ଆସିକା (ନି:ପ୍ର): ଆସିକା ସରକାରୀ ବାଳିକା
ଉଚ୍ଚ ବିଦ୍ୟାଳୟର ୧୯୯୩ ମାଟ୍ରିକ୍ ବ୍ୟାଚର ବନ୍ଧୁମିଳନ ସୋମବାର ଶିକ୍ଷାନୁଷ୍ଠାନ ପରିସରରେ ଅନୁଷ୍ଠିତ ହୋଇଛି। ଏହି ବ୍ୟାଚ୍ର ଗୌରୀ ଆଚାରୀ, ଗାୟତ୍ରୀ ଦାସ,ମୌସୁମୀ ଚୌଧୁରୀ, ମମତା ପଣ୍ଡା, ରଶ୍ମିତା ଶତପଥ, ମିତା ପ୍ରଧାନ, ଗିରିଜା ମହାପାତ୍ର,ଗୀତାଞ୍ଜଳି ପ୍ରଧାନ, ମାମି ସୁବୁଦ୍ଧି, ବସନ୍ତ ମଞ୍ଜରୀ ମିଶ୍ର, ମଞ୍ଜୁଳା ଆଚାରୀ, ପ୍ରତିଭା ଦାସ,ସଞ୍ଜୁକ୍ତାପାଣିଗ୍ରାହୀ, ପୁଷ୍ପାଞ୍ଜଳିପାଣିଗ୍ରାହୀ, ମିତା ସୁବୁଦ୍ଧି, ଏସ୍ ବିଜୟଲକ୍ଷ୍ମୀ ପାତ୍ର, ପ୍ରମିତା ସାହୁ, ସନ୍ଧ୍ୟାରାଣୀ ପଣ୍ଡା,ସୁନିତା ସେଠୀ, ସୁନିତା ପାତ୍ରଙ୍କ ସମେତ ବହୁ ପୁରାତନ ଛାତ୍ରୀ ଏକଜୁଟ ହୋଇ ଛାତ୍ର ଜୀବନର ସ୍ମୃତି ସାଉଁଟିବା ସହ ଆଗାମୀ ଦିନରେ ସବୁ ସମୟରେ ଏକଜୁଟ ହୋଇ ସମାଜ ସେବା କରିବା ଲାଗି ନିଷ୍ପତ୍ତି ନେଇଛନ୍ତି । ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ପାଇଁ ଭବିଷ୍ୟତ କାର୍ଯ୍ୟପନ୍ଥା ଉପରେ ଆଲୋଚନା କରିବା ସାଙ୍ଗକୁ ଦିବଂଗତ କିଛି ସହପାଠୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ନୀରବ ପ୍ରାର୍ଥନା କରାଯାଇଥିଲା। ଏହି ଅବସରରେ ୧୯୯୩ ବ୍ୟାଚ୍ର ଛାତ୍ରୀଙ୍କ୍ ପାଠପଢ଼ାଇଥିବା ଶିକ୍ଷକ ଜଲି ମହାପାତ୍ର,ଦୁର୍ଗାପ୍ରସାଦ ପଣ୍ଡା, ଭାସ୍କର ପ୍ରଧାନ,ମନୋରମା ଷଡଙ୍ଗୀ, ସୁଭଦ୍ରା ମିଶ୍ର, ନିରଞ୍ଜନ ତ୍ରିପାଠୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।