ଟ୍ରାଫିକ ସମସ୍ୟା ସମାଧାନ, ୨୬ ଟି ପଞ୍ଚାୟତ କୁ BMC ରେ ସାମିଲ ଓ ଏସି ଟାଉନ ବସ ଚଳାଇବା ପାଇଁ ନଗର ଉନ୍ନୟନ ମନ୍ତ୍ରୀ ଙ୍କୁ ଓଡ଼ିଶା ଡେଭଲପମେଣ୍ଟ ଫୋରମ୍ ଦେଲା ଦାବିପତ୍ର
ବ୍ରହ୍ମପୁର ସହର ତଳି ଅଞ୍ଚଳ ର ୨୬ ଟି ପଞ୍ଚାୟତ କୁ ମହାନଗର (BMC) ସହ ଶୀଘ୍ର ମିଶାଇବା, ବିପର୍ଯ୍ୟସ୍ତ ରାସ୍ତାଘାଟ ର ଅବସ୍ଥା ସୁଧାରିବା, ଗେଟ ବଜାର, ଫାଷ୍ଟ ଗେଟ ଓ କମାପଲ୍ଲୀ ଠାରେ ଫ୍ଲାଇଓଭର ନିର୍ମାଣ କରିବା, ଶାରୀରିକ ଅକ୍ଷମ ମାନଙ୍କୁ ଦୃଷ୍ଟି ରେ ରଖି ଟ୍ରାଫିକ ବ୍ୟବସ୍ଥା କରିବା, ବ୍ରହ୍ମପୁର ରେ ଏସି ଟାଉନ ବସ ଚଳାଇବା ଓ ଏହି ସେବା ରଙ୍ଗେଇଲୁଣ୍ଡା ବିମାନ ବନ୍ଦର ଯାଏଁ ଦେବା, ବ୍ରହ୍ମପୁର ଫୁଡ୍ ବଜାର ନିର୍ମାଣ କରିବା ଓ ଅନ୍ୟାନ୍ୟ ଦାବି କୁ ନେଇ ଓଡ଼ିଶା ଡେଭଲପମେଣ୍ଟ ଫୋରମ୍ ତରଫରୁ ରାଜ୍ୟ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀମତୀ ଉଷା ଦେବୀ ଙ୍କୁ ଗତକାଲି ଦାବିପତ୍ର ପ୍ରଦାନ କରାଯାଇଛି।
ଶ୍ରୀମତୀ ଉଷା ଦେବୀ 28 ଏପ୍ରିଲ ରେ ବ୍ରହ୍ମପୁର ର ପ୍ରସିଦ୍ଧ ଠାକୁରାଣୀ ଯାତ୍ରା କୁ ଆସି ମା' ଙ୍କ ଦର୍ଶନ କରିବା ପରେ ଏହି ଦାବିପତ୍ର ଗ୍ରହଣ କରିଥିଲେ।
ସୂଚନା ଅନୁସାରେ ୨୦୦୮ ଡିସେମ୍ବର ୨୯ ତାରିଖ ର State Gazette Notification ରେ ସହର ତଳି ଅଞ୍ଚଳର ୨୬ ଟି ପଞ୍ଚାୟତ କୁ ବ୍ରହ୍ମପୁର ସହିତ ମିଶ୍ରଣ କରାଯାଇ ବୃହତ୍ତ ବ୍ରହ୍ମପୁର ଗଠନ ହେବାକଥା କିନ୍ତୁ ମୁଖ୍ୟମନ୍ତ୍ରୀ, ସ୍ଥାନୀୟ ଜନପ୍ରତିନିଧି ଏବଂ ପ୍ରଶାସନିକ ସ୍ତରର ଉଦାସୀନତା ଓ ଗଞ୍ଜାମ ଜିଲ୍ଲା ପ୍ରତି ବୈମାତୃକ ମନୋଭାବ ଯୋଗୁଁ ସହର ତଳି ଅଞ୍ଚଳ ବ୍ରହ୍ମପୁରରେ ମିଶି ପାରୁ ନାହିଁ ଓ ସହରରେ ବିକାଶ କାର୍ଯ୍ୟ ଅବହେଳିତ ହୋଇ ଆସୁଛି। ତିନି ତିନି ଥର ମାନନୀୟ ଓଡ଼ିଶା ଉଚ୍ଚନ୍ୟାୟାଳୟର ନିର୍ଦ୍ଦେଶ କୁ ମଧ୍ୟ ଓଡ଼ିଶା ସରକାର ଭୂକ୍ଷେପ କରୁନଥିବା ଦେଖାଯାଉଛି।
ଏହା ସହ ସହରର ଟ୍ରାଫିକ ସମସ୍ୟା ର ସମାଧାନ ପାଇଁ ଫ୍ଲାଇ ଓଭର ବ୍ରିଜ୍, ପାଦଚଲା ବ୍ରିଜ୍, ପାଦଚଲା ରାସ୍ତା ଆଦି ତିଆରି କରିବା ନିମନ୍ତେ ଦାବୀପତ୍ର ରେ ଉଲ୍ଲେଖ କରାଯାଇଛି।
ଉପରୋକ୍ତ ଦାବୀ ଗୁଡ଼ିକ ଶିଘ୍ର ପୂରଣ କରିବା ପାଇଁ ଚେଷ୍ଟା କରିବି ବୋଲି ମନ୍ତ୍ରୀ ଶ୍ରୀମତୀ ଉଷା ଦେବୀ ଓଡ଼ିଶା ଡେଭଲପମେଣ୍ଟ ଫୋରମ୍ କାର୍ଯ୍ୟକର୍ତ୍ତା ଙ୍କୁ ପ୍ରତିଶୃତି ଦେଇଥିଲେ।
ଏହି କାର୍ଯ୍ୟକ୍ରମରେ ଓଡ଼ିଶା ଡେଭଲପମେଣ୍ଟ ଫୋରମ୍ ର ସଚିବ V.ସୋମେଶ୍ୱର ରାଓ, ବରିଷ୍ଠ ବିଜେଡ଼ି ନେତା T ଗୋପୀ, ପ୍ରିତିଶ ପାଣିଗ୍ରାହୀ, ସହ ସଚିବ ମାନସ ରଞ୍ଜନ ପାତ୍ର, କିରଣ କୁମାର ପଣ୍ଡା, ସନ୍ତୋଷ କୁମାର ସାହୁ, ରମେଶ ଚନ୍ଦ୍ର ପଣ୍ଡା ଙ୍କ ସମେତ ବହୁ ସଂଖ୍ୟାରେ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।
A