ଆସିକା-(ନି:ପ୍ର)ମନୋଜ କୁମାର ସାହୁ ଓଡିଶା ସମବାୟ କର୍ମଚାରୀ ମହାସଂଘର ଆହ୍ୱାନ କ୍ରମେ କେନ୍ଦ୍ର ବ୍ୟାଙ୍କ ଲି ଅନ୍ତର୍ଗତ 190ଗୋଟି ସମିତିର କର୍ମଚାରୀ ସଙ୍ଘର ଏକ ସ୍ୱତନ୍ତ୍ର ଅଧିବେଶନ ଆସିକା ସ୍ଥିତ ପୁଗୁଡ଼େଶ୍ୱର ପଲ୍ଲୀ ମନ୍ଦିର ପ୍ରାଙ୍ଗଣରେ ସଂଘର ସଭାପତି ଶିବରାମ ମହାଙ୍କୁଡ ଅଧ୍ୟକ୍ଷତାରେ ହୋଇଥିଲା. ସମବାୟ ସମିତି କର୍ମଚାରୀ ମାନଙ୍କ ଦରମା ଅସଙ୍ଗତି, ସମିତି କର୍ମଚାରୀ ମାନଙ୍କୁ ବ୍ୟାଙ୍କର ସହାୟକ ପଦବୀକୁ ପଦନ୍ନୋତି ବିଷୟରେ ବୈଠକରେ ଆଲୋଚନା ହୋଇଥିଲା. ଉକ୍ତ ସମସ୍ୟା ସମ୍ପର୍କରେ ସମବାୟ ବିଭାଗର ପଦାଧିକାରୀ ମାନଙ୍କୁ ବାରମ୍ବାର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ଆଦୌ କର୍ଣ୍ଣାପାତ କରୁନାହାନ୍ତି ଉଚ୍ଚ ପଦସ୍ଥ ଅଧିକାରୀ. ଉକ୍ତ ସମସ୍ୟାର ସମାଧାନ ଆସନ୍ତା 22-05-23ସୁଦ୍ଧା ନହେଲେ ତା 23-05-23ରିଖ ଠାରୁ ସଙ୍ଘ ଆନ୍ଦୋଳନ କରିବ ବୋଲି ସଭାରେ ନିଷ୍ପତ୍ତି ନିଆଗଲା. ମହାସଂଘ ପକ୍ଷରୁ କାର୍ଯ୍ୟକାରୀ ସଭାପତି ନିତ୍ୟାନନ୍ଦ ଦାଶ, ସଭାପତି ସୀତାରାମ ପ୍ରଧାନ ସମେତ PACS ଏମ୍ପରଜ ସଙ୍ଘର କାର୍ଯ୍ୟକାରୀ ସଭାପତି ଅଶୋକ କୁମାର ସ୍ୱାଇଁ, ସାଧାରଣ ସମ୍ପାଦକ ପ୍ରଣବ ଚନ୍ଦ୍ର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।