//BREAKING//
Loading...

ଶ୍ରୀ ଶ୍ରୀ ଉମାମହେଶ୍ୱର ଦେବଙ୍କ ମେରୁ ପର୍ବ


ବାଲୁଗାଁ:-ଚିଲିକା ବ୍ଲକ ଅନ୍ତର୍ଗତ ବାଲୁଗାଁ ଅଞ୍ଚଳର ପ୍ରସିଦ୍ଧ ଶ୍ରୀ ଶ୍ରୀ ଉମାମହେଶ୍ୱର ଦେବଙ୍କ ମେରୁ ପର୍ଵ ପାଟଣା ସାହି ସ୍ଥିତ କୋଠିରେ ପାଳିତ ହୋଇଯାଇଛି।
ଉମାମହେଶ୍ୱର ଦେବଙ୍କ ଦଣ୍ଡ ପର୍ବ ଆଜି ପରିସମାପ୍ତି ହୋଇଛି।ଦଣ୍ଡ ଯାତ୍ରା ପ୍ରାରମ୍ଭରୁ ନିଶାଘାଟରେ ପାଟ ଭଗତା,ପାଟ ଦଣ୍ଡୁଆ ସମେତ ୧୩ ଭଗତା ଉମାମହେଶ୍ୱର ମନ୍ଦିର ପ୍ରାଙ୍ଗଣରେ ନୀତି କାର୍ଯ୍ୟ ସହ ଦଣ୍ଡକାଳୀ ପୂଜା କରି ମନ୍ଦିରରୁ ଆଜ୍ଞାମାଳ ନେଇ ଆଖପାଖ ଅଞ୍ଚଳରେ ଦଣ୍ଡ ନୃତ୍ୟ ପରିବେଷଣ କରାଯାଇଥିଲା। ମେରୁ ପର୍ବରେ ଆଜି ଦଣ୍ଡୁଆ ମାନେ ୨୧ ଦିନ ନିଷ୍ଠା ବ୍ରତ ପାଳନ ପରେ କଣ୍ଟା ଗଦାରେ ଗଡି ଥିଲେ।ପରିଶେଷରେ ପାଟ ଭାଗତା ଠାକୁରଙ୍କୁ ଭାଗତାଙ୍କ ଗହଣରେ ସ୍ନାନ କରାଇଥିଲେ।ତେବେ ଆଜି ଦଣ୍ଡ ପର୍ବର ଅନ୍ତିମ ଦିବସରେ ନିଜ କୋଠିରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଗହଣରେ ମେରୁ ପର୍ବ ପାଳିତ ହୋଇଯାଇଛି।ଏହି ଅବସରରେ ବିଭିନ୍ନ ପାଟପଟୁଆର ବାଜା ରୋଷଣୀରେ ଦଣ୍ଡ ଠାକୁରଙ୍କୁ ଅଞ୍ଚଳ ପରିକ୍ରମା କରାଯାଇଥିଲା।ଶାନ୍ତିଶୃଙ୍ଖଳା ଦୃଷ୍ଟିରୁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା।ଏହା କୁ ଦେଖିବାକୁ ବାଲୁଗାଁ ଅଞ୍ଚଳ ରେ ଭିଡ଼ ଜମିଥିଲା।ଭକ୍ତ କହିବା ଅନୁସାରେ ଆଜି ମେରୁ ପୂଜା ।ଯାହା ସେ ମାନସିକ କରିଥାନ୍ତି ବର୍ଷ ବର୍ଷ ଧରି ତାହା ଆଜି ମନସ୍କାମନା ଠାକୁରଙ୍କ ଦୟାରୁ ପୂର୍ଣ୍ଣ ହୋଇଥାଏ।ବାଲୁଗାଁ ଅଞ୍ଚଳ ର ଉମା ମହେଶ୍ୱରଙ୍କ ଉପରେ ଅକାଳ ବିଶ୍ୱାସ।ଯାହା ମନସ୍କାମନା ରଖିଥାନ୍ତି ତାହା ପୂର୍ଣ୍ଣ ହୋଇଥାଏ

 ସଂଘର୍ଷ ଟିଭି

Post a Comment

Previous Post Next Post

ଆରମ୍ଭ ମାତ୍ର ସଙ୍ଘର୍ଷ ଟିଭି

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe