//BREAKING//
Loading...

ଆସିକା ବିଜ୍ଞାପିତ ଅଞ୍ଚଳ ପକ୍ଷରୁ ଓବିସି ଓ ଏସଇବିସି ଚୟନ ନିମନ୍ତେ ତାଲିମ ଶିବିର



ଆସିକା 28/04-ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ପଛୁଆ ବର୍ଗ ଏବଂ ସାମାଜିକ ଓ ଶିକ୍ଷାକ୍ଷେତ୍ରରେ ପଛୁଆ ବର୍ଗ ପରିବାର ଚୟନ ସକାଶେ ତାଲିମ ଶିବିର ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଲୋକନାଥ ଵେଜ଼ ଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି.ଏହି ତାଲିମ ଶିବିରରେ ଆସିକା ବିଜ୍ଞାପିତ ଅଞ୍ଚଳ ର 40 ଜଣ ଶିକ୍ଷକ ଶିକ୍ଷୟତ୍ରୀ ଅଂଶ ଗ୍ରହଣ କରିଥିଲେ. ଏହି ତାଲିମ ଶିବିରରେ ପଛୁଆ ବର୍ଗ ଏବଂ ସାମାଜିକ ଓ ଶିକ୍ଷାକ୍ଷେତ୍ରରେ ପଛୁଆ ବର୍ଗ ଚୟନ ପାଇଁ ସରକାର ଙ୍କ ଦ୍ୱାରା ନିର୍ଦ୍ଧାରିତ ହୋଇଥିବା ନିୟମାବଳୀ ସମ୍ପର୍କ ରେ ତାଲିମ ଦିଆ ଯାଇଥିଲା.ଏହି ସର୍ଭେ କରିବା ପାଇଁ ତାଲିମ ପ୍ରାପ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ ର ସମସ୍ତ ୱାର୍ଡ ର ଘରକୁ ଘର ବୁଲି ବିଶେଷ କରି ଓବିସି ଏବଂ ଏସଇବିସି ମାନଙ୍କ ଶିକ୍ଷା ଗତ ଯୋଗ୍ୟତା ଓ ଆର୍ଥିକ ସମସ୍ୟା ଅନୁଧ୍ୟାନ କରିବା ପାଇଁ ତାଲିମ ଦିଆ ଯାଇଥିଲା. ଏହି ତାଲିମ ଶିବରରେ ଶିକ୍ଷକ ସନ୍ତୋଷ ସେଠୀ, ସନ୍ତୋଷ ବେହେରା, ଜୟରାମ ନାୟକ, ଶୁଭେନ୍ଦୁ କୁମାର ମିଶ୍ର, ରମାକାନ୍ତ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ. ଏହି ସମ୍ବଦ୍ଧିୟ ସମସ୍ତ ସୂଚନା ଏହି ତାଲିମ ପ୍ରାପ୍ତ ଶିକ୍ଷକ ମାନେ ସର୍ବସାଧାରଣ କୁ ଯୋଗାଇଦେବା ପାଇଁ ନିଷ୍ପତ୍ତି ନିଆଯାଇଥିଲା.

Post a Comment

Previous Post Next Post

ଆରମ୍ଭ ମାତ୍ର ସଙ୍ଘର୍ଷ ଟିଭି

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe