ରାଜ୍ୟରେ ଦିନିକିଆ ଶୋକ ପାଳନ, ଆଜି ସାରା ରାଜ୍ୟରେ ଦିନିକିଆ ଶୋକ ପାଳନ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଘୋଷଣା l*
★ *ବାହାନଗା ରେଳ ଦୁର୍ଘଟଣାରେ ୨୩୩ ଜଣଙ୍କ ମୃତ୍ୟୁ।*
★ *ମୃତକଙ୍କ ପାଇଁ ଆଜି ଦିନିକିଆ ରାଜ୍ୟ ଶୋକ ଘୋଷିତ।*
★ *ରାଜ୍ୟ ଶୋକ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ।*
★ *ଆଜି କୌଣସି ସରକାରୀ ଉତ୍ସବ ପାଳନ ହେବନାହିଁ।*
★ *କରମଣ୍ଡଳ ଏକ୍ସପ୍ରେସ ଓ ବେଙ୍ଗଲୁରୁ-ହାୱଡ଼ା ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ, ପ୍ରଥମେ ଲାଇନଚ୍ୟୁତ ହୋଇଥିଲା କରମଣ୍ଡଳ, କିଛି ସମୟ ପରେ ସେହିବାଟେ ଆସୁଥିବା ବେଙ୍ଗଲୁରୁ-ହାୱଡ଼ା ଏକ୍ସପ୍ରେସ କରମଣ୍ଡଳକୁ ଧକ୍କା ଦେଇଥିଲା।*
★ *କରମଣ୍ଡଳ ଏକ୍ସପ୍ରେସରେ ସମ୍ପର୍କୀୟ ଯାତ୍ରା କରିଥିଲେ ଯୋଗାଯୋଗ କରନ୍ତୁ।*
*Emergency num- 6782262286*
★ *ବାଲେଶ୍ୱର ଟ୍ରେନ୍ ଦୁର୍ଘଟଣାରେ ଦୁଃଖ ପ୍ରକାଶ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ।*
★ *ଘଟଣା ସ୍ଥଳରେ ପହଁଚିଲେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ଉଦ୍ଧାର କାର୍ଯ୍ୟ ପାଇଁ ଏୟାରଫୋର୍ସ ପଠାଯାଉଥିବା ଜଣାଇଲେ ରେଳମନ୍ତ୍ରୀ।*
★ *ରକ୍ତର ବହୁତ ଆବଶ୍ୟକତା ପଡ଼ୁଚି । କାଲି ରାତିରୁ ଶହ ଶହ ସଂଖ୍ୟାରେ ସେଚ୍ଛାସେବି ରକ୍ତଦାତା ମାନେ ରକ୍ତ ଦାନ କରିବାକୁ ଆଗେଇ ଆସିଛନ୍ତି । ରକ୍ତ ଦେବା ପାଇଁ ହସ୍ପିଟାଲ୍ ରେ ଭିଡ ଲାଗିଛି।*
★ *ବାଲେଶ୍ୱର ବାହାନଗା ଆସିବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ । ଦିନ ୧୦ଟା ରେ ପହଞ୍ଚିବେ ବୋଲି ସୂଚନା ମଧ୍ୟ ମିଳୁଛି
ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଶୋକ ପ୍ରକାଶ; ମୃତକଙ୍କ ପରିବାରକୁ ୧୦ ଲକ୍ଷ, ଗୁରୁତରଙ୍କୁ ୨ ଲକ୍ଷ ଓ ସାମାନ୍ୟ ଆହାତଙ୍କୁ ୫୦ ହଜାର ଟଙ୍କା କ୍ଷତି ପୂରଣ ଘୋଷଣା ।
ବାହାନଗା ଟ୍ରେନ ଟ୍ରାଜେଡି: ‘ଆହତଙ୍କୁ ହସ୍ପିଟାଲରେ ପହଞ୍ଚାଇବା ଆମର ପ୍ରାଥମିକତା’,ଆଜି ଶନିବାର ଘଟଣାସ୍ଥଳକୁ ଯିବେ ମୁଖ୍ୟମନ୍ତ୍ରୀ ।
ମୃତ୍ୟ ସଂଖ୍ୟା ୨୩୩ରେ ପହଞ୍ଚିଲା, କେନ୍ଦ୍ର ରେଳ ମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ।ଆଗକୁ ଆହୁରି ବଢିପାରେ ମୃତ୍ୟୁସଂଖ୍ୟା ।
କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣା, ୮୫୦ ଆହତଙ୍କୁ ହସ୍ପିଟାଲ ପଠାଯାଇଛି : ମୁଖ୍ୟ ସଚିବ ।
ବାହାନଗା ଟ୍ରେନ୍ ଟ୍ରାଜେଡି; ରକ୍ତ ଦେବାକୁ ହସ୍ପିଟାଲରେ ଭିଡ଼, ଆଗେଇ ଆସିଲେ SOAର ୫୦୦ ଛାତ୍ର-ଛାତ୍ରୀ, ଦୁର୍ଘଟଣାସ୍ଥଳରେ ୪୫ ମୋବାଇଲ ସ୍ୱାସ୍ଥ୍ୟ ଟିମ୍ ।
ବାଲେଶ୍ଵର ବାହାନଗା ଷ୍ଟେସନ୍ ନିକଟରେ କରମଣ୍ଡଳ ଏକ୍ସପ୍ରେସ୍ ଦୁର୍ଘଟଣାଗ୍ରସ୍ତ; ବହୁ ଯାତ୍ରୀ 300 ରୁ ଉର୍ଦ୍ଧ ମୃତାହତ ଆଶଙ୍କା, ଉଦ୍ଧାର କାର୍ଯ୍ୟ ଆରମ୍ଭ, ହେଲ୍ପଲାଇନ୍ ନମ୍ବର ଜାରି ।
ହାୱଡା ହେଲ୍ପଲାଇନ୍ ନମ୍ବର ୦୩୩-୨୬୩୮୨୨୧୭,
ଖଡ଼ଗପୁର ହେଲ୍ପଲାଇନ୍ ନମ୍ବର ୮୯୭୨୦୭୩୯୨୫ ଓ ୯୩୩୨୩୯୨୩୩୯
ବାଲେଶ୍ବର ହେଲ୍ପଲାଇନ୍ ନମ୍ବର ୮୨୪୯୫୯୧୫୫୯ ଓ ୭୯୭୮୪୧୮୩୨୨
ଶାଲିମାର ହେଲ୍ପଲାଇନ୍ ନମ୍ବର ୯୯୦୩୩୭୦୭୪୬