//BREAKING//
Loading...

ରାୟଗଡ଼ା ଭିନ୍ନକ୍ଷମ ମହାସଂଘ ତରଫରୁ 5ଟି ସଚିବଙ୍କୁ ଦାବୀ ପତ୍ର ପ୍ରଦାନ କରିଥିଲେ।

ରାୟଗଡ଼ା 5ଟି ସଚିବ ଭି କେ ପାଣ୍ଡିୟାନ୍ ରାୟଗଡା ଗସ୍ତରେ ଆସି ଥିଲେ, ତାଙ୍କୁ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ୍ ରେ ସାକ୍ଷାତ କରି ଜିଲ୍ଲା ଭିନ୍ନକ୍ଷମ ସଭାପତି ରାକେଶ ହିମରିକା, ଭିନ୍ନକ୍ଷମ ଜିଲ୍ଲା ସମ୍ପାଦକ ଭିନ୍ନକ୍ଷମ ଜଳନ୍ଧର ବାଚେଲି ଓ ମହାସଂଘର ସଦସ୍ୟ ମାନେ 5ଟି ସଚିବଙ୍କୁ ୧୨ ଦଫା ଦାବି ପତ୍ର ପ୍ରଦାନ କରିଥିଲେ। ଦାବି ଗୁଡ଼ିକ ହେଲା ପ୍ରଥମରେ ଜିଲ୍ଲା ସ୍ତରରେ ଭିନ୍ନକ୍ଷମମାନଙ୍କ ପାଇଁ ଏକ କାର୍ଯ୍ୟାଳୟ ସ୍ଥାପନ, ଦ୍ଵିତୀୟରେ ଠିକାଦାରୀ କାର୍ଯ୍ୟରେ ୫% ସଂରକ୍ଷଣ, ତୃତୀୟ ରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ଲିଫ୍ଟ ସ୍ଥାପନ ଚତୁର୍ଥ ରେ ଅନ୍ୟ ଜିଲ୍ଲା ଭଳି ରାୟଗଡାର ଏମ୍ ପି ଓ ଏମ୍ ଏଲ ଏ ଲାତ ଫଣ୍ଡରୁ ସ୍କୁଟର/ଲ - ସ୍କୁଟର ପ୍ରଦାନ, ପଞ୍ଚରେ ମାସିକ ବ୍ଲକ୍ ସ୍ତରୀୟ ଭିନ୍ନକ୍ଷମ ଚିହ୍ନଟିକରଣ,ଷଷ୍ଠ ରେ ସମସ୍ତ ଭିନ୍ନକ୍ଷମଙ୍କୁ ଅଗ୍ରାଧୁକାର ଭିତ୍ତିରେ ଘର ପ୍ରଦାନ ସପ୍ତମରେ ନଗଦ ଆକାରରେ ଭିନ୍ନକ୍ଷମଙ୍କ ଘରେ ଭତ୍ତା ପ୍ରଦାନ, ଅଷ୍ଟମ ରେ ଭିନ୍ନକ୍ଷମ ଶିଶୁଙ୍କୁ ମାଗଣାରେ ଶିକ୍ଷା, ଆର୍ଥିକ ସହଯୋଗ ଓ ସମସ୍ତ ସୁବିଧା ପ୍ରଦାନ, ନବମରେ ପିତା କିମ୍ବା ମାତା ଦୁଇଜଣ କିମ୍ବା ଜଣେ ଦିବ୍ୟାଙ୍ଗ ହୋଇଥିଲେ ତାଙ୍କର ସମସ୍ତ ଶିଶୁମାନଙ୍କୁ ମାଗଣାରେ ଶିକ୍ଷା ଓ ଆର୍ଥିକ ସହଯୋଗ ଓ ସମସ୍ତ ସୁବିଧା ପ୍ରଦାନ, ଦଶମ ରେ ସମସ୍ତ କାର୍ଯ୍ୟାଳୟରେ ରାମ୍ପ ନିର୍ମାଣ,ଏକାଦଶ ରେ ଦିବ୍ୟାଙ୍ଗଙ୍କ ଯନ୍ତ୍ରକାରି ବ୍ୟକ୍ତିଙ୍କୁ ସରକାରୀ ସହାୟତା ପ୍ରଦାନ ଦ୍ବାଦଶ ରେ ଯୋଗ୍ୟତା ଭିତରେ ଓ ନିୟମ ଅନୁଯାୟୀ ଋଣ ପ୍ରଦାନ କରାଯାଉ। ଦେଖାଯାଉ ଆଗାମୀ ଦିନ ରେ ସରକାର ଦିବ୍ୟlଙ୍ଗ ଭାଇ ଓ ଭଉଣୀ ମାନଙ୍କ ଦାବି ପୂରଣ କରୁଛନ୍ତି କି ନାହିଁ। ରାୟଗଡ଼ାରୁ ଆଶୁତୋଷ କୁମାର ପଟ୍ଟନାୟକ

Post a Comment

Previous Post Next Post

ଆରମ୍ଭ ମାତ୍ର ସଙ୍ଘର୍ଷ ଟିଭି

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe