ଦୁର୍ଘଟଣା ଜନିତ ମୃତ୍ୟୁ ହାରରେ ଗଂଜାମ ଜିଲ୍ଲା ସର୍ବାଧିକ ଥିବାରୁ ଜିଲ୍ଲା ପ୍ରଶାସନ ପାଇଁ ଏହା ଚିନ୍ତାର କାରଣ ହୋଇ ପଡିଛି। ତେଣୁ ଏହାକୁ ରୋକିବା ନିମନ୍ତେ ପୋଲିସ ପ୍ରଶାସନ ଓ ପରିବହନ ପକ୍ଷରୁ ଯାଞ୍ଚ ପ୍ରକ୍ରିୟାରେ କୁ ଯେଭଳି କଡା କଡ଼ି କରାଯାଇଛି ସେଭଳି ବିଭିନ୍ନ ସଙ୍ଘଠନ ର ସହଯୋଗ ନେଇ ସଭାସମିତି ମାନ କରାଯାଉଛି। ସେମିତି ସ୍ଥାନୀୟ କଳାକାରଙ୍କୁ ନେଇ ସଂସ୍କୃତିକ କାଯ୍ୟକ୍ରମ ମାଧ୍ୟମରେ ପଥପ୍ରାନ୍ତ ନାଟକ ଆୟୋଜନ କରାଯାଉଛି। ଏ ସବୁ ସଭାସମିତି ମାନଙ୍କରେ ଅବା ନାଟକ ଜରିଆରେ ଦୁର୍ଘଟଣା ଯେମିତି ରୋକାଯାଇ ପାରିବ ଓ ମୃତ୍ୟୁ ହାର କମିବ ଏହା ହେଉଛି ପ୍ରଶାସନ ର ଲକ୍ଷ୍ୟ.
ମଦ୍ୟପ ଡ୍ରାଇଭର ଏବଂ 18 ବର୍ଷରୁ ବୟସ୍କ ଦ୍ରୁତ ବେଗରେ ଗାଡି ଚାଳନା ସହ ଓଭର ଲୋଡିଙ୍ଗ ଭଳି ଯାନବାହନ ଚଳାଚଳ ରେ କଡା ନିୟମ ରହିଥିବା ମଧ୍ୟରେ ଅର୍ଥ ଦଣ୍ଡ ଜେଲ ଦଣ୍ଡ ,ପରିବାର ଲୋକଙ୍କୁ ମଧ୍ୟ ଦଣ୍ଡ ବିଧାନ ଓ ଲାଇସେନ୍ସ ରଦ୍ଧ ପରି କୋଠର ଆଇନ ସମ୍ପର୍କରେ ସଚେତନତା ଓ ପଥପ୍ରାନ୍ତ ନାଟକ କରାଯାଇ ଦୁର୍ଘଟଣା ରୋକିବା ପାଇଁ ଚାଲିଛି ଉଦ୍ୟମ।ଉକ୍ତ କାର୍ଯ୍ୟକ୍ରମରେ ଭଞ୍ଜନଗର ଏ ଆର ଟି ଓ ଶୁଭେନ୍ଦୁ ରାଏ,, ସମାଜସେବୀ ତଥା ପରିବେଶବିତ ଶୂଳପାଣି ଶତପଥି,ଏସ ଆଇ ବିଶ୍ୱଜିତ ନାୟକ ବସ ମାଲିକ ସଙ୍ଘର ସମ୍ପାଦକ ସନ୍ତୋଷ ପୋଲେଇ, ମିନିବସ ମାଲିକ ସଙ୍ଘ ସଭାପତି ମୁନା ମହାନ୍ତି,ସମାଜସେବୀ ମନୋରଞ୍ଜନ ପଣ୍ଡା ସମେତ ବହୁ ପରିବେଶବିତ ଯୋଗ ଦେଇଥିଲେ।