//BREAKING//
Loading...

ଚିଲିକା ବାଲୁଗାଁ ରୋଟାରୀ କ୍ଲବର ବଦାନ୍ୟତା

ବାଲୁଗାଁ ତା 31.05.2023- ଚିଲିକା -ବାଲୁଗାଁ ରୋଟାରୀ କ୍ଲବ ପକ୍ଷରୁ "ଜୟ ଅଫ ଗିଭିଂ " ଶୀର୍ଷକ ବଦାନ୍ୟତା କାର୍ଯ୍ୟକ୍ରମ ଅନୁଷ୍ଠାନର ସଭାପତି ରୋଟାରୀଆନ ଡକ୍ଟର କୈଳାଶ ଚନ୍ଦ୍ର ମହାରଣlଙ୍କ ସଭାପତିତ୍ୱରେ ଲିଟିଲ ୱାର୍ଲଡ଼ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭାରତୀୟ ଜଙ୍ଗଲ ପ୍ରଶାସନ ଅଧିକାରୀ ତଥା ତାମିଲନାଡୁ ସରକାରଙ୍କ ଜଙ୍ଗଲ ବିଭାଗ ପରାମର୍ଶଦାତା ରୋଟାରୀଆନ ଆଶୁତୋଷ ସାମନ୍ତସିଂହାର ଓ ସମ୍ମାନିତ ଅତିଥିଭାବେ ବରିଷ୍ଠ ଶିକ୍ଷାବିତ ରୋଟାରୀଆନ ପଞ୍ଚାନନ ପ୍ରଧାନ ଯୋଗଦେଇ ସାମ୍ପ୍ରତିକ ସମୟରେ ଚିଲିକା ହ୍ରଦର ସୁରକ୍ଷା, ଏହାର ଜୈବ ବିବିଧତାର ସଂରକ୍ଷଣ, ଚିଲିକାର ଚାରିପଟରେ ବୃକ୍ଷ ସୃଷ୍ଟି ଉପରେ ଗୁରୁତ୍ୱ ଦେବା ସହ ଚିଲିକାକୁ କିଛି ଦେଇପାରିଲେ ଆମ ଜୀବନ ଧନ୍ୟ ହୋଇପାରିବ l ଏହା ସହ ଆମ ଚାରିପଟର ଅଭାବୀ ମଣିଷଙ୍କ ଜୀବନ ଜୀବିକା ସହ ହାତ ବଢ଼ାଇ ପାରିଲେ ମାନବ ସେବା ହିଁ ଈଶ୍ୱର ସେବାର ଯଥାର୍ଥତା ପ୍ରତିପାଦିତ ହୋଇପାରିବ ବୋଲି ଅତିଥିମାନେ ବକ୍ତବ୍ୟ ପ୍ରଦାନ କରିଥିଲେ l ଏହି ଆଲୋଚନାଚକ୍ରରେ ପ୍ରାକ୍ତନ ସଭାପତି ସତ୍ୟନ୍ଦ୍ର ସ୍ୱାଇଁ, ଜାନକୀ ବଲ୍ଲଭ ପଟ୍ଟନାୟକ, ନମିତା ଝା, ସୁରେନ୍ଦ୍ର ସ୍ୱାଇଁ, ଗଜେନ୍ଦ୍ର ସେଠି, ଅକ୍ଷୟ କୁମାର ମହାପାତ୍ର, ତ୍ରିଲୋଚବ ବାରିକ ପ୍ରମୁଖ ଜୟ ଅଫ ଗିଭିଂ କାର୍ଯ୍ୟକ୍ରମରେ ଅଧିକ ଯୋଗ୍ୟ ହିତାଧିକାରୀଙ୍କୁ ଅନ୍ତର୍ଭୁକ୍ତ କରି କ୍ଲବର ବଦାନ୍ୟତାକୁ ପ୍ରସାରିତ କରିବା ପାଇଁ ପରାମର୍ଶ ଦେଇଥିଲେ l ଆଗାମୀ ଦିନରେ ଯୋଗ୍ୟ ହିତାଧିକାରୀଙ୍କୁ ସିଲେଇ ମେସିନ ଓ ହୁଇଲ ଚେୟାର ଦେବା ପାଇଁ ସ୍ଥିର କରାଯାଇଥିଲା l ଏହି ଅବସରରେ ଇଂଜନପୁର ଗ୍ରାମର ଯୋଗ୍ୟ ହିତାଧିକାରୀ ସୁଶ୍ରୀ ଶିବାନୀ ପଣ୍ଡାଙ୍କୁ ଜୀବିକା ଅର୍ଜନ ପାଇଁ ଏକ ୱେଟ ଗ୍ରାଇଣ୍ଡର ମୁଖ୍ୟ ଅତିଥି ଆଶୁତୋଷ ସାମନ୍ତ ସିଂହାରଙ୍କ ସମେତ ଅନ୍ୟ ଅତିଥିମାନେ ପ୍ରଦାନ କରିଥିଲେ l ଶେଷରେ ଚିଲିକା ରୋଟାରୀ କ୍ଲବର ସମ୍ପାଦିକା ଭାରତୀ ପୁଷ୍ପା ସିଂ ଅନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ l ବାଲୁଗାଁ ରୁ ସଂଗ୍ରାମ ରଣା ଙ୍କ ରିପୋର୍ଟ ସଂଘର୍ଷ ଟିଭି

Post a Comment

Previous Post Next Post

ଆରମ୍ଭ ମାତ୍ର ସଙ୍ଘର୍ଷ ଟିଭି

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe