//BREAKING//
Loading...

ଭେଟନଇ ଠାରେ ବିଧାୟିକାଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପର ଶୁଭ ଉଦଘାଟନ ଓ ଭିତି ପ୍ରସ୍ଥର ସ୍ଥାପନ ।

ଆସିକା,୨୯/୫- ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ଭେଟନଇ ଗ୍ରାମ ଠାରେ ଆଜି ବିଧାୟିକା ମଞ୍ଜୁଳା ସ୍ୱାଇଁ ବିଭିନ୍ନ ପ୍ରକଳ୍ପର ଶୁଭ ଉଦଘାଟନ ଓ ଭିତିପ୍ରସ୍ଥର ସ୍ଥାପନ କରିଥିବା ଜଣାଯାଇଛି । ଏନେଇ ଦିନ ପ୍ରାୟ ୧୦ ଘଟଂ ସମୟରେ ଭେଟନଇ ଠାରେ ବିଧାୟିକା ମଞ୍ଜୁଳା ସ୍ୱାଇଁଙ୍କୁ ପୁଷ୍ପଗୁଛ ଦେଇ ସ୍ୱାଗତ ସରପଚଂ ନମିିତା ଜେନା ସ୍ୱାଗତ ସମ୍ଭର୍ଦ୍ଧନା କରିଥିଲେ । । ଏହାପରେ ପଚାଂୟତ କାର୍ଯ୍ୟାଳୟ ପରିସର ଠାରେ ଗ୍ରାମ ପଚାଂୟତ ସୁବିଧା ଗୃହକୁ ବିଧାୟିକା ମଞ୍ଜୁଳା ସ୍ୱାଇଁ ଶୁଭ ଉଦଘାଟନ କରିଥିଲେ । ଏହି ଗୃହର ବ୍ୟୟ ଅଟକଳ ୧୦ ଲକ୍ଷ ଟଙ୍କା ରହିଛି । ଏହି କାର୍ଯ୍ୟକ୍ରମରେ ସମ୍ମାନୀୟ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷା ଏସ.ରେଶମା ଦୋରା ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ସରପଚଂ ନମିତା ଜେନା ପରିଚାଳନା କରିଥିବା ବେଳେ କନିଷ୍ଠ ଯନ୍ତ୍ରୀ ତାରିଣି ପ୍ରସାଦ ସାହୁ,ପିଇଓ ସୁଶାନ୍ତ କୁମାର ଗୈାଡ ଏବଂ ଜିଆରଏସ ବିଷ୍ଣୁ ପ୍ରସାଦ ପାଣିଗ୍ରାହି ଯୋଗ ଦେଇ ପରିଚାଳନାରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ । ସେହିଭଳି ଭେଟଇନ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ନିକଟରେ ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ରକୁ ବିଧାୟିକା ମଞ୍ଜୁଳା ସ୍ୱାଇଁ ଶୁଭ ଉଦଘାଟନ କରିଥିଲେ । ଏଥିରେ ୮ ଲକ୍ଷ ଟଙ୍କା ବ୍ୟୟ ଅଟକଳ ରହିଛି । ଗହଙ୍ଗୁ ମଣ୍ଡଳ ଭେଟନଇ ପଲ୍ଲୀ ଠାରେ ନିଖୀଳ ଉତ୍କଳ ଆଳୀୟ ଖଣ୍ଡାୟତ ସମାଜ ଗୃହକୁ ବିଧାୟିକା ମଞ୍ଜୁଳା ସ୍ୱାଇଁ ଭିତି ପ୍ରସ୍ଥର ସ୍ଥାପନ କରିଥିଲେ । ଏହା ୪ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହେବ । ଏହି ଅବସରରେ ଏକ ସଭା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା । ଏହି ସଭା କାର୍ଯ୍ୟକ୍ରମ ସରପଚଂଙ୍କ ପୈାରହିତ୍ୟରେ ଅନୁଷ୍ଟିତ ହୋଇଥିବା ବେଳେ ବ୍ଲକ ବିଜେଡି ସଭାପତି ରାଜେଶ କୁମାର ପଟ୍ଟନାୟକ ପରିଚାଳନା କରିଥିଲେ । ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାକୁ କିଭଳି ଲୋକାଭିମୁଖୀ ସେନେଇ ଲୋକଙ୍କୁ ସୂଚନା ପ୍ରଦାନ କରାଯାଇଥିଲେ । ଏ ସରକାର ଲୋକଙ୍କ ଉଦ୍ଧେଶ୍ୟରେ ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସମସ୍ତ ଯୋଜନା ଆଣିଛନ୍ତି ବୋଲି ବିଧାୟିକା ମଞ୍ଜୁଳା ସ୍ୱାଇଁ ନିଜ ବକ୍ତବ୍ୟରେ କହିଥିଲେ । ଏହି କାର୍ଯ୍ୟକ୍ରମରେ ବିଧାୟିକା ମଞ୍ଜୁଳା ସ୍ୱାଇଁ,ବ୍ଲକ ଉପାଧ୍ୟକ୍ଷା ଏସ.ରେଶମା ଦୋରା,ସରପଚଂ ନମିତା ଜେନା,ବ୍ଲକ ବିଜେଡି ସଭାପତି ରାଜେଶ ପଟ୍ଟନାୟକ,ବରିଷ୍ଠ ବିଜେଡି ନେତା ଅଭିମନ୍ୟୁ ନାୟକ,ପୂର୍ବତନ ସରପଚଂ ନନ୍ଦ କୁମାର ବିଷୋୟୀ,ଜିଲ୍ଲା ପରିଷଦ ବି.ମନୋଜ କୁମାର ଦୋରା,ବିଜେଡି ନେତା ଅନିଲ କୁମାର ନାୟକ,ଯୁବ ନେତା ପ୍ରତାପ ଚନ୍ଦ୍ର ପ୍ରଧାନ,ଅନ୍ୟତମ ଯୁବ ବିଜେଡି କାଳୁଚରଣ ପାତ୍ର,ଟୁକୁନା ନାହକ,ଟୁଲୁ ଜେନା,ଆଳିୟ ସମାଜ ସଭାପତି ଭାସ୍କର ନାହକ,ଏସ.ମୋହନ ରାଓ ଦୋରା,ମହେଶ୍ୱର ସାହୁ,ଜି.ପ୍ରଦିପ ପାତ୍ର,ଏସ.ଲକ୍ଷ୍ମୀ ନାରାୟଣ ଦୋରା,କୃଷ୍ଣ ଚନ୍ଦ୍ର ଗୈାଡ,ସଞ୍ଜୟ ବେହେରା,ପିତବାସ ନାହକ ସମେତେ ବହୁ ବିଜେଡି କର୍ମୀ ଓ ମାନ୍ୟଗଣ ବ୍ୟକ୍ତି ଯୋଗ ଦେଇ କାର୍ଯ୍ୟକ୍ରମକୁ ସଫଳ ରୁପାୟନ କରିଥିଲେ ।

Post a Comment

Previous Post Next Post

ଆରମ୍ଭ ମାତ୍ର ସଙ୍ଘର୍ଷ ଟିଭି

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe