//BREAKING//
Loading...

ସରଗିତଳିଆରେ ଶିଶୁ ମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା

   
ଯୋଡା,୧୨/୪ ଯୋଡା ପୌରପାଳିକା ଅନ୍ତର୍ଗତ ୧୩ ନଂ ୱାର୍ଡର ସରଗିତଳିଆ ଠାରେ ଶିଶୁ ଅପପୃଷ୍ଟି ରୋକିବା ପାଇଁ ଆଜି ଠାରୁ ସମସ୍ତ ଶିଶୁ ଓ ମହିଳା ମାନଙ୍କର ଡାକ୍ତର ମାନଙ୍କ ଦ୍ୱାରା ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଟାଟାଷ୍ଟିଲ ଫାଉଣ୍ଡେସନର ମିଳିତ ଭାବେ ଏହି ସ୍ୱାସ୍ଥ୍ୟ ପରୀକ୍ଷା ଆରମ୍ଭ ହୋଇଛି । ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଡାକ୍ତର ଶଶୀକାନ୍ତ ପ୍ରଧାନ,ଫାର୍ମାଶିଷ୍ଟ ସୁଚିସ୍ମିତା ମହାରଣା,ଟାଟାଷ୍ଟିଲ ଫାଉଣ୍ଡେସନର ଡାକ୍ତର ଅନମୋଲ ଟିଗା ଓ ଆକାଶ ଶତପଥୀ ୨ଜଣ ଡାକ୍ତର,ଫାର୍ମାଶିଷ୍ଟ ସର୍ବେଶ୍ୱର ବେହେରା,ସ୍ଥାନୀୟ ଅଙ୍ଗନୱାଡି କର୍ମୀ,ସ୍ୱାସ୍ଥ୍ୟକର୍ମୀ ଓ ଆଶାଦିଦିଙ୍କ ଉପସ୍ଥିତିରେ ଶିଶୁ ମାନଙ୍କର ଓ ଏହି ୱାର୍ଡରେ ରହୁଥିôବା ମହିଳା ମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ରକ୍ତହୀନତା,ପୃଷ୍ଟିହୀନତା ଶିଶୁ ମାନଙ୍କୁ ଚିହ୍ନଟ କରିେଓøଷଧ ବଣ୍ଟନ କରାଯାଇଥିଲା । ସରଗିତଳିଆର ଏହି ସମସ୍ୟାରେ ନେଇ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ସ୍ୱାସ୍ଥ୍ୟବିଭାଗ ଏହି ଅଞ୍ଚଳରେ ପହଞ୍ଚô ସ୍ୱାସ୍ଥ୍ୟସେବା ଆରମ୍ଭ କରିଛି । ଯୋଡ଼ା ରୁ ରମେଶ ଚନ୍ଦ୍ର ମହାପାତ୍ର

Post a Comment

Previous Post Next Post

ଆରମ୍ଭ ମାତ୍ର ସଙ୍ଘର୍ଷ ଟିଭି

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe