//BREAKING//
Loading...

ଜିଆ ଖତ ପ୍ରସ୍ତୁତି ନାମରେ ହରି ଲୁଟ



ଆସିକା-କୃଷି ଓ କୃଷକର ଉନ୍ନତି ପାଇଁ ସରକାରଙ୍କ ବହୁ ଯୋଜନା ରହିଛି। ଆଉ ଏହି ସବୁ ଯୋଜନା ପାଇଁ କୋଟି କୋଟି ଟଙ୍କାବି ଖର୍ଚ୍ଚ ହେଉଛି। ହେଲେ ତାହା କୃଷକଙ୍କ ଉନ୍ନତି ରେ କେତେ ଦୂର ଲାଗୁଛି ତାହା କେତୋଟି ଯୋଜନାକୁ ଦେଖିଲେ ଆପଣ ଠିକ୍ ବୁଝିପାରିବେ। ଗତ ଏକ ବର୍ଷ ହେବ ଗ୍ରାମାଞ୍ଚଳର ଅନେକ ଚାଷୀଙ୍କୁ ଯୈବିକ ଖତ ପ୍ରସ୍ତୁତ କରିବା ପାଇଁ ୪ଟି ନନ୍ଦ ଓ ଗୋଟିଏ ପ୍ଲେଟ ଯୋଗାଇ ଦିଆ ଯାଇଛି। ହେଲେ ତାହା କୌଣସି କାମରେ ଆସୁନି। କାହାର ନନ୍ଦ ବାରିପଟେ ପଡିଛି ତ କିଏ ନନ୍ଦକୁ ଖଳାରେ ରଖିଛି ପୁଣି କାହାର ନନ୍ଦ ଭାଙ୍ଗିରୁଜି ପଡିଛି। କିନ୍ତୁ କେହି ମଧ୍ୟ ଯୈବିକ ଖତ ପ୍ରସ୍ତୁତ କରିନାହାଁନ୍ତି।

ଗଞ୍ଜାମ ଜିଲ୍ଲାର ଧରାକୋଟ ବ୍ଲକର ସରଧାପୁର ପଞ୍ଚାୟତର କୁଶରାବ, ବରିଗୁଡା ଓ ସରଧାପୁର ଗ୍ରାମରେ ୧୫୦ ରୁ ଉଦ୍ଧ ଚାଷୀଙ୍କୁ ଯୈବିକ ଖତ ପ୍ରସ୍ତୁତି କରିବା ପାଇଁ ୪ଟି ନନ୍ଦ ଓ ଗୋଟିଏ ପ୍ଲେଟ ଯୋଗାଇ ଦିଆ ଯାଇଛି। କେବଳ ଏତିକି ନୁହେଁ ପ୍ରତି ଚାଷୀଙ୍କ ଖାତାକୁ ଏଥି ପାଇଁ ଜିଲ୍ଲା କୃଷି ଅଧିକାରୀଙ୍କ କାଯ୍ୟାଳୟ ରୁ ୨୮.୧୦.୨୦୨୧ ରେ ୨୮୦୦ ଟଙ୍କା ପୁଣି ଗତ ମାସରେ ୩୩୦୦ ଟଙ୍କା ମଧ୍ୟ ପ୍ରଦାନ କରାଯାଇଛି। ହେଲେ କେହି ଜଣେ ମଧ୍ୟ ଯୈବିକ ଚାଷ କରିନାହାଁନ୍ତି। କାରଣ ବିଭାଗ ପକ୍ଷରୁ ଏଥିପାଇ ଚାଷୀଙ୍କୁ କିଛି ସୂଚନା ପ୍ରଦାନ କରାଯାଇ ନି କି ଜିଆ ଦିଆ ଯାଇନାହିଁ।
ଜମିରେ ବହୁଳ ମାତ୍ରାରେ ବ୍ୟବହାର କରାଯାଉଥିବା ରାସାୟନିକ ସାରର ମାତ୍ରାକୁ କମାଇବା ପାଇଁ ଅରଗାନ ଚାଷ କରିବା ପାଇଁ ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଯୋଜନା ବାଟବଣା ହେଉଛି।ଏହି ଯୈବିକ ଖତ ପ୍ରସ୍ତୁତି କ୍ଷେତ୍ରରେ ଚାଷୀ ଚୟନ ଓ ସେମାନଙ୍କୁ ସମସ୍ତ ପ୍ରକାର ସୁବିଧା ଯୋଗାଇବା ପାଇଁ ଗୋଟିଏ ଏନଜିଓ ସଂସ୍ଥାକୁ ଦାୟିତ୍ବ ଦିଆଯାଇଥିବା ବେଳେ ତାହାର କର୍ମଚାରି ମାନେ ଲୋକଙ୍କ ଖାତାକୁ ପ୍ରଥମ କିସ୍ତିରେ ଯେଉଁ ୨୮୦୦ ଟଙ୍କା ଆସିଥିଲା ସେଥିରୁ ୧୫୦୦ ଟଙ୍କା ନେଇ ଯାଇଥିବା ଚାଷି ଅଭିଯୋଗ କରିଛନ୍ତି। କେବଳ ସେତିକି ନୁହେଁ ଯିଏ ଖାତାକୁ ଆସିଥିବା ଟଙ୍କା ନଦେବ ସେମାନଙ୍କୁ ଦୁତୀୟ କିସ୍ତିରେ ଟଙ୍କା ପଠାଯି ନାହିଁ ବୋଲି ଭୟ ଦେଖାଯାଉଛି।
ଏ ବିଷୟରେ ଆମେ ଭଞ୍ଜନଗର ଉପଜିଲ୍ଲାପାଳଙ୍କ ପ୍ରତିକ୍ରିୟା ଯାଣିବାକୁ ଚାହିଁଥିଲୁ ସେ କହିଛନ୍ତି ବିଭାଗିୟ ଅଧିକାରୀଙ୍କ ସହ କଥାହୋଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ । ହେଲେ ଏଠାରେ ପ୍ରଶ୍ନ ଉଠୁଛି ଯଦି ସରକାର କୃଷକଙ୍କୁ ଜିଆ ଖତ ପ୍ରସ୍ତୁତି ପାଇଁ ଯୋଜନା କରିଥିଲେ ଏପଯ୍ୟନ୍ତ କେହି ଏହି ଖତ ପ୍ରସ୍ତୁତି କରିନାହାନ୍ତି କାହିଁକି । ପୁଣି ଲୋକଙ୍କ ଖାତା କୁ ଆସିଥିବା ଟଙ୍କାରୁ 1500 ଟଙ୍କା ନିଆ ଯାଇଛି କାହିଁକି । ତେଣୁ ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତ କଲେ ଏ ସବୁ ପ୍ରନ୍ନର ଉତ୍ତର ମିଳିପାରିବ।
 ସେହି ପରି ଆସିକା ବ୍ଳକ ସମାନ ଅବସ୍ଥା ଦେଖି ବାକୁ ମିଳିଛି।

Post a Comment

Previous Post Next Post

ଆରମ୍ଭ ମାତ୍ର ସଙ୍ଘର୍ଷ ଟିଭି

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe