ଆସିକା -୧୧/୦୫ ନିପ୍ର- ଡାଇଭର୍ଶନ ରାସ୍ତା ନିର୍ମାଣ ପରେ ଟିପିସର ନାଳ କାର୍ଯ୍ୟ ଆରମ୍ଭ ହବା ପାଇଁ ଏକ ଜରୁରୀ ବୈଠକ ସତ୍ୟନାରାୟଣ ମନ୍ଦିର ଠାରେ ବଜ଼ାର କମିଟି ଉପସଭାପତି ଅନିଲ ପୃଷ୍ଟି ଙ୍କ ସଭାପତିତ୍ୱ ଅନୁଷ୍ଠିତ ହୋଇଯାଇଛି. ଏହି ବୈଠକ ରେ ବିନାୟକ ବଜ଼ାର କମିଟି ସଭାପତି ସାଗର ସାବତ,ଆଇନ ପରାମର୍ଶ ଦାତା ସତ୍ୟକାନ୍ତ ଶର୍ମା, ବଣିକ ସଙ୍ଘ ସମ୍ପାଦକ ସିମାଞ୍ଚଳ ପରିଡା,ଆସିକା ଏନ ଏ ସି ପକ୍ଷରୁ ଅଧକ୍ଷା ପ୍ରତିନିଧି ସତ୍ୟନାରାୟଣ ସ୍ୱାଇଁ ଙ୍କ ସମେତ ବଣିକ ସଙ୍ଘ, ଲଷ୍ମୀ ବଜାର,ବିନାୟକ ବଜ଼ାର ଓ ଆସିକାର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ. ଆସିକା ଏନ ଏ ସି ଅନ୍ତର୍ଗତ ଲଷ୍ମୀ ବଜ଼ାର ରେ ଥିବା ବହୁ ପୁରାତନ ଟିପିସର ନାଳ ଉପରେ ଥିବା ପୁରୁଣା ସେତୁ କୁ ଭାଙ୍ଗି ନୂତନ ବ୍ରିଜ଼ ନିର୍ମାଣ ପାଇଁ ଆସିକା ଏନ ଏ ସି ପକ୍ଷରୁ ବିଧିବଦ୍ଧ ଭାବେ 95ଲକ୍ଷ 54ହଜ଼ାର ଟଙ୍କାରେ ଟେଣ୍ଡର ହୋଇଥିଲା.ଏହି ବ୍ରିଜ ର ଲମ୍ବ 50ଫୁଟ, ଚଉଡା 40ଫୁଟ ହେବ ଓ ଠିକାଦାର ହରିହର ସ୍ୱାଇଁ ଙ୍କ ନାମରେ କାର୍ଯ୍ୟଦେଶ ଏନ ଏ ସି ପକ୍ଷରୁ ଯୋଗାଇ ଦିଆଯାଇଛି.ଏହି କାର୍ଯ୍ୟ ତିନି ମାସ ମଧ୍ୟରେ ଶେଷ କରିବା ପାଇଁ ଧାର୍ଯ୍ୟ ହୋଇଛି. ଏହି ପୁରୁଣା ବ୍ରିଜ ଭାଙ୍ଗିବା କାର୍ଯ୍ୟ ଆସନ୍ତା କାଲି ଦିନ ଦଶ ଘଣ୍ଟ ଠାରୁ ଆରମ୍ଭ ହେବ ବୋଲି 24ଘଣ୍ଟା ପୂର୍ବରୁ ଆସିକା ଏନ ଏ ସି ପକ୍ଷରୁ ଘୋଷଣା କରାଯାଇଛି.ଏହାକୁ ଭିତ୍ତି କରି ଆଜି ଏହି ବୈଠକ ଅନୁଷ୍ଠିତ ହୋଇଥିଲା. ଏହି ବ୍ରିଜ ତୁରନ୍ତ ନିର୍ମାଣ ପାଇଁ ସମସ୍ତ ସହମତି ରହିଥିଲା. କିନ୍ତୁ ଆସିକା ସହରର ମୁଖ୍ୟ ବଜ଼ାର ବିନାୟକ ବଜ଼ାର ଠାରୁ ଲଷ୍ମୀ ବଜ଼ାର ଅଟେ.ଆସିକା ଜନସାଧାରଣ ଏହି ପୋଲ ଦେଇ ବିନାୟକ ବଜ଼ାର ଠାରୁ ଲଷ୍ମୀ ବଜ଼ାର ପର୍ଯ୍ୟନ୍ତ ଯିବାଆସିବା କରିଥାନ୍ତି. ଏହି ଵଜାରରେ ୩୦୦ ରୁ ଉର୍ଦ୍ଧ୍ବ ବ୍ୟବସାୟ ଅନୁଷ୍ଠାନ ନିଜର ପଟପାଟଣା ମେଣ୍ଟାଉଛନ୍ତି। ଦୈନିକ ୧୦ ହଜାରରୁ ଉର୍ଦ୍ଧ୍ଵ ଗ୍ରାହକ ବିଭିନ୍ନ ବ୍ୟବସାୟ ଅନୁଷ୍ଠାନ ଜାଆଅସ କରନ୍ତି। ଅନ୍ୟ ପଟେ ସ୍କୁଲ କଲେଜ ଚାକିରୀଆ ବସଷ୍ଟାଣ୍ଡ ପାଇଁ ମୁଖ୍ୟ ରାସ୍ତା ଅଟେ। ବ୍ରିଜ ଭାଙ୍ଗି ନିର୍ମାଣ କରିବା ପୂର୍ବରୁ ସମସ୍ତ ବ୍ୟବସାୟୀ ଅନୁଷ୍ଠାନ ଜନସାଧାରଣ ଙ୍କ ସ୍ୱାର୍ଥ ଦୃଷ୍ଟିରୁ ପ୍ରଥମେ ଡାଇଭର୍ଶନ କରି ଏହା ପରେ ବ୍ରିଜ ନିର୍ମାଣ କରିବା ପାଇଁ ସଭାରେ ଘୋଷଣା କରାଯାଇଥିଲା.
ଡାଇଭର୍ଶନ ରାସ୍ତା ନିର୍ମାଣ ପରେ ଟିପିସର ନାଳ କାର୍ଯ୍ୟ ଆରମ୍ଭ ହେବାକୁ ନେଇ ବ୍ୟବସାୟିକ ଅନୁଷ୍ଠାନ ଓ ଜନତା ମନରେ ଅସନ୍ତୋଷ।
By: SANGHARSA TV
0