ଆସିକା 01/06-ନି.ପ୍ର ଗଞ୍ଜାମ ଜିଲ୍ଲାର କବିସୂର୍ଯ୍ୟନଗର ଓ ଶେରଗଡ଼ ଠାରେ ନୂତନ କୋଠା ଉଦଘାଟନ ଉଦେଷ୍ୟରେ ଆସିଥିବା ଓଡିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟବିଚାତପତି ଡ.ଏସ ମୁରଲୀଧର। ଆସିକା ଠାରେ ନୂତନ କୋର୍ଟ ନିର୍ମାଣ ପାଇଁ ପ୍ରସ୍ତାବିତ ସ୍ଥାନ ଗୁଡିକ ପରିଦର୍ଶନ କରିଥିଲେ। ଆସିକା ବ୍ଳକ ବାବନପୁର ପଞ୍ଚାୟତର ବାବନପୁର ମୌଜର ଥିବା ସରକାରୀ ବାବନପୁର ହାଇସ୍କୁଲ ନିକଟରେ ଥିବା ଗୋଚର କିସମ ଭୂତତୋଟା କାଙ୍କରା ଖାଲଠାରେ ୫ ଏକର ସ୍ଥାନକୁ ମୂଖ୍ୟ ବିଚାରପତି ପରିଦର୍ଶନ କରିଥିଲେ। ପରିଦର୍ଶନ ବେଳେ ଓଡିଶା ଉଚ୍ଚନ୍ୟାୟାଳୟର ଅନ୍ୟତମ ବିଚାରପତି ତଥା ରାଜ୍ୟ କୋର୍ଟ କୋଠା ନିର୍ମାଣ ଅଧ୍ୟକ୍ଷ ଡ. ବିଦ୍ୟୁତ ରଞ୍ଜନ ଷଡଙ୍ଗି, ଓଡିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ତଥା ଗଞ୍ଜାମ ଆଡମିଷ୍ଟେଟର ବିଚାରପତି ଦେବଦତ୍ତ ଦାସ, ଗଞ୍ଜାମ ଜିଲ୍ଲା ଜର୍ଜ ରୁପଶ୍ରୀ ଚୌଧୁରୀ, ଗଞ୍ଜାମ ଜିଲ୍ଲା ଦେଓ୍ବାନ କୋର୍ଟ ରେଜିଷ୍ଟର ସୁଶାନ୍ତ କୁମାର ବିଶ୍ବାଳ,ଆସିକା ଅତିରିକ୍ତ ଜିଲ୍ଲା ଓ ଦୌରା ଜର୍ଜ ଚୌଧୁରୀ ପ୍ରବୀର କୁମାର, ଆସିକା ବରିଷ୍ଠ ଦେୱାନୀ ଜର୍ଜ ସୌଦାମିନୀ ବିଶ୍ୱାଳ, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶ୍ଵେତା ଦାସ, ଗଞ୍ଜାମ ଜିଲ୍ଲା ପାଳ ଦିବ୍ୟଜ୍ୟୋତି ପରିଡା, ଗଞ୍ଜାମ ଆରକ୍ଷୀ ଅଧିକାରୀ ଜଗମୋହନ ମିନା, ବ୍ରହ୍ମପୁର ଆରକ୍ଷୀ ଅଧିକାରୀ ଡ଼ଃ ବିବେକ ଶ୍ରବଣ ଏମ, ଭଞ୍ଜନଗର ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ, ଆସିକା ବି ଡି ଓ ଫକୀର ଚରଣ ପରିଡା, ଆସିକା ତହସିଲଦାର ସଞ୍ଜୟ କୁମାର ସାମନ୍ତରାୟ,ଆସିକା ଉପଖଣ୍ଡ ପୋଲିସ ଅଧିକାରୀ ଉମାଶଙ୍କର ସିଂ, ଆସିକା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ,କୋଟିନାଡ଼ା ଥାନା ଅଧିକାରୀ କୃଷ୍ଣ ଚନ୍ଦ୍ର ସାହା,ଆସିକା ଓକିଲ ସଙ୍ଘ ସଭାପତି ରବୀନ୍ଦ୍ର ନାଥ ଶର୍ମା, ଉପସଭାପତି ଛବିଳ ରାମ ମିଶ୍ର, ସମ୍ପାଦକ ନାରାୟଣ ମୁନି, ପୂର୍ବତନ ସଭାପତି ସୁରେନ୍ଦ୍ର ନାଥ ପଣ୍ଡା, ଅଜିତ ଚୌଧୁରୀ ଙ୍କ ସମେତ ସମସ୍ତ ଆଇନ ଜୀବି ଯୋଗ ଦେଇଥିଲେ lମୁଖ୍ୟ ବିଚାରପତି କବିସୂର୍ଯ୍ୟନଗର ନବନିର୍ମାଣ କୋର୍ଟ ଉଦଘାଟନ କରି ସିଧାସଳଖ ସେ ବାବନପୁର ଗୋଚର ଭୂତତୋଟା କାଙ୍କର ଖାଲ ସ୍ଥାନ ପରିଦର୍ଶନ କରି ଶେଷରେ ଦକ୍ଷିଣ ଓଡିଶାର ସର୍ବ ପୁରାତନ ବ୍ରିଟିଶ ଶାସନ ଯୁଗର 1957 ନିର୍ମିତ ଆସିକା କୋର୍ଟ ପରିଦର୍ଶନ କରିଥିଲେ l ଏହି ସମୟରେ ମୁଖ୍ୟ ବିଚାରପତି ଓ ସମସ୍ତ ଉଚ୍ଚ ନ୍ୟାୟାଳୟ ର ବିଚାର ପତିଙ୍କୁ ଆସିକା ଓକିଲ ସଙ୍ଘ ପକ୍ଷରୁ ପୁଷ୍ପ ଗୁଚ୍ଛ ଦେଇ ସମ୍ମାନିତ କରିଥିଲେ l ମାନ୍ୟବର ବିଚାର ପାତି ମାନେ ଏହି ଐତିହାସିକ କୋର୍ଟ ଯାହାକି ଦକ୍ଷିଣ ଓଡ଼ିଶାର ବ୍ରିଟିଶ ମାନଙ୍କ ଦ୍ୱାରା 1904ରେ ମୁନସିଫ କୋର୍ଟ ଆରମ୍ଭ ହୋଇ ପରବର୍ତ୍ତି ସମୟ ୧୮୫୭ ସମ୍ପୁର୍ଣ୍ଣ ପଥରରେ ନିର୍ମିତ ଏହି ଐତିହାସିକ କୋର୍ଟ ନିର୍ମାଣ ହୋଇଥିଲା। ଏହି କୋଠର ପୁରାତନ ଐତିହ୍ୟ ଦେଖି ଚିଫ ଯଶଷ୍ଟି ପ୍ରଶଂସା କରିଥିଲେ l କୋର୍ଟର ନୂତନ କୋଠା ନିର୍ମାଣ ପରେ ମଧ୍ୟ ଏହି ପୁରାତନ କୋର୍ଟ କୁ ଐତିହ୍ୟ ସ୍ମାରକ ରୂପେ ରଖିବାକୁ ପରାମର୍ଶ ଦେଇଥିଲେ l ପ୍ରକାଶ ଥାଉକି ପ୍ରାୟ ଏକ ଏକର ଠାରୁ କମ ଜମି ଉପରେ ଏହି କୋର୍ଟ ନିର୍ମାଣ ହୋଇଛି l ବର୍ତ୍ତମାନ ନୂତନ କୋର୍ଟ କୋଠା ନିର୍ମାଣ ପାଇଁ ପାଞ୍ଚ ଏକର ଜମି କୋର୍ଟ ନିର୍ମାଣ ପାଇଁ ଯୋଜନା ରହିଛି l ଓକିଲ ଓ ସହର ବାସୀ ଏହି କୋର୍ଟ ଆସିକା ସହର ମଧ୍ୟରେ କୋର୍ଟ ନିର୍ମାଣ ପାଇଁ ପ୍ରସ୍ତାବ ଦେବା ସହ ଆଜି ଆସିକା ବ୍ଲକ ସମ୍ମୁଖରେ ଥିବା ସରକାରୀ ଦାଖଲରେ ଥିବା ମସ୍ୟ ବିଭାଗର ନଅ ଟି ପୁରୁଣା ବନ୍ଧ ଯାହାକି ପ୍ରାୟ ପାଞ୍ଚ ଏକର ଏହି ଜମିରେ ନୂତନ କୋର୍ଟ ନିର୍ମାଣ ପାଇଁ ମୁଖ୍ୟ ବିଚାର ପତିଙ୍କୁ ଓକିଲ ସଙ୍ଘ ପକ୍ଷରୁ ସ୍ମାରକୀ ପତ୍ର ପ୍ରଦାନ କରାଯାଇଛି l 2003 ମସିହାରୁ କୋର୍ଟର ନୂତନ କୋଠା ନିର୍ମାଣ ପାଇଁ ଅନେକ ସ୍ଥାନ ନିରୁପଣ ସହ କୋଠା ନିର୍ମାଣ ହେଉଥିଲେ ମଧ୍ୟ ଏହା କାର୍ଯ୍ୟକାରୀ ହେଇପାରୁନାହିଁ l ପ୍ରଶାସନ ଓ ଉଚ୍ଚସ୍ତରୀୟ କମିଟି ଆସିକା ବ୍ଲକ ସମ୍ମୁଖରେ ତ କେତେବେଳ ପକାଲାପଲ୍ଲୀ ମସାଣି ଠାରେ, କାଳଷଣ୍ଢ ପୁର ଏରେଗଲା ବସା ଠାରେ, ଆସିକା ସୂତାକଳ ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ ଠାରେ ଯୋଜନା ହେଉଥିଲା ବେଳେ ଶେଷରେ ବାବନପୁର ସ୍ଥିତ ଏକ ବିବାଦୀୟ ଗୋଚର ଭୁତ ତୋଟାର ପାଞ୍ଚ ଏକର ଜାଗାରେ ମୁରୁମ ନେଇ 25 ଫୁଟ ଖାଲ ଥିବା ସ୍ଥାନରେ ଏହି ନୂତନ କୋର୍ଟ ନିର୍ମାଣ କେତେଦୂର ବାସ୍ତବ ଉପୋଯୋଗୀ ଏହା ସମସ୍ତ ଙ୍କ ମନରେ ପ୍ରଶ୍ନ l ଆସିକା ସହରରେ ସରକାରୀ ଜମି ଅଭାବ ଆଳରେ ଆସିକା କଲେଜ କେନ୍ଦ୍ରୀୟ ବିଦ୍ୟାଳୟ, ମେଡିକାଲ, କୃଷି ବିଭାଗ, ଅବକାରୀ ବିଭାଗ, ଥାନା ସହର ବାହାରେ ଅନୁପଯୋଗୀ ଜାଗା କୁ ସ୍ଥାନାନ୍ତରିତ ହେଉଥିବା ଯୋଗୁଁ ଆସିକା ବାସୀଙ୍କ ନାହିନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ଆସିକା ଏକ ଶ୍ରୀହୀନ ସହରରେ ପରିଣତ ହେବାକୁ ଯାଉଛି l
ଆସିକା ନୂତନ କୋର୍ଟ ନିର୍ମାଣ ପାଇଁ ପରିଦର୍ଶନ କଲେ ଓଡିଶା ଉଚ୍ନ୍ୟାୟାଳୟର ମୁଖ୍ୟବିଚାରପତି
By: SANGHARSA TV
0