ଆସିକା 09/06 ନିପ୍ର- ଆସିକା ସବଡ଼ିଭିଜନ ଡାକ୍ତରଖାନା ଠାରେ ଅରୁଣା ସଚେତନତା ରଥର ଶୁଭାରମ୍ଭ ହୋଇଛି l ଏହି ରଥ କରୋନା ଓ ରୁବେଲା ଭାଇରସ ସାଙ୍ଗକୁ ମାରାତ୍ମକ ହେପାଟାଈଟିସ ବି ଉପରେ ଆସିକା ର ପ୍ରତେକ ଗ୍ରାମ କୁ ବୁଲି ଗ୍ରାମବାସୀ ଙ୍କୁ ସଚେତନତା କରିବାର ଯୋଜନା ରହିଛି l ଏହି ସଚେତନତା ରଥକୁ ଡ଼ଃ ବସନ୍ତ ରଥ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ଏହି ଉତ୍ସବରେ ଡ଼ଃ ଅନିକେତ ରଞ୍ଜନ, ହସ୍ପିଟାଲ ସୁପରଭାଇଜରଅମିତ କୁମାର ଦାସ ଆସିକା ମେଡିକାଲର ଆଇ ସି ଟି ସି କାଉନସିଲର ଦିପକ ମହାନ୍ତି, ଏଲ ଟି ରାଜେନ୍ଦ୍ର ପାତ୍ର, ଅରୁଣା ସ୍ବେଛାସେବୀ ସଂଗଠନ ସଭ୍ୟ ଭବାନୀ ପାଣିଗ୍ରାହୀ,ସିଲୁ ଜେନା,ମିନି ପଣ୍ଡା ଙ୍କ ସମେତ ବହୁ ଆଶା କର୍ମୀ ପ୍ରମୁଖ ଉପସ୍ଥିତ ଥିଲେ l