//BREAKING//
Loading...

ବିନା ସୂଚନା ଫଳକରେ ଚାଲିଛି ଡ୍ରେନେଜ କାମ, ନିମ୍ନ ମାନର କାମ ଅଭିଯୋଗ


ଆସିକା ବ୍ଲକ ଗଙ୍ଗାପୁର ପଞ୍ଚାୟତ ଗହିର ନାଳରେ ଡ୍ରେନେଜ ବିଭାଗ ପକ୍ଷରୁ ଚାଲିଛି ବଡ ଘୋଟଲା.ସାହସପୁର ଠାରୁ ବାହାରି ମଙ୍ଗଳ ପୁର ପର୍ଯ୍ୟନ୍ତ ଯାଇଛି ଉକ୍ତ ନାଳ.ଏହି ନାଳ ଉପରେ ସାହସପୁର, ମଙ୍ଗଳପୁର, ଗଙ୍ଗାପୁର ଅଞ୍ଚଳର ଶହ ଶହ ଚାଷୀ ନିର୍ଭର କରନ୍ତି.ଏହି ନାଳର ମଝିରେ ମଝିରେ କଲଭର୍ଟ ହେବା ସହିତ ବ୍ରିଜ ନିର୍ମାଣ କାମ ଜାରିରହିଛି. କୃଷି କାର୍ଯ୍ୟ ନିମନ୍ତେ ଟ୍ରାକ୍ଟର ଓ ଚାଷୀ ମାନଙ୍କ ଯାତାୟତ ପାଇଁ ଏକ ବ୍ରିଜ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ବିନା ନାମ ଫଳକରେ ନିର୍ମାଣ କାମ ଚାଲିଛି. ରାଜେନ୍ଦ୍ର ପାତ୍ର ନାମକ ଠିକାଦାର ଉକ୍ତ କାର୍ଯ୍ୟ କରୁଥିବା ବେଳେ କାମ ସମ୍ପର୍କରେ ତଥ୍ୟ ପଚାରିବାରୁ ଠିକାଦାର ଜଣକ କୌଣସି ତଥ୍ୟ ପ୍ରଦାନ କରିନଥିଲେ. ଅଧାରୁ ଅଧିକା କାମ ଯାଇଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ କାହିଁକି ସୂଚନା ଫଳକ କାହିଁକି ଲାଗିନି ପଚାରିବାରୁ ଠିକାଦାର ଜଣଙ୍କ ଫଳକ ଲଗାଯାଇନାହଁ ବୋଲି ସ୍ୱୀକାର କରିବା ସହିତ ଏ ସମ୍ପର୍କରେ ବିଭାଗୀୟ ଯନ୍ତ୍ରୀ ସହିତ କଥା ହୁଅନ୍ତୁ ବୋଲି କହିଥିଲେ. ବହୁଦିନ ଧରି ଏହି ନାଳ ସମସ୍ୟା ଘେରରେ ଥିଲେ ମଧ୍ୟ ସଠିକ କାମ କରାଯାଉନାହିଁ ବୋଲି ଅଭିଯୋଗ କରିଥିଲେ ସ୍ଥାନୀୟ ବାସିନ୍ଦା.ଡ୍ରେନେଜ ବିଭାଗୀୟ ସହକାରୀ ଯନ୍ତ୍ରୀଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ କୌଣସି ଉତ୍ତର ମିଳିନାହିଁ.କୋଟି କୋଟି ଟଙ୍କା ବ୍ୟୟରେ ଏହିଭଳି ବିଭିନ୍ନ ପ୍ରକଳ୍ପ ହେଉଥିବା ବେଳେ ଠିକାଦାର ଓ ବିଭାଗୀୟ ଯନ୍ତ୍ରୀ ମଧ୍ୟରେ ମଧୁଚନ୍ଦ୍ରିକା କାରଣରୁ ନିମ୍ନ ମାନର କାମ କରି ଟଙ୍କା ଆତ୍ମସାତ କରୁଥିବା ଏଥିରୁ ସ୍ପଷ୍ଟ ଜଣାପଡୁଛି. ବିନା ସୂଚନା ଫଳକରେ ଏହିଭଳି ଅନେକ କାମ ହେଉଥିବା ଜନସାଧାରଣରେ ଅଭିଯୋଗ ହେଉଛି.ଶୀଘ୍ର କାମ ସାରିବା ପାଇଁ ସ୍ଥାନୀୟ ଚାଷୀ ମାନେ ବିଭିନ୍ନ ସମୟରେ ଠିକାଦାର ଓ ବିଭାଗୀୟ ଯନ୍ତ୍ରୀ ମାନଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ.

Post a Comment

Previous Post Next Post

ଆରମ୍ଭ ମାତ୍ର ସଙ୍ଘର୍ଷ ଟିଭି

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe