//BREAKING//
Loading...

ସରୁନି ପୂର୍ତ୍ତ ବିଭାଗର ରାସ୍ତା କାମ, ବଢୁଛି ଜନ ଅସନ୍ତୋଷ


ଧରାକୋଟ,21/5/23
ଭଞ୍ଜନଗର ପୂର୍ତ୍ତ ଡିଭିଜନ ଅଧୀନରେ ରହିଥିବା ଧରାକୋଟ.. ଜାନବିଲି ପାଞ୍ଚ କିମି ନିର୍ମାଣଧିନ ଅଧପନ୍ତରିଆ ରାସ୍ତା କାମକୁ ନେଇ ସାଧାରଣ ଜନତା ଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି। ସରକାରଙ୍କ ସହ ବୁଝାମଣାପତ୍ର ସ୍ବାକ୍ଷର ପରେ ବହୁ ବିଳମ୍ବରେ ଠିକାଦାର ଜଣକ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ। ଧରାକୋଟ ବଜାର ଭିତର ନିର୍ମାଣ କାର୍ଯ୍ୟ ଜବରଦଖଲ ଉଚ୍ଛେଦ ପରେ ହେବାକୁ ଥିବା ବେଳେ ବ୍ରିଜ ଠାରୁ ପଞ୍ଚାୟତ ପର୍ଯ୍ୟନ୍ତ ରାସ୍ତା ଦୀର୍ଘଦିନ ହେଲା ମେଟାଲିଙ୍ଗ ହୋଇ ପଡ଼ି ରହିଛି। ଠିକାଦାର ଜଣକ ସତେ ଯେପରି ପିଚୁ କାର୍ଯ୍ୟ କରିବା ପାଇଁ ଭୁଲି ଯାଇଛନ୍ତି । ଯାହା ଫଳରେ ଏକ କିମି ରାସ୍ତା ଅବସ୍ଥା ନ କହିବା ଭଲ । ରାସ୍ତା ସାରା ମେଟାଲ ଉଠିଯିବା ଯୋଗୁଁ ଯାତାୟାତ ରେ ଘୋର ଅସୁବିଧା ସୃଷ୍ଟି ହେଉଛି। ଗାଡ଼ି ମଟର ଚଳା ଚଳ ବେଳେ ମେଟାଲ ଓ ଛୋଟ ଛୋଟ ଗୁଡ଼ି ବାଜିବା ଯୋଗୁଁ ଲୋକେ ଆହାତ ହେଉଛନ୍ତି । ଅନ୍ୟ ପକ୍ଷରେ ଗାଡି ମଟର ଚଳାଚଳ ବେଳେ ରାସ୍ତା ସାର ଧୂଳି ଉଡି ପରିବେଶ ପ୍ରଦୂଷିତ ହେବା ସହ ବିଭିନ୍ନ ସଂକ୍ରାମକ ରୋଗ ସୃଷ୍ଟି ହେବାର ସମ୍ଭାବନା ଦେଖା ଦେଇଛି। ପରିସ୍ଥିତି ଏପରି ହୋଇଛି ବ୍ଲକ, ବାଳିକା ଉଚ୍ଚ ବିଦ୍ୟାଳୟ, ବାଳକ ଉଚ୍ଚ ବିଦ୍ୟାଳୟ, ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ,କପିଳାସ କଲୋନୀ ଓ ବାଲ୍ମିକେଶ୍ୱର ଆଶ୍ରମ ଆଗ ରାସ୍ତା ସବୁକୁ ଧୂଳି ନଉଡ଼ିବା ପାଇଁ ଲୋକେ ନିଜେ ନିଜେ ପ୍ରତିଦିନ ପାଣି ପକାଇ ଭିଯାଉଛନ୍ତି। ସେହିପରି ମେଡିକାଲ ଠାରୁ ଜାନବିଲି ପର୍ଯ୍ୟନ୍ତ ରାସ୍ତାର ପିଚୁ କାର୍ଯ୍ୟ ଅସମ୍ପୂର୍ଣ୍ଣ ଅବସ୍ଥାରେ ରହିଛି । ଦୀର୍ଘଦିନ ହେଲା ଠିକାଦାର ଜଣକ ରାସ୍ତା ନିର୍ମାଣ କାର୍ଯ୍ୟ ବନ୍ଦ କରି ଦେଇଥିବା ଯୋଗୁଁ ଲୋକେ ହନ୍ତସନ୍ତ ହେଉଛନ୍ତି। ରାସ୍ତା ନିର୍ମାଣ ରେ ବିଳମ୍ବ ଯୋଗୁଁ ଧରାକୋଟ ଭିତରକୁ ପରମିଟ ରହିଥିବା ବସ ମଧ୍ୟ ଆସୁନାହିଁ। ଧରାକୋଟ ରେ ବ୍ଲକ,ତହସିଲ,ଥାନା,ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ରାଷ୍ଟ୍ରାୟତ ବ୍ୟାଙ୍କ ସମେତ ଦଶଗୋଟି ବିଭାଗର ସରକାରୀ କାର୍ଯ୍ୟାଳୟ ରହିଛି । ଏଣୁ ପ୍ରତିଦିନ ଶହ ଶହ ଲୋକ ଏଠାକୁ ଆସନ୍ତି । ହେଲେ ଠିକାଦାରଙ୍କ ମନମାନି ଯୋଗୁଁ ରାସ୍ତା ନିର୍ମାଣ ଅଧାପନ୍ତରିଆ ହୋଇ ରହିଥିବାରୁ ଲୋକଙ୍କ ଭିତରେ ଅସନ୍ତୋଷ ଦେଖା ଦେଇଛି। ଘଟଣା ସମ୍ପର୍କରେ ବିଭାଗୀୟ ଅଧିକାରୀ ଙ୍କ ଦୃଷ୍ଟି ଆକର୍ଷଣ କରିବା ବେଳେ ଖୁବ ଶୀଘ୍ର ଠିକାଦାର କାର୍ଯ୍ୟ ଆରମ୍ଭ କରିବେ ବୋଲି ସଫେଇ ଦେଇଛନ୍ତି।

Post a Comment

Previous Post Next Post

ଆରମ୍ଭ ମାତ୍ର ସଙ୍ଘର୍ଷ ଟିଭି

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe