//BREAKING//
Loading...

ଦିଗପହଣ୍ଡି ଅଞ୍ଚଳର ୪୩ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସାର୍ଟିଫିକେଟ ଯାଞ୍ଚ ପାଇଁ ଅଭିଯୋଗ ଦାଖଲ।



ବ୍ରହ୍ମପୁର,୧୮/୦୫ - ( ଆରତ କୁମାର ହୋତା ) -:- ଦିଗପହଣ୍ଡି ଅଞ୍ଚଳର ୪୩ ଜଣ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ସାର୍ଟିଫିକେଟ ଯାଞ୍ଚ ପାଇଁ ଅଭିଯୋଗ ଦାଖଲ ହୋଇଛି। ସାମାଜିକ କର୍ମୀ ସମରଜିତ୍ ମହାନ୍ତି ସାର୍ଟିଫିକେଟ ତଦନ୍ତ ପାଇଁ ଅଭିଯୋଗ କରିଛନ୍ତି। ଗଞ୍ଜାମ ଜିଲ୍ଲାରେ ଜାଲ୍ ସାର୍ଟିଫିକେଟ ଦେଇ ଶତାଧିକ ଶିକ୍ଷକ ଓ ଶିକ୍ଷୟତ୍ରୀ ନିଯୁକ୍ତି ପାଇଛନ୍ତି। ଗଞ୍ଜାମ ଜିଲ୍ଲାରେ ୪ବର୍ଷ ହେଲା ତଦନ୍ତ ସରୁନାହିଁ। ଅଭିଯୋଗ ବଢି ବଢି ଚାଲିଛି । ଶ୍ରୀ ମହାନ୍ତି ଦିଗପହଣ୍ଡି ଅଞ୍ଚଳର ୪୩ ଜଣଙ୍କ ସାର୍ଟିଫିକେଟ ତଦନ୍ତ କରି ସେଥି ମଧ୍ଯରୁ ଯେଉଁମାନଙ୍କ ଜାଲ୍ ଚିହ୍ନଟ ହେବ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ମୁଖ୍ୟମନ୍ତ୍ରୀ,ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ, ମୁଖ୍ଯ ଶାସନ ସଚିବ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ସଚିବ, ରାଜ୍ଯ ପ୍ରକଳ୍ପ ସଂଯୋଜକ,ଓପେପା, କ୍ରାଇମବ୍ରାଞ୍ଚ,ଏସପି ଭିଜିଲାନ୍ସ, ଏସପି ବ୍ରହ୍ମପୁର, ଜିଲ୍ଲାପାଳ ଗଞ୍ଜାମ, ଡିଇଓ ଓ ଡିପିସି ଗଞ୍ଜାମଙ୍କୁ ଲିଖିତ ଅଭିଯୋଗ ଦେଇଛନ୍ତି। ଗଞ୍ଜାମ ଜିଲ୍ଲା ଶିକ୍ଷା ବିଭାଗର କାର୍ଯ୍ଯଶୈଳୀ ସରକାରକୁ ବଦନାମ କଲାଭଳି ପରିସ୍ଥିତି ସୃଷ୍ଟି କଲାଣି। ଜାଲ୍ ସାର୍ଟିଫିକେଟ ତଦନ୍ତ ପାଇଁ ଏକ ସମୟ ସୀମା ଧାର୍ଯ୍ୟ କାରାଯାଉ। ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ତଦନ୍ତ ନସରିଲେ ବିଇଓ ଓ  ଡିଇଓଙ୍କୁ ଉତ୍ତର ଦାୟୀ କରାଯାଇ ତାଙ୍କ ବିରୁଦ୍ଧରେ ବିଭାଗୀୟ ଓ ଆଇନଗତ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି।

Post a Comment

Previous Post Next Post

ଆରମ୍ଭ ମାତ୍ର ସଙ୍ଘର୍ଷ ଟିଭି

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe