ଆସିକା 24/05-ନିପ୍ର ଆସିକା ସହରର ଲକ୍ଷ୍ମୀବଜାର ସ୍ଥିତ ବହୁ ପୁରାତନ ବ୍ରିଜକୁ ଭାଙ୍ଗିଲା ଆସିକା ଏନଏସି। ଆସିକା ବଷଷ୍ଟାଣ୍ଡ ମୁଖ୍ୟ ରୋଡରୁ ଲକ୍ଷ୍ମୀବଜାରକୁ ସଂଯୋଗ କରୁଥିବା ଏହି ବ୍ରିଜ କୁ ସ୍ବର୍ଗତ ବୃନ୍ଦାବନ ଦାସ ୧୫/୧୧/୧୯୫୭ ରେ ଏହି ବ୍ରିଜକୁ ମାତ୍ର ୧୦ ହଜାର ଟଙ୍କା ବ୍ୟୟରେ ନିର୍ମାଣ କରିଥିଲେ। ଆସିକା ଗଞ୍ଜାମ ଜିଲ୍ଲା ବହୁ ପୁରାତନ କେନ୍ଦ୍ରବିନ୍ଦୁ ସହର ରୂପେ ବେସ ପରିଚିତ ଥିଲା। ଜିଲ୍ଲାର ଏକ ମୂଖ୍ୟ ବାଣିଜ୍ୟ ପେଣ୍ଠ ମୂଳ ଥିଲା। ଆସିକା ଦୈନିକ ବ୍ୟବସାୟୀ ମୁଳଥିଲା। ଆଜିକାର ବଜାର ସାହି , ହାଟପଦ ଏହି ସାହିକୁ ବ୍ୟବସାୟ କରିବା ପାଇଁ ସେତେବେଳେ ମୁଖ୍ୟ ପ୍ରତିବନ୍ଧକ ଥିଲା ଲକ୍ଷ୍ମୀବଜାର ଟିପନାଳ।ଟିପସର ନାଳ ସହର ମଧ୍ୟରେ ଦେଇଯାଉଥିବା ଏକ ନାଳ। ଏହି ନାଳ ଯାହାଡା ଅଞ୍ଚଳରୁ ବାହାରି ନବରନ୍ତପୁର, ମଙ୍ଗଳପୁର, ଚଢିୟାପଲ୍ଲୀ ଦେଇ ଆସିକା ସହର ମଧ୍ୟ ଦେଇ ପ୍ରବାହିତ ହେଉଥିଲା। ଏତିକି ବେଳେ ଲକ୍ଷ୍ମୀବଜାର ଠାରେ ଦୀଘବର୍ଷ ଅର୍ଥାତ ୧୯୫୭ ପରେ ୨୦୨୩ (୬୭) ବର୍ଷ ବ୍ୟବଧାନରେ ଏହି ପୋଲ ନିର୍ମାଣ ପାଇଁ ଆଜି ଦିନ ତମାମ ଭଙ୍ଗାଯାଇଛି ମେସିନ ମାଧ୍ୟମରେ। ଏହା ଏତେ ମଜଭୂଥ ଥିଲା ଯେ ଅତ୍ୟାଧୁନିକ ହାଇଡ୍ରୋଲିକ ପ୍ରେସର ବ୍ରେକର ଦ୍ବାରା ଭାଙ୍ଗିବା କାଠିକର ଥିଲା। ବ୍ରିଜ ଭଙ୍ଗାବେଳେ ହଜାର ହଜାର ସହର ବିସି ଦେଖି ଆଶ୍ଚର୍ଯ୍ୟ ହେବା ସହ ଆଲୋଚନା କରିଥିଲେ। ଏହିଭଳି ମଜବୁତ କାହିଁକି ଭଙ୍ଗାଗଲା। ସମସ୍ତଙ୍କ ମନରେ ପ୍ରଶ୍ନ ବାଚି ସୃଷ୍ଟି ହୋଇଛି। ବ୍ରିଜ ଭାଙ୍ଗିବା ପୂର୍ବରୁ ଡାଇଭସନ ରୋଡ ନିର୍ମାଣ ପାଇଁ ବଜାର କମିଟି ବୈଠକ ଡାକ ଏନଏସି କୁ ଲିଖିତ ଦାବି କରିଥିଲେ। ଏନଏସି ଏହା ସତ୍ତ୍ବେ ନାମକୁ ମାତ୍ରଏକ ସଙ୍କିନ୍ନ ପାଦଚଲା ଲୁହା ସିଡି ନିର୍ମାଣ କରିଥିବା ଜଣାଯାଇଛି। ଏହି ପୋଲ ନିର୍ମାଣ ପାଇଁ ଏନଏସି ପକ୍ଷରୁ ୯୫ ଲକ୍ଷ ୫୪୦୦୦ ହଜାର ଟଙ୍କା ବ୍ୟୟରେ ୫୦*40 ଲମ୍ବା ଚଉଡା ୫୦*୪୦ ବ୍ରିଜଟି ୩ ମାସ ବ୍ୟବଧାନରେ ତୁରନ୍ତ ପୋଲକାର୍ଯ୍ୟ ସମ୍ପାଦନ ପାଇଁ ଧାର୍ଯ୍ୟ ହୋଇଛି। ବର୍ତ୍ତମାନ ମେ ମାସ ୨୪ ଅର୍ଥାତ ମେ ମାସ ସରିଛି। ଜୁନ ମାସ ବର୍ଷା ଦିନ ଆରମ୍ଭ ହେବ ପାଣିପାଗ ସୂଚନା ଅନୁଜାଇ ଜୁନ ମାସ ଆରମ୍ଭ ହେବାକୁ ମାତ୍ର ୬ ଦିନ ରହିଛି। ଜୁନ ମାସ ବର୍ଷା ଋତୁର ମାସ ଯୋଗୁଁ କୌଣସି ନଦୀ, ନାଳ, କେନାଳ ସେତୁ କାମ ହୁଏ ନାହିଁ। ତାହାସତ୍ତେ ବ୍ରିଜକାମ ସାରିଦେବା ପାଇଁ ଠିକା ଦାର ହରିହର ସ୍ବାଇଁ ଦୃତ ମନ୍ତବ୍ୟ ଦେଇଥିବା ଜଣାଯାଇଛି। କାଳବୈଶାଖି ଓ ଜୁନ ମାସ ପ୍ରଭାବରେ ଏହି ବ୍ରିଜ ଚୁକ୍ତି ମୁତାବକ ସରିବା ଅସମ୍ଭବ ବୋଲି ସହର ବାସିଙ୍କ ଯୁକ୍ତି ରହିଛି।
ପୁରାତନ ବ୍ରିଜ କୁ ଭାଙ୍ଗିଲା ଆସିକା ଏନଏସି
By: SANGHARSA TV
0
Tags
Breaking News


