ଧରାକୋଟ,25/5/23
ଧରାକୋଟ ଗଡର ଜଗନ୍ନାଥ ମନ୍ଦିରରେ ପୂଜା ପାଉଥିବା ତିନି ଠାକୁରଙ୍କ ମଧ୍ୟରୁ ସୁଭଦ୍ରା ଙ୍କର ସେବକ ଚିତ୍ରକାର ରାଜେନ୍ଦ୍ର ମହାପାତ୍ରଙ୍କର ଆଜି ହୃଦଘାତ ରେ 54 ବର୍ଷ ବୟସରେ ଅକାଳ ରେ ମୃତ୍ୟୁ ଘଟିଛି । ଧରାକୋଟ ବଡଦାଣ୍ଡ ସାହି ନିବାସୀ ପୂର୍ଣ୍ଣବାସୀ ମହାପାତ୍ର ଓ ସୁରେନ୍ଦ୍ର ମହାପାତ୍ରଙ୍କର ସେ ଥିଲେ ଏକ ମାତ୍ର ପୁତ୍ର। ଧରାକୋଟ ଗଡର ଜଗନ୍ନାଥ ମନ୍ଦିରର ତିନି ଠାକୁରଙ୍କ ସେବା ସହ ଦେବ ସ୍ନାନ ପୂର୍ଣ୍ଣିମା ପରେ ଅଣସର ଘରୁ ଠାକୁର ଜ୍ୱରରୁ ଉଠିବା ପରେ ସେମାନଙ୍କ ଚିତ୍ର ଆଙ୍କିବା ପାଇଁ ରାଜା ପୁରୀରୁ ଚିତ୍ରକାର ସ୍ବର୍ଗତ ଶଙ୍ଖ ମହାପାତ୍ରଙ୍କୁ ଧରାକୋଟ ଆଣିଥିଲେ । ତାଙ୍କର ତିନିପୁତ୍ର ଯୋଗେନ୍ଦ୍ର,ଦେବେନ୍ଦ୍ର ଓ ସୁରେନ୍ଦ୍ର ସଂପ୍ରତି ତିନି ଠାକୁରଙ୍କ ସେବା ରେ ନିୟୋଜିତ ହୋଇ ରହିଛନ୍ତି । ବାପା ସୁରେନ୍ଦ୍ର ବାର୍ଦ୍ଧକ୍ୟ ଅବସ୍ଥାରେ ପହଞ୍ଚିବା ଯୋଗୁଁ ପୁଅ ରାଜେନ୍ଦ୍ର ନୀତି ନିୟମ ପ୍ରକାରେ ଠାକୁରଙ୍କୁ ଚିତ୍ରିତ କରୁଥିଲେ । ଏହା ଛଡା ଦେବସ୍ନାନ ପୂର୍ଣ୍ଣିମା ପରେ ସୁରେନ୍ଦ୍ରଙ୍କ ଘରୁ ପଟଚିତ୍ର ଯିବାପରେ ପଟ ଦିଅଁ ମାନେ ପୂଜା ପାଉଥିବା ବିଧି ଏବେ ମଧ୍ୟ ରହିଛି। ଯୁବ ଚିତ୍ରକାର ରାଜେନ୍ଦ୍ର ବାପାଙ୍କ ସହ ମିଶି କାଠ, ପଥର,ସିମେଣ୍ଟ ର ମୂର୍ତ୍ତି ନିର୍ମାଣ ସହ ନିଜେ ମନ୍ଦିର, ମୂର୍ତ୍ତି, ତୋରଣ, ମୁଖଶାଳା ଆଦି ନିର୍ମାଣ କରୁଥିଲେ । ତାଙ୍କର ନିର୍ମାଣ କାର୍ଯ୍ୟ ମଧ୍ୟରେ ସୋରଡ଼ା ହନୁମାନ ବିଗ୍ରହ,ହନୁମାନ ଦ୍ଵାରା ହନୁମାନ ବିଗ୍ରହ, ଧରାକୋଟ ସ୍ଵପ୍ନେଶ୍ୱର ମନ୍ଦିର ମୁଖଶାଳା, ତାରା ତାରିଣୀ ମନ୍ଦିର ମୁଖଶାଳା, ବରଡ଼ାବିଲି ଶିବ ମନ୍ଦିର, ସିଦ୍ଧନଇ ଜଗନ୍ନାଥ ମନ୍ଦିର, ଟିକିରି ଜଗନ୍ନାଥ ମନ୍ଦିର ଅନ୍ୟତମ । ଆଜି ସେ ସବୁଦିନ ପରି ସିଦ୍ଧନଇ ଗ୍ରାମର ଜଗନ୍ନାଥ ମନ୍ଦିରରେ ନିର୍ମାଣ କାର୍ଯ୍ୟ କରୁଥିବା ବେଳେ ହଠାତ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ କାମ ବନ୍ଦ କରି ଘରକୁ ଫେରିଥିଲେ । ଏହା ପରେ ତାଙ୍କୁ ପ୍ରଥମେ ଧରାକୋଟ ମେଡିକାଲ ଓ ପରେ ଆସିକା ମେଡିକାଲ କୁ ନିଆଯାଇଥିଲା। ସେଠାରେ ହୃଦଘାତ ରେ ତାଙ୍କର ମୃତ୍ୟୁ ହୋଇଥିଲା । ମୃତ ରାଜେନ୍ଦ୍ରଙ୍କ ଦୁଇଟି ଛୋଟ ଝିଅ ଅଛନ୍ତି । ତାଙ୍କର ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।