେମାଙ୍କ ଗାଡି ଜବତ ମଧ୍ୟ କରାଯିବ । ଏପ୍ରିଲ ପହିଲାରୁ ହେଲମେଣ୍ଟ ମଧ୍ୟ ଯାଞ୍ଚ ହେବ ।

Post a Comment

Previous Post Next Post

ଆରମ୍ଭ ମାତ୍ର ସଙ୍ଘର୍ଷ ଟିଭି

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe