ଆସିକା ୧୬/୦୬(ମନୋଜ କୁମାର ସାହୁ ) ବହୁ ବିବାଦୀୟ ଆସିକା ବ୍ଲକ ପଶୁ ଚିକିତ୍ସକକୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଧରିବାରେ ସଫଳ ହୋଇଛି l ଆଜି ହାଟପଦା ପଶୁ ଚିକିତ୍ସା ଲୟ ଠାରେ ଦିନ ୧ଘଣ୍ଟ ବେଳେ ଆସିକା ବ୍ଲକ ପଶୁ ଚିକିତ୍ସକ ଡ଼ଃ ରବିନାରାୟଣ ସାହୁ ୯ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଚଳଚ୍ଚିତ୍ର ଢଙ୍ଗରେ ମାଡ଼ିବସିଲେ ବ୍ରହ୍ମପୁର ଭିଜିଲାନ୍ସ ଅଧିକାରୀ ଜବତ କଲେ ୯ ହଜାର ଟଙ୍କା ଏବଂ ଧୋଇଲେ ହାତ ରାସାୟନିକ ରଙ୍ଗ ପାଣି ବୋହିଲା ଡାକ୍ତର ଙ୍କ ହାତରୁ l ଏନେଇ ଭିଜିଲାନ୍ସ ଥାନା କେସ ନମ୍ବର ୦୭/୨୦୨୩ ଧାରା ୭ ପି ସି ଏମେଣ୍ଡ ମେଣ୍ଟ ୨୦୧୮ ପ୍ରକାରେ ମାମଲା ରୁଜୁ କରି ବ୍ରହ୍ମପୁର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ରେ ହଜାର ପରେ ଜାମିନ ନାମଞ୍ଜୁର ହେବାପରେ ଡାକ୍ତର ରବିନାରାୟଣ ସାହୁଙ୍କୁ କୋର୍ଟ ଚାଲାଣ କରାଯାଇଛି ପୋଲିସ l ପ୍ରକାଶ ଥାଉକି ଆସିକା ପଶୁ ଚିକିତ୍ସାଲୟ ଠାରେ ପଶୁ ଚିକିତ୍ସକ ରବିନାରାୟଣ ସାହୁ ଲିଜ଼ ରେ ଲାଗିଥିବା ଭ୍ରମ୍ୟମାଣ ଗାଡି ର ଲିଜ଼ କୁ ୨୦୨୩-୨୦୨୪ବର୍ଷ ସକାଶେ ବର୍ଦ୍ଧିତ କରିବା ପାଇଁ ଜିଲ୍ଲା ପ୍ରାଣିଚିକିତ୍ସକ କାର୍ଯ୍ୟାଳୟ କୁ ଚିଠି ପ୍ରେରଣ କରିବା ସକାଶେ ଗାଡି ମାଲିକ ଠାରୁ ୯ହଜାର ଟଙ୍କା ଲାଞ୍ଚ ମାଗିଥିଲା l ଗାଡି ମାଲିକ ଏନେଇ ଭିଜିଲାସନ୍ସ ଙ୍କ ଦ୍ୱାରସ୍ଥ ହୋଇଥିଲେ l ପୂର୍ଵ ଯୋଜନା ମୁତାବକ ଭିଜିଲାନ୍ସ ଡାକ୍ତର କୁ ଧରିବା ପାଇଁ ସମସ୍ତ ଯୋଜନା କରି ଆଜି ଅପରାହ୍ନ ରେ କାବୁ କରିଥିଲେ l ଡାକ୍ତର ରବି ନାରାୟଣ ସାହୁ ଙ୍କ ନାମରେ ବିଭିନ୍ନ ସମୟରେ ଲାଞ୍ଚ ନେଉଛନ୍ତି ବୋଲି ବାରମ୍ବାର ଅଭିଯୋଗ ହୋଇଆସୁଥିଲା l
ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲା ଆସିକା ବ୍ଲକ ପଶୁ ଚିକିତ୍ସକ
By: SANGHARSA TV
0