ଆସିକା: ମହାତ୍ମାଗାନ୍ଧୀ ଜାତୀୟଗ୍ରାମୀଣ ନିଶ୍ଚିତ କର୍ମନି ଯୁକ୍ତିଯୋଜନାରେ ଗାଙ୍ଗପୁର ଥାନା ଅନ୍ତର୍ଗତ ବାଙ୍ଗରଡା ପଂଚାୟତର ଆମ୍ବପୁଆ ଗ୍ରାମରେ ପୋଖରୀ ନଥାଇ ପଡ଼ିଆରେ ପୋଖରୀ ପୁନରୁଦ୍ଧାର କାର୍ଯ୍ୟ ଚାଲୁଥିବା ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ବିଭିନ୍ନ ପ୍ରକାର ପ୍ରତିକ୍ରିୟା
ଦେଖିବାକୁ ମିଳିଛି ।ଏନେଇ ଆସିକା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଫୋନ୍ ଯୋଗେ ଯୋଗାଯୋଗ କରାଯିବାରୁ କୌଣସି ଗଣମାଧ୍ୟମ ପ୍ରତିନିଧିଙ୍କୁ ସାକ୍ଷାତ
କରିବା ପାଇଁ ତାଙ୍କ ପାଖରେ ସମୟନଥିବା କହିବା ସହିତ ପୋଖରୀ ପୁନରୁଦ୍ଧାରକାର୍ଯ୍ୟ ଚାଲିଥିବା ସ୍ଥାନରେ ପୂର୍ବରୁ ପୋଖରୀ ଥିବା ସଫେଇ ଦେଇଛନ୍ତି ।କିନ୍ତୁ ବିଡ଼ିଓଙ୍କର ଏହି ସଫେଇକୁ ବହୁ ଗ୍ରାମବାସୀ ଖଣ୍ଡନ କରିଛନ୍ତି। ଗ୍ରାମବାସୀଙ୍କ କହିବା ପ୍ରକାରେ
ସ୍ଥାନଟି ଗଡପଡ଼ିଆ ଭାବରେ ପରିଚିତ ଥିବା ବେଳେ ଏଠାରେ ଲକ୍ଷାଧୂକ ଟଙ୍କାର ବାଉଁଶ ବୁଦା ଥିଲା ଏହାସହିତପଡିଆଟିରେ ଗ୍ରାମର ବିଭିନ୍ନ ପ୍ରକାର ଭୋଜି ହେଉଥିଲା । ପଡ଼ିଆ ପାଖରେ ଅନ୍ୟ ଦୁଇ ଗୋଟି ପୋଖରୀ ଓ ଏକ କେନାଲ ଥିବା ବେଳେ ଅନାବଶ୍ୟକ ଭାବେ ପଡିଆର ଲକ୍ଷାଧିକ
ଟଙ୍କାର ବାଉଁଶ ଗଛକୁ ନଷ୍ଟକରି ସେଠାରେ ପୋଖରୀ ଖୋଳାଯାଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ଅନ୍ୟପଟେଅଭିଯୋଗ ଆଣିଥିବା କିଛି ଗ୍ରାମବସୀଙ୍କୁକାମ କରୁଥିବା ସଂସ୍ଥା ବିଭିନ୍ନ ପ୍ରକାର ଧମକ ଦେଉଥିବା ମଧ୍ୟ ଅଭିଯୋଗ ହେଉଛି । ପ୍ରକାଶ ଥାଉକିସୂଚନା ଫଳକର ସୂଚନା ପ୍ରକାରେ ଆର୍ଥିକ ବର୍ଷ୨୦୨୨-୨୩ ପାଇଁ ଗ୍ରାମର ଗଡ଼ ପଡ଼ିଆ ବନ୍ଧର ପୁନରୁଦ୍ଧାର ବା ଉନ୍ନତୀକରଣ ଆଠଲକ୍ଷ ଟଙ୍କାର ବ୍ୟୟ ଅଟକଳ ମଞ୍ଜୁର ହୋଇଛି । କିନ୍ତୁ ଗଡ଼ ପଡିଆଏକ ପଡ଼ିଆର ହିଁ ନାମ ଏବଂ ଏଠାରେ ପୂର୍ବରୁ କୌଣସି ପୋଖରୀ ନଥିବା ବେଳେ ପୋଖରୀ ଉନ୍ନତିକରଣ ପାଇଁ କେଉଁ ଆଧାରରେ କାର୍ଯ୍ୟାଦେଶ ଆସିଲା ତାହା ସମସ୍ତଙ୍କୁ ଚକିତ କରିଛି। ଏତଦ୍ ବ୍ୟତୀତ ମନରେଗା ଯୋଜନା କାର୍ଯ୍ୟରେ କୌଣସି। ପ୍ରକାର ମେସିନ୍ ଲାଗିବା ବେଆଇନ୍ ହୋଇଥିବା
ବେଳେ ଏଠାରେ ୧୫ ଦିନରୁ ଊର୍ଦ୍ଧ୍ବ ସମୟ ଧରି ଖୋଲାଖୋଲି ଭାବେ ମେସିନ୍ ଲାଗୁଥିବା ଦେଖିବାକୁ ମିଳିଛି । ଆଇନ୍କୁ ଆୱାର କଲା ଭଳି ଏହି କାର୍ଯ୍ୟରେ ଦିନ ବେଳେ ମାତ୍ର ଚାରିଜଣ ଶ୍ରମିକ କାର୍ଯ୍ୟ କରୁଥିବା ବେଳେ ପ୍ରତିଦିନ ରାତିରେ ପୋଖରୀ କାର୍ଯ୍ୟରେ ମେସିନ୍ର ବ୍ୟବହାର ହେଉଛି। ତେଣୁ ଏ ଦିଗରେ ଉଚ୍ଚସ୍ତ
କର୍ତ୍ତୃପକ୍ଷ ତୁରନ୍ତ ନିରପେକ୍ଷ ତଦନ୍ତ କରି ମେସିନ୍ ଲଗାଇ ଗରୀବ ଶ୍ରମିକଙ୍କ ଟଙ୍କା ଲୁଟୁଥିବା ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି ହୋଇଛି।