ଧରାକୋଟ,15/6/23 ସରକାର ପଇବା ପାଣି ସମସ୍ୟା ର ସମାଧାନ ପାଇଁ ବେଶ ତତ୍ପରତା ପ୍ରକାଶ କରୁଛନ୍ତି । ପ୍ରତ୍ୟେକ ଗାଁର ପ୍ରତ୍ୟେକ ପରିବାରକୁ ଡ୍ରିଙ୍କ ଫର ଟେପ ଯୋଜନାରେ ପାଣି ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଉଛନ୍ତି। ହେଲେ ଏଠାରେ ତାହାର ବ୍ୟତିକ୍ରମ ଯୋଗୁଁ ପିଇବା ପାଣି ପାଇଁ ଡହକ ବିକଳ ହେଉଛନ୍ତି ଧରାକୋଟ ବ୍ଲକର ରୁଗୁମୁ ପଞ୍ଚାୟତର ହରିଜନ ବହୁଳ ଗ୍ରାମ ବରକୋଳି ଗୁମାର ଲୋକେ। ଗାରେ ସତୁରୀ ଗୋଟି ପରିବାର ପ୍ରାୟ 700 ଲୋକ। ପଚାଶ ବର୍ଷ ରୁ ଅଧିକ ଦିନ ହେଲା ବାସ କରନ୍ତି । ଏହି ଗାଁ ରେ ପିଇବା ପାଣି ସମସ୍ୟା ଦୀର୍ଘ ଦିନ ଧରି ଲାଗି ରହିଛି। ନିର୍ବାଚନ ଆସିଲେ ନେତାଏ ପ୍ରତିଶ୍ରୁତି ଦେଇ ଚାଲି ଥିବା ବେଳେ ପ୍ରଶାସନର ବଡପଣ୍ଡା ମାନେ ଆମେ ଚେଷ୍ଟା କରୁଛୁ ବୋଲି ଫମ୍ପା ପ୍ରତିଶ୍ରୁତି ଦେଇ ଚାଲିଛନ୍ତି । ଗାଁ ଆରମ୍ଭରେ ରହିଥିବା ନଳକୂପ ରେ ପାଣି ନଥିବା ଯୋଗୁଁ ଏହା ଅଦରକାରୀ ହୋଇ ରହିଛି। ଆଖ ପାଖ ରେ ଦଶ ରୁ ଅଧିକ ନଳକୂପ ଖୋଳା ଯାଇଥିଲେ ମଧ୍ୟ ପାଣି ବହାରୁନାହି । ଗାଁ ଠାରୁ ତିନିଶହ ମିଟର ଦୂରରେ ଥିବା ପୋଖରୀ ରେ ଲୋକେ ଗାଧୁଆ ପାଧୁଆ କରୁଥିବା ବେଳେ ଏକ କିମି ଦୂରରେ ଥିବା ଡାକିବଜା ଓ ଚାଞ୍ଚରା ପଲି ଗାଁର ନଳକୂପରୁ ପିଇବା ପାଣି ସଂଗ୍ରହ କରି ଆଣୁଛନ୍ତି। ସମଗ୍ର ଗାଁର ପୁରୁଷ ଓ ମହିଳା ଦିନ ମଜୁରିଆ । ନିଜର ନିତି ଦିନିଆ ଗୁଜୁରାଣ ମେଣ୍ଟାଇବା ପାଇଁ ସେମାନେ ଅନ୍ୟର ଚାଷ ଜମି ଓ ଜଙ୍ଗଲ ଉପରେ ନିର୍ଭର କରିଥାନ୍ତି। ହେଲେ ପିଇବା ପାଣି ସମସ୍ୟା ସେମାନଙ୍କ ନିତିଦିନିଆ ଗୁଜୁରାଣ ମେଣ୍ଟାଇବା ରେ ସମସ୍ୟା ଭାବରେ ଠିଆ ହୋଇଛି। ଘଟଣା ସମ୍ପର୍କରେ ରୁଗୁମୁ ସରପଞ୍ଚ ଙ୍କ ପ୍ରତିନିଧି ତଥା ପୂର୍ବତନ ସରପଞ୍ଚ ସୁଧାକର ସ୍ବାଇଁ ଙ୍କ ସହ ଯୋଗାଯୋଗ ବେଳେ ଗ୍ରାମରେ ଜଳସ୍ତର ନାହିଁ,ନିକଟସ୍ଥ ବେଠୁଆର ଗ୍ରାମର ଇଣ୍ଟେକ ୱେଲ ରୁ ପାଇପ ଲାଇନ ବିଛାଇ ପାଣି ଆଣିବା ପାଇଁ ଯୋଜନା କରାଯାଇଛି। ଏଥି ପାଇଁ ପଞ୍ଚାୟତରେ ନିର୍ଦ୍ଧାରଣ ହୋଇଛି। ଫାଇଲ ନିର୍ବାହୀ ଯନ୍ତ୍ରୀଙ୍କ ଠାରେ ପଡ଼ିରହିଛି। ଘଟଣା ସମ୍ପର୍କରେ ବିଭାଗୀୟ ସହକାରୀ ଯନ୍ତ୍ରୀ ସୁଜିତ କୁମାର ଲଗୁନ ଙ୍କ ସହ ଯୋଗାଯୋଗ ବେଳେ ଏହି ଗ୍ରାମର ପାଇପ ଲାଇନ ପାଇଁ ଓ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ଏଗାର ଲକ୍ଷ୍ୟ ଟଙ୍କାର ବ୍ୟୟ ଅଟକଳ ଡିଭିଜନ କୁ ପଠା ଯାଇଛି। ଏଷ୍ଟିମେଟ ବିଭାଗ ତରଫରୁ ଟେଣ୍ଡର ଆହ୍ବାନ କରାଯିବା ଓ ଚୁକ୍ତିନାମା ପରେ କାମ ହେଵ ବୋଲି ପ୍ରକାଶ କରିଛନ୍ତି। ଏଠାରେ ପ୍ରଶ୍ନ ଜଳ ଯୋଗାଣ ପ୍ରକଳ୍ପ ପାଇଁ ଟେଣ୍ଡର ଆହ୍ବାନ କେବେ କରିବ ବିଭାଗ । କେବେ ଗାଁ ଲୋକେ ପାଣି ପଇବେ ତାହା ଦେଖିବାକୁ ବାକି ରହିଲା।