ଆସିକା, ତା୨୯/୦୫. ସି.ପି.ଆଇ(ଏମ୍ ଏଲ୍)ରେଡଷ୍ଟାର ଗଞ୍ଜାମ ଜିଲ୍ଲା କମିଟି ଆନୁକୂଲ୍ୟରେ ଆସିକା ଟାଉନ୍ ହଲରେ ଆସିକା ଲାଲ୍ ମାଟିର ଲଢ଼ୁଆ ପୁଅ କମ୍ରେଡ ଶିବରାମଙ୍କ ଦ୍ବିତୀୟ ମୃତ୍ୟୁ ବାର୍ଷିକୀରେ ସ୍ମରଣ କରି ଶ୍ରଦ୍ଧା ସୁମନ ଏବଂ ଜନଗଣଙ୍କ ସମସ୍ୟା ଓ ଆମ ସମ୍ମୁଖରେ ଆହ୍ବାନ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। କମ୍ରେଡ ଶିବରାମ ସର୍ବଭାରତୀୟ ସ୍ତରରେ ଜଣେ ଦକ୍ଷ ସଂଗଠକ ଏବଂ ସାଲିସ ବିହୀନ କମ୍ୟୁନିଷ୍ଟ ନେତା ଭାବେ ପରିଚିତ ଥିଲେ। ଛାତ୍ର ଜୀବନରୁ ସମସ୍ତ ତ୍ୟାଗ ସ୍ବୀକାର କରି ବିପ୍ଳବୀ କମ୍ୟୁନିଷ୍ଟ ଆଦର୍ଶରେ ନିଜକୁ ଗଢିତୋଳିଥିଲେ। ଜାତୀୟ ବିପ୍ଳବ ବାହିନୀ ଗଠନ କରି ଯୁବକ ମାନଙ୍କୁ ସଂଗଠିତ କରି ବ୍ୟବସ୍ଥା ବିରୁଦ୍ଧରେ ସଂଘର୍ଷ ଆରମ୍ଭ କରି ସମସ୍ତଙ୍କ ପ୍ରିୟପାତ୍ର ହେବା ସହ ବିପ୍ଳବୀ କମ୍ୟୁନିଷ୍ଟ ପାର୍ଟି ର ରାଜ୍ୟ ସମ୍ପାଦକ ଏବଂ ଆମ ରାଜ୍ୟର ରାଜଧାନୀ ରେ ୯ମ ମହା ଅଧିବେଶନ ସଫଳତାର ସହ ଆୟୋଜନ କରି ପାର୍ଟି ର ପଲିଟିବ୍ୟୁରୋ ସଦସ୍ୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ନିଜର ନେତୃତ୍ୱ କୁ ପ୍ରତିଷ୍ଠା କରିପାରିଥିଲେ। ବସ୍ତି ବାସିନ୍ଦାଙ୍କୁ ସଂଗଠିତ କରି ବସ୍ତି ସୁରକ୍ଷା ମଞ୍ଚ ଗଠନ କରିବା ସହ ସମ୍ମାନ ର ସହ ବଞ୍ଚିବା ପାଇଁ ଅନେକ ସାଲିସ ବିହୀନ ଲଢେଇ କରି ସଫଳ ହୋଇପାରିଥିଲେ। ଅସଂଗଠିତ ଶ୍ରମିକମାନଙ୍କ ଅଧିକାର ଆନ୍ଦୋଳନ କୁ ସୁସଂଗଠିତ କରିବା ସହ ମିଳିତ ଜନ ଆନ୍ଦୋଳନକୁ ପରିଚାଳନା କରିବା ରେ ସେ ଥିଲେ ସୁପରିଚିତ। ଏଭଳି ଦକ୍ଷ ନେତୃତ୍ବର ଅନେକ ଆବଶ୍ୟକତା ଥିବା ସମୟରେ କରୋନା ମହାମାରୀର କରାଳ ଗ୍ରାସରେ ଗତ ୨୮ ମଇ ୨୦୨୧ରେ ମାତ୍ର ୪୮ ବର୍ଷରେ ଅକାଳ ମୃତ୍ୟୁବରଣ କରିଥିଲେ। ଚିନିଶିଳ୍ପ ନୂଆଗାଁ ର ଏକ ଶ୍ରମଜୀବୀ ପରିବାର ମା ଦେବକୀ ଏବଂ ପିତା ଶୁକଦେବ ଙ୍କ ଗର୍ଭରେ ଜନ୍ମଗ୍ରହଣ କରି ତାଙ୍କ ତ୍ୟାଗ ଓ ନିଷ୍ଠା ଯୋଗୁଁ ସମସ୍ତଙ୍କର ପ୍ରେରଣାର ଉତ୍ସ ହୋଇଛନ୍ତି। ଏକ ମିନିଟ ନୀରବତା ଅବଲମ୍ବନ କରିବା ସହ କମ୍ରେଡ ଶିବରାମଙ୍କ ତୈଳ ମୂର୍ତ୍ତିରେ ପୁଷ୍ପ ଗୁଛ ପ୍ରଦାନ କରି ସଭା ଆରମ୍ଭ ହୋଇଥିଲା। ଗଣସଂଘର୍ଷ ଜରିଆରେ ଆନ୍ଦୋଳନ କୁ ସୁସଂଗଠିତ କରିବା ଏବଂ କମ୍ୟୁନିଷ୍ଟ ପାର୍ଟି କୁ ସାରା ରାଜ୍ୟରେ ପ୍ରତିଷ୍ଠା କରିପାରିଲେ ଶିବରାମଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହୋଇପାରିବ ବୋଲି ବରିଷ୍ଠ ଆଇନଜୀବି କେ ସୁବ୍ରମଣ୍ୟମ ରାଓ ମତ ଉପସ୍ଥାପନ କରିଥିଲେ। ଆଜିର ଦୁନିଆରେ ଏପରି ଦରଦୀ ମଣିଷ ମିଳିବା ବହୁ କମ୍ ବୋଲି ରବିନ୍ଦ୍ର ମଲ୍ଲ ମତ ପୋଷଣ କରିଥିଲେ। ସି ପି ଆଇ (ଏମ୍ ଏଲ୍)ରେଡଷ୍ଟାର ର ପଲିଟିବ୍ୟୁରୋ ସଦସ୍ୟ ସୁବିସ୍ତାରିତ ଭାବେ ଆଲୋଚନା କରିଥିଲେ ଜନଗଣଙ୍କ ସହ ମିଶି ଜନଗଣଙ୍କ ସମସ୍ୟା ର ସମାଧାନ କରିବା ଜଣେ ପ୍ରକୃତ ମଣିଷ ର ଦାୟିତ୍ଵ କିନ୍ତୁ ଆଜି ର ସରକାର ଏସମସ୍ତ ଠାରୁ ବହୁ ଉର୍ଦ୍ଧ୍ବରେ, ଜନଗଣଙ୍କୁ ଅଧିକ ରୁ ସମସ୍ୟା ଜର୍ଜରିତ କରିବା ପାଇଁ ରଣନୀତି ଆପଣାଇ ଚାଲିଛନ୍ତି । ବିଜେପି ଏବଂ ବିଜେଡି ତାହାର ଜ୍ୱଳନ୍ତ ଉଦାହରଣ। ଆମକୁ ଏବ୍ୟବସ୍ଥଆକଊ ବୁଝି ସଂଘର୍ଷ କରିବା କୁ ହେବ ଏବଂ ଆମକୁ କମ୍ୟୁନିଷ୍ଟ ପାର୍ଟି ନେତୃତ୍ୱ ରେ ଏକାଠି ହେବାକୁ ହେବ ବୋଲି ମତବ୍ୟକ୍ତ କରିଥିଲେ। ସମସ୍ତଙ୍କ ବକ୍ତବ୍ୟ ଶୁଣିବା ପରେ ବିଜେପି ର ଅମାନବୀୟ ଚେହେରା ଓ କୁସ୍ତି ଯୋଦ୍ଧା ପ୍ରତି ଅନ୍ୟାୟ ବିରୋଧରେ ଆମ୍ଭ ଦୃଢ଼ତାର ସହ ଠିଆହେବୁ ଏବଂ ଯୌନ ପିପାସୁ ବ୍ରିଜ ଭୁଷଣକୁ ତୁରନ୍ତ ଗିରଫ ପାଇଁ ଦାବି କରିଥିଲେ।
ସି.ପି.ଆଇ(ଏମ୍ ଏଲ୍)ରେଡଷ୍ଟାର ଜିଲ୍ଲା ସମ୍ପାଦକ କମ୍ରେଡ ଶଙ୍କରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଆଲୋଚନା ସଭାରେ ପଲିଟିବ୍ୟୁରୋ ସଦସ୍ୟ କମ୍ରେଡ ତୁହିନ, ବରିଷ୍ଠ ଆଇନଜୀବି କେ ସୁବ୍ରମଣ୍ୟମ ରାଓ, ବସ୍ତି ସୁରକ୍ଷା ମଞ୍ଚର ସଭାନେତ୍ରୀ କମ୍ରେଡ ହେନା, ଅଖିଳ ଭାରତ କ୍ରାନ୍ତିକାରୀ ମହିଳା ସଂଗଠନ ର ଜିଲ୍ଲା ସମ୍ପାଦିକା ତଥା ପାର୍ଟି ରାଜ୍ୟ କମିଟି ସଦସ୍ୟା ପେଦିନୀ ପାର୍ବତୀ, ଜିଲ୍ଲା କମିଟି ସଦସ୍ୟ ତଥା ଆସିକା ବ୍ଳକ କମିଟି ସମ୍ପାଦକ ରାମଚନ୍ଦ୍ର ବାଡତ୍ୟା, ଆଦିବାସୀ ଭାରତ ମହାସଭା ର ରାଜ୍ୟ ନେତା ଟୁନା ମଲ୍ଲିକ, ନିର୍ମାଣ ଶ୍ରମିକ ନେତା ଗୌତମ, କ୍ରାନ୍ତିକାରୀ କୃଷକ ସଭା ର ଅକ୍ଷୟ କୁମାର ସାହୁ ଏବଂ ରମେଶ ଚନ୍ଦ୍ର ପରିଡା, ଟିୟୁସିଆଇ ନେତା ଯୋଗେନ୍ଦ୍ର, ସମ୍ଭାବନା ର ସମ୍ପାଦକ ରବୀନ୍ଦ୍ର ମଲ୍ଲ, କମ୍ରେଡ ଶିବରାମ ଙ୍କ ଝିଆରୀ ତନୟା ଆଦି ଆଲୋଚନା ରେ ଅଂଶ ଗ୍ରହଣ କରିବା ସହ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ।