ବାଲୁଗାଁ ତା -୧୩/୦୫/୨୦୨୩-ବାଲୁଗାଁ ମହାବିଦ୍ୟାଳୟ ରାଜନୀତି ବିଜ୍ଞାନ ବିଭାଗର+୩ first year ଓ second year ଛାତ୍ର ଓ ଛାତ୍ରୀ ମାନେ ମିଶି+୩ଶେଷ ବର୍ଷ ଛାତ୍ର ଓ ଛାତ୍ରୀ ମାନଙ୍କ ଉଦ୍ଦେଶ୍ୟରେ ବିଦାୟ କାଳୀନ ସଭା ଆୟୋଜିତ କରିଥିଲେ।ବିଦାୟ କାଳୀନ ସଭାର ସମସ୍ତ ପରିଚାଳନା ଶ୍ରୀଯୁକ୍ତ ହିମାଂଶୁ କୁମାର ଦାସ (ଅଧ୍ୟାପକ) ବହନ କରିଥିଲେ। ପୂର୍ବାହ୍ନ ୧୧ଟା ୩୦ମିନିଟ୍ ସମୟରେ ଅତିଥି ମାନଙ୍କ ଯୋଗଦାନ ରେ କାଯ୍ୟ କ୍ରମ ଆରମ୍ଭ ହୋଇଥିଲା। ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ ବାଲୁଗାଁ ମହବିଦ୍ୟାଳୟର ଅବସର ପ୍ରାପ୍ତ କ୍ରୀଡା ପ୍ରଶିକ୍ଷକ ଶ୍ରୀଯୁକ୍ତ ବିଜୟ କୁମାର ରାଉତ, ଏବଂ ମହାବିଦ୍ୟାଳୟ ଅଧକ୍ଷା ଶ୍ରୀମତୀ ବିନତି ମଞ୍ଜରୀ ରାଉତ ଓ ଯୁକ୍ତ ଦୁଇ ଅଧକ୍ଷା ଡକ୍ଟର କଳ୍ପନା ଦାସମନସ୍ତତ୍ତ୍ୱ ବିଭାଗ ରମୁଖ୍ୟ ଅଧ୍ୟାପିକା ମିଶି ରାଜନୀତି ବିଜ୍ଞାନ ବିଭାଗର ମୁଖ୍ୟ ଶ୍ରୀଯୁକ୍ତ ସୁବାସ ଶ୍ରୀଚନ୍ଦନ ଓ ଅଧ୍ୟାପକ ଶ୍ରୀଯୁକ୍ତ ହିମାଂଶୁ କୁମାର ଦାସ, ଶ୍ରୀମତୀ ସୁନିତା ନନ୍ଦ(ରାଜନୀତି ବିଜ୍ଞାନ ବିଭାଗ ଅଧ୍ୟାପିକା)ଙ୍କ ଯୋଗଦାନରେ ପ୍ରଦୀପ ପ୍ରଯୋଳନ କାଯ୍ୟ କ୍ରମ ଆରମ୍ଭ ହୋଇଥିଲା। ଯୁକ୍ତ ଦୁଇ ଅଧ୍ୟକ୍ଷା ବକ୍ତବ୍ୟ ମାଧ୍ୟମରେ ରାଜନୀତି ବିଜ୍ଞାନ ବିଭାଗ କୁ ବହୁତ ପ୍ରଶଂସା କରିଥିଲେ। +୩ଛାତ୍ରୀ ମାନେ ଶେଷ ବର୍ଷ ର ଛାତ୍ର ଓ ଛାତ୍ରୀ ମାନଙ୍କୁ ସଭା କୁ ସ୍ଵାଗତ କରି ବିଦାୟ କାଳୀନ ସଙ୍ଗୀତ ପରିବେଷଣ କରିଥିଲେ।ମହାବିଦ୍ୟାଳୟ ର ଅଧ୍ୟକ୍ଷା ଙ୍କ ସଭାପତିତ୍ବରେ କାଯ୍ୟକ୍ରମ ଶୁଭାରମ୍ଭ ହୋଇଥିଲା।ରାଜନୀତି ବିଜ୍ଞାନ ବିଭାଗ ତରଫରୁ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ବିଜୟ କୁମାର ରାଉତ,ଅଧ୍ୟକ୍ଷା ଶ୍ରୀମତୀ ବିନତୀ ମଞ୍ଜରୀ ରାଉତ ଏବଂଯୁକ୍ତ ଦୁଇ ଅଧ୍ୟକ୍ଷା ଡକ୍ଟର କଳ୍ପନା ଦାସଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା। ସଭା କାଯ୍ୟ କୁ ରାଜନୀତି ବିଜ୍ଞାନ ବିଭାଗର ମୁଖ୍ୟ ସୁବାସ ଶ୍ରୀଚନ୍ଦନ, ଶ୍ରୀମତୀ ଅଧ୍ୟାପିକା ସୁନିତା ନନ୍ଦ ଓ ଶ୍ରୀଯୁକ୍ତ ଅଧ୍ୟାପକ ହିମାଂଶୁ କୁମାର ଦାସ ପରିଚାଳନା କରିଥିଲେ।ଶେଷ ବର୍ଷ ର ଛାତ୍ର ଓ ଛାତ୍ରୀ ମାନେ ନିଜର ଅନୁଭୂତି କୁ ଓ ଅଭିଜ୍ଞତା ବକ୍ତବ୍ୟ ମାଧ୍ୟମରେ ପରିପ୍ରକାଶ କରିଥିଲେ। ପରିଶେଷ ରେ ଶେଷ ବର୍ଷ ର ଛାତ୍ର ଓ ଛାତ୍ରୀ ମାନଙ୍କୁ ଉପହାର ବିତରଣ କରାଯାଇଥିଲା। ଏବଂ ସଭା ଶେଷରେ ଧନ୍ୟବାଦ ଜ୍ଞାପନ କରିଥିଲେ ସଂଗ୍ରାମ କେଶରୀ ବେହେରା ଓ କାର୍ତିକେଶ୍ୱର୍ ଜେନା.
ସାଜ ସଜା ଓ ସମସ୍ତ ଦାୟିତ୍ଵ ବହନ କରିଥିଲେ କାର୍ତିକେଶ୍ୱର୍ ଜେନା,ରଞ୍ଜନ ମହାପାତ୍ର,ସଂଗ୍ରାମ କେଶରୀ ବେହେରା। ଉପଦେଶ ଦେଇଥିଲେ ଅଧ୍ୟାପକ ହିମାଂଶୁ କୁମାର ଦାସ।
ବାଲୁଗାଁ ରୁ ଆଦିତ୍ୟ ବେହେରା ଙ୍କ ରିପୋର୍ଟ ସଂଘର୍ଷ ଟିଭି