ଆସିକା ବ୍ଲକ ଖଣ୍ଡଦେଉଳି ପଞ୍ଚାୟତ ଗ୍ରାମରେ ନିର୍ମାଣ ହେବାକୁ ଥିବା ରାମେଶ୍ୱରଙ୍କ ନୂତନ ମନ୍ଦିର ଭିତ୍ତି ପ୍ରସ୍ତର କାର୍ଯ୍ୟକ୍ରମରେ ଯୋଗଦେଇ ନଗର ବିଜେଡି ସଭାପତି ସତ୍ୟନାରାୟଣ ସ୍ୱାଇଁ ଏକ ଲକ୍ଷ ପାଞ୍ଚ ହଜାର ଟଙ୍କା ସହଯୋଗ କରିଛନ୍ତି.ଜଣେ ସମାଜସେବୀ ତଥା ଅଭିଜ୍ଞ ନେତା ଭାବରେ ସେ ଆସିକା ନିର୍ବାଚନ ମଣ୍ଡଳୀରେ ବେଶ ଚର୍ଚ୍ଚିତ ଚେହେରା. ମନ୍ଦିର ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ ହେବା ନିମନ୍ତେ ସେ ଏହି ସହଯୋଗ କରିଛନ୍ତି ଓ ମନ୍ଦିର ପ୍ରତିଷ୍ଠା ସମୟରେ ଗୋଟିଏ ଦିନର ଅନ୍ନ ପ୍ରସାଦ ଖର୍ଚ୍ଚ ବହନ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି. ଜଣେ ଦକ୍ଷ ରାଜନୀତିଜ୍ଞ ତଥା ସମାଜସେବୀ ଭାବରେ ଆସିକା ବିଜେଡିରେ ସ୍ୱତନ୍ତ୍ର ଛାପ ସୃଷ୍ଟି କରିପାରିଛନ୍ତି. ପିଲାଟି ଦିନରୁ ସମାଜସେବା ପ୍ରତି ଆଗ୍ରହୀ ଥିବା ସତ୍ୟନାରାୟଣ ସ୍ୱାଇଁ ବର୍ତ୍ତମାନ ଜଣେ ଧୂରୀଣ ରାଜନେତା ଭାବେ ପ୍ରତିଷ୍ଠିତ ହୋଇପାରିଛନ୍ତି. ଆଗାମୀ 2024 ବିଧାନସଭା ନିର୍ବାଚନରେ ଆସିକା ବିଧାୟକ ପାର୍ଥି ହେବେ ବୋଲି ଜନସାଧାରଣରେ ଚର୍ଚ୍ଚା ଜୋର ଧରିଛି.