//BREAKING//
Loading...

କାଶୀ ବିଶ୍ୱନାଥ ଧାମ ରେ ଶ୍ରୀଜଗନ୍ନାଥ ଙ୍କ ପଞ୍ଚରାତ୍ର ଉଦଯାପିତ ହେଲା

ବାରାଣସୀ ତା ୧୮/୦୫ - ଭାରତର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ନାଶୀ ବିଶ୍ୱନାଥ ଧାମ ରେ ଗତ ମେ ୧୪ ତାରିଖ ଦିନ ଆରମ୍ଭ ହୋଇଥିବା ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର କାର୍ଯ୍ୟକ୍ରମ ଆଜି ଉଦଯାପିତ ହୋଇଯାଇଛି। ପଞ୍ଚ ଦିନ ବ୍ୟାପୀ ଏହି କାର୍ଯ୍ୟକ୍ରମ ରେ ଓଡ଼ିଶା ତଥା ଭାରତର ଅନ୍ୟ ପ୍ରନ୍ତ ର ପ୍ରାୟ ତିନିଶହ ଲୋକ ଯୋଗଦାନ କରି ଶ୍ରୀ ଜଗନ୍ନାଥ ଚେତନା ତଥା ସଂସ୍କୃତିର ମହନୀୟତା ଉପରେ ପ୍ରବଚନ ଶୁଣିଥିଲେ। ଶ୍ରୀ ଜଗନ୍ନାଥ ସଂସ୍କୃତିର ରାଷ୍ଟ୍ରୀୟ ପ୍ରଚାରକ ବାବା ସତ୍ୟାନନ୍ଦ ଦାସ ପାଞ୍ଚ ଦିନ ଧରି ଧାରାବାହିକ ପ୍ରବଚନ ଦେଇଥିଲେ। ପ୍ରତ୍ୟହ ସ୍କନ୍ଧପୁରଣ ଅନ୍ତର୍ଗତ ଶ୍ରୀ ପୁରୁଷୋତ୍ତମ କ୍ଷେତ୍ରର ମହାତ୍ମ୍ୟ ପରାୟଣ କରାଯାଇଥିଲା ଏବଂ ଶେଷଦିନ ପୂର୍ଣ୍ଣାହୁତି ସହ ଏହା ଉଦଯାପିତ ହୋଇଥିଲା।
ଏହି କାର୍ଯ୍ୟକ୍ରମର ପ୍ରତ୍ୟେକ ସନ୍ଧ୍ୟାରେ କାଶୀର ବହୁ ବିଦ୍ୱାନ ତଥା ମନ୍ୟଗଣ ବ୍ୟକ୍ତି ଯୋଗଦାନ କରି କାର୍ଯ୍ୟକ୍ରମ ସମ୍ପର୍କରେ ତଥା ଜଗନ୍ନାଥ ସଂସ୍କୃତି ବିଷୟରେ ବହୁ ମୂଲ୍ୟବାନ ମତାମତ ଦେଇଥିଲେ। ୧୪ ତାରିଖ ସନ୍ଧ୍ୟାରେ ବନାରସ ହିନ୍ଦୁ ବିଶ୍ଵବିଦ୍ୟାଳୟର ପ୍ରଫେସର ତ୍ରିଭୁବନ ମହାପାତ୍ର ଏହି କାର୍ଯ୍ୟକ୍ରମର ଉତଘାଟନ କରିଥିଲେ। ଉତଯାପନ ଦିବସର ମୁଖ୍ୟ ଅତିଥି ଥିଲେ ଭାରତୀୟ କୃଷି ଗବେଷଣା ପରିଷଦ ଅନ୍ତର୍ଗତ ପରିବା ଗବେଷଣା ସଂସ୍ଥାନର ନିର୍ଦ୍ଦେଶକ ତଥା ବିଶିଷ୍ଟ ବୈଜ୍ଞାନିକ ଡଃ. ତୁଷାର କାନ୍ତି। ଅନ୍ୟମାନଙ୍କ ମଧ୍ୟରେ ପ୍ରଫେସର୍ କଲ୍ୟାଣ ଚନ୍ଦ୍ର ଘଡେ଼ଇ, ଶ୍ରୀ ବିଜୟ ରାମାନୁଜ ଦାସ, କାଶୀ ବିଦ୍ଵିତ୍ ପରିଷଦର ସଂପାଦକ ଡଃ ରାମନାରାୟଣ ଦ୍ଵିବେଦି, କାଶୀ ସ୍ଥିତ ରାଘବ ମନ୍ଦିରର ଶ୍ରୀମହନ୍ତ ସୀୟାରାମ ଦାସ ପ୍ରମୁଖ ବିଭିନ୍ନ ସନ୍ଧ୍ୟାରେ ଅତିଥି ଭାବେ ଯୋଗଦାନ କରିଥିଲେ। ଉଦଯାପନୀ ସନ୍ଧ୍ୟାର ମୁଖ୍ୟ ବକ୍ତା ଭାବେ ଯୋଗଦେଇ କ୍ଷେତ୍ରାଧୀଶ୍ୱର ଶ୍ରୀ କାଶୀ ବିଶ୍ଵନାଥଙ୍କ ସେବକ ପଣ୍ଡିତ ଦୟାନିଧି ପତି କାଶୀ କ୍ଷେତ୍ରରେ ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର ଆୟୋଜନ ଅତ୍ୟନ୍ତ ସଫଳ ହୋଇଛି ଏବଂ ଏହା ପ୍ରତିବର୍ଷ ଆୟୋଜିତ ହେବା ଦରକାର ବୋଲି ମତ ଦେଇଥିଲେ। ଏ ବିଷୟରେ ସେ ନିଜେ ଉଦ୍ୟମ କରିବେ ବୋଲି ଘୋଷଣା କରିଥିଲେ।
ଶ୍ରୀ ଜଗନ୍ନାଥ ପଞ୍ଚାରାତ୍ର ସମିତି ଆନୁକୁଲ୍ୟରେ ଆୟୋଜିତ ଏହି ପଞ୍ଚ ବାବସୀୟ କାର୍ଯ୍ୟକ୍ରମକୁ ସଫଳ କରିବା ଦିଗ ରେ କାର୍ଯ୍ୟକର୍ତ୍ତା ଶ୍ରୀ ପ୍ରଭାକର ମଲ୍ଲିକ, ଶ୍ରୀ ବୈକୁଣ୍ଠ ନାଥ ମହାପାତ୍ର, ଜଗନ୍ନାଥ ଭକ୍ତ ସମାଜ, ଜଗତସିଂହପୁର ସଭାପତି ଶ୍ରୀ ବିଶ୍ଵଚରଣ ସ୍ୱାଇଁ, ଜଗନ୍ନାଥ ଭକ୍ତ ସମାଜ, ଜଳୈକାର ସଭାପତି ଶ୍ରୀ ସୁରେନ୍ଦ୍ର ନାଥ ସାମଲ, ବାଙ୍ଗାଲୋରର ଶ୍ରୀ ସନ୍ତୋଷ କୁମାର ଦାସ, ଶ୍ରୀ ଗୋପାଳ ଚନ୍ଦ୍ର ଖଟୁଆ, ଶ୍ରୀ ଭୁବନାନନ୍ଦ ମହାରଣା, ସନ୍ତୋଷ କୁମାର ମହାନ୍ତି, ଶ୍ରୀ ଭାଗୀରଥି ସାହୁ ପ୍ରମୁଖ ଅକ୍ଲାନ୍ତ ପରିଶ୍ରମ କରିଥିଲେ। ଝଙ୍କଡ଼ ବାସିନୀ ମା ଶାରଳାଙ୍କ ସେବାୟତ ଶ୍ରୀ କ୍ଷୀରୋଦ ଚନ୍ଦ୍ର ରାଉଳ, ଶ୍ରୀ ବିଶ୍ୱନାଥ ରାଉଳ, ଶ୍ରୀ ହରେକୃଷ୍ଣ ଚାଉଳ ଏଥିରେ ପ୍ରମୁଖ ଭୂମିକା ନେଇଥିଲେ। ବେଦଜ୍ଞ ବ୍ରାହ୍ମଣ ଶ୍ରୀ ବୈଷ୍ଣବ ଚରଣ ପାଢୀ ତାଙ୍କ ସହଯୋଗୀ ମାନଙ୍କୁ ନେଇ ପୂଜା ଓ ଯଜ୍ଞ କାର୍ଯ୍ୟ ତୁଲାଇଥିଲେ। ବିଶିଷ୍ଟ ଗାୟକ ଶ୍ରୀ ଅନନ୍ତ କିଶୋର ରଥ ଏବଂ ରଣଜିତ୍ ପ୍ରଧାନ ପ୍ରତ୍ୟହ ଭଜନ ଓ ସଙ୍ଗୀତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Post a Comment

Previous Post Next Post

ଆରମ୍ଭ ମାତ୍ର ସଙ୍ଘର୍ଷ ଟିଭି

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe