ବାଲୁଗାଁ :-ସୋମବାର ଅପରାହ୍ନରେ ବାଲୁଗାଁ ସ୍ଥିତ ଡ଼ିଏଭି ଗୁରୁକୂଳ ବିଦ୍ୟାଳୟର ପ୍ରଥମ ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଖୋର୍ଦ୍ଧା ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା,ମୁଖ୍ୟ ବକ୍ତା ଭାବେ ଚିଲିକା ଏବିଇଓ ନିଳାଦ୍ରୀ ଭୂଷଣ ଦାସ,
ସଂମାନିତ ଅତିଥି ଭାବେ ନନ୍ଦପୁର ସରପଞ୍ଚ ପୁଷ୍ପମିତ୍ର ଖୁଣ୍ଟିଆ,ଗୁରୁକୂଳ ଶିକ୍ଷା ନିର୍ଦେଶକ ଜ୍ୟୋତି ପ୍ରକାଶ ତ୍ରିପାଠୀ,ଅବସରପ୍ରାପ୍ତ ଏବିଡିଓ କାଳୁ ଚରଣ ସାମନ୍ତରାୟ, ବାଙ୍କନିଧି ଏଜୁକେସନାଲ ଆଣ୍ଡ ଚାରିଟେବୁଲ ଟ୍ରଷ୍ଟ ସଦସ୍ୟ ସୁଧୀର ପଲାଇ ପ୍ରମୁଖ ଯୋଗ ଦେଇଥିଲେ।ପ୍ରାରମ୍ଭିକ କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା ପ୍ରଭୁ ଗଜାନନଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରି ଅତିଥିମାନଙ୍କ ଗହଣରେ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ।ବିଦ୍ୟାଳୟର ଅଧ୍ୟକ୍ଷ ପ୍ରଶାନ୍ତ ମହାପାତ୍ରଙ୍କ ସଭାପତିତ୍ଵରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାମଚନ୍ଦ୍ର ଦାଶ ସ୍ୱାଗତ ଭାଷଣ ଦେଇଥିବା ବେଳେ ସମ୍ପାଦିକା ମିତା ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ।ଗୁରୁକୂଳ ଶିକ୍ଷା ନିର୍ଦେଶକ ଜ୍ୟୋତି ପ୍ରକାଶ ତ୍ରିପାଠୀ ବାର୍ଷିକ ବିବରଣୀ ପାଠ କରିଥିଲେ।ଶିକ୍ଷାର ଅଭିବୃଦ୍ଧି, ପ୍ରତିଯୋଗିତା ମୁଳକ ଶିକ୍ଷା,ଖେଳକୁଦ ସାଙ୍ଗକୁ ବ୍ୟାୟାମ,ଗୁରୁ ଶିଷ୍ୟର ସମ୍ପର୍କ ସୁଦୃଢ କରିବା ଦିଗରେ ମଞ୍ଚାସିନ ଅତିଥିମାନେ ଆଲୋକପାତ କରିଥିଲେ।ପ୍ରତ୍ୟେକ ପିଲାଙ୍କ ଭବିଷ୍ୟତ ଉଜ୍ବଳ ନେଇ ପ୍ରାଥମିକ ସ୍ତରରୁ ଅଭିଭାବକମାନଙ୍କ ଗୁରୁ ଦାଇତ୍ୱ ରହିଥିବା ନେଇ ମୁଖ୍ୟବକ୍ତା ଶ୍ରୀ ଦାସ କହିଛନ୍ତି।ମୁଖ୍ୟ ଅତିଥି ଶ୍ରୀ ମହାରଣା ନିଜ ଅଭିଭାଷଣରେ ଆଜିର ଦିନରେ ଶିକ୍ଷାର ଆବଶ୍ୟକତା ନିହାତି ଜରୁରୀ ସେନେଇ ପିଲାମାନଙ୍କୁ ଉଚିତ ଶିକ୍ଷା ସହ ସାମାଜିକ ସଂସ୍କାର,ସଂସ୍କୃତି ଜ୍ଞାନ ସମ୍ବନ୍ଧରେ ଅବଗତ କରିବା ନିହାତି ଜରୁରୀ ବୋଲି କହିଛନ୍ତି।ଏଥିସହିତ ଆଗାମୀ ଦିନରେ ଶିକ୍ଷାପ୍ରଣାଳୀର ବିକାଶ ଦିଗରେ ଯୁବସମାଜ ପ୍ରେରିତ ହୋଇ ବିଦ୍ୟାଳୟର ସମୃଦ୍ଧି ସୁଦୃଢ କରିବାନେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଦାଶ ମତପୋଷଣ କରିଥିଲେ।ବିଗତ ଦିନରେ ସମସ୍ତ ଅଭିଭାବକ ମାନେ ସାମଗ୍ରୀକ ଭାବେ ସକରାତ୍ମକ ମନୋଭାବ ପୋଷଣ କରି ପରିବାର ସଦସ୍ୟଙ୍କ ଭଳି ଅନୁଷ୍ଠାନ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ସହାନୁଭୂତିର ସହ ପୂର୍ଣ୍ଣ ସହଯୋଗ କରିଥିବା ବେଳେ ଆଗାମି ଶିକ୍ଷାବର୍ଷ ଉର୍ଣ୍ଣତମାନ କରିବାନେଇ ବିଦ୍ୟାଳୟର ପ୍ରତିଷ୍ଠାତା ଶ୍ରୀ ମହାପାତ୍ର କହିଛନ୍ତି।ସାନ୍ଧ୍ୟ ଅଧିବେସନରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।ଏଥିସହିତ ମେଧାବୀ ଛାତ୍ରଛାତ୍ରୀ ଏବଂ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ଵ ଅର୍ଜନ କରିଥିବା ପ୍ରତିଭାମାନଙ୍କୁ ପରୁସ୍କୃତ କରାଯାଇଥିଲା।ଉକ୍ତ କାର୍ଯ୍ୟକ୍ରମରେ ଅଭିଭାବକ, ଶୁଭେଚ୍ଛୁବୃନ୍ଦ,ଶିକ୍ଷକ ଶିକ୍ଷୟିତ୍ରୀ,କର୍ମଚାରୀ ଏବଂ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ।
ବ୍ୟୁରୋ ଅଫ ସଂଘର୍ଷ ଟିଭି