-
ଶେରଗଡ଼- ଶେରଗଡ ବ୍ଲକ ସୁନାନ୍ତର ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଘଟିଥିବା ଗଣ୍ଡଗୋଳକୁ ନେଇ ଅଭିଯୁକ୍ତମାନଙ୍କୁ ଗିରଫ କରିଛି ଶେରଗଡ ପୋଲିସ।ଏହାକୁ ବିରୋଧ କରି କିଛି ମହିଳା ମାନେ ଗିରଫ ନିରଞ୍ଜନ ଜେନା ଓରଫ କଳିଆ ଜଣେ ନିର୍ଦୋଷ ବ୍ୟକ୍ତି ତେଣୁ ତାଙ୍କୁ ଛାଡିବାକୁ ଦାବିରେ ଧାରଣା ରେ ବସିଛନ୍ତି।ଅନ୍ୟପଟେ ଗ୍ରାମ ସୁନାନ୍ତର ରାଜରାସ୍ତାରେ ରାସ୍ତାରୋକ କରିଛନ୍ତି।ପରିସ୍ଥିତି ଉପରେ ପୋଲିସ କଡ଼ା ନଜର ରଖି ଆଗୁଆ ପଦକ୍ଷେପ ସକାଶେ ଆସିକା ଉପଖଣ୍ଡ ପୋଲିସ ଅଧିକାରୀ ଉମା ଶଙ୍କର ସିଂ ଙ୍କ ନେତୃତ୍ୱରେ ଶେରଗଡ ଥାନାରେ ଆସିକା, ଗଙ୍ଗାପୁର,କୋଦଳା, ବେଗୁନିଆପଡା,ସୋରଡା,ଧରାକୋଟ ଅଧିକାରୀ ସମେତ ସଶସ୍ତ୍ର ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି।
ପ୍ରକାଶ ଥାଉକି ଗତ ୨ ଦିନ ତଳେ ସୁନାନ୍ତର ଗ୍ରାମରେ ଦୁଇ ଗୋଷ୍ଠୀ ମଧ୍ୟରେ ଠେଙ୍ଗା ଓ ମାରଣାସ୍ତ୍ର ରେ ଗଣ୍ଡଗୋଳ ହୋଇଥିଲା।ଏଥିରେ ଉଭୟ ଗୋଷ୍ଠୀର ୭ଜଣ ଆହତ ହୋଇଛନ୍ତି।ସରପଞ୍ଚ ରାଜେଶ ଜେନା ସହ ଅନ୍ୟମାନେ ଆହତ ହୋଇଥିବା ବେଳେ ଅପର ଗୋଷ୍ଠୀର ୫ ଆହତ ହୋଇଛନ୍ତି।ସରପଞ୍ଚ ଙ୍କ ବାପା ନିରଂଜନଙ୍କୁ ମଧ୍ୟ ପୋଲିସ ଗିରଫ କରିଛି ଯେଉଁଥି ପାଇଁ ଏହି ଧାରଣା କରାଯାଇ ତାଙ୍କୁ ଛାଡିବାକୁ ଦାବି ହୋଇଛି।ଅପରପକ୍ଷରେ ପୋଲିସର ପ୍ରତିକ୍ରିୟା ମିଳିନି।