.....................................
ଧରାକୋଟ,16/6/23
ସମ୍ପ୍ରତି ରାଜ୍ୟ ସରକାରଙ୍କ ତରଫରୁ ଡ୍ରାଇଭର ମାନଙ୍କୁ ରଜ ଭେଟି ପ୍ରଦାନ କରାଯାଇଛି । ବିଳମ୍ବରେ ହେଲେ ମଧ୍ୟ କିଛି ଦାବୀ ପୂରଣ ହୋଇଥିବାରୁ ବେଶ ଖୁସି ବ୍ୟକ୍ତ କରିଛନ୍ତି ସଙ୍ଘର ସଦସ୍ୟ ଓ କର୍ମକର୍ତ୍ତା । ଆଜି ଧରାକୋଟ ବ୍ଲକ ଡ୍ରାଇଭର ସଂଘ ପକ୍ଷରୁ ସମସ୍ତ ସଦସ୍ୟ ଏକ ଶୋଭାଯାତ୍ରାରେ ଆସି ଜଗନ୍ନାଥ ମନ୍ଦିର ନିକଟରେ ପହଞ୍ଚିବା ପରେ ହନୁମାନ ଙ୍କ ବିଗ୍ରହ ସମ୍ମୁଖରେ ସମୂହ ଦୀପଦାନ କରି ବିଭିନ୍ନ ସ୍ଲୋଗାନ ଦେଇ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ରାଜ୍ୟ ସଙ୍ଘର ଦଶ ଦଫା ଦାବି ମଧ୍ୟରୁ ସରକାର କଲ୍ୟାଣ ବୋର୍ଡ ଗଠନ ସହ ଡ୍ରାଇଭର ମାନଙ୍କୁ ବୀମାଭୁକ୍ତ କରିବା ପାଇଁ ଘୋଷଣା କରିଥିବାରୁ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା । ବ୍ଲକ କମିଟି ସଭାପତି ସୁରେଶ କୁମାର ସିଂହ,ସମ୍ପାଦକ ପ୍ରଭାକର ମୁନି, ସହ ସମ୍ପାଦକ ପ୍ରଭାକର ପ୍ରଧାନ ଓ ଉପଦେଷ୍ଟା n କଂଗ୍ରେସ ରେଡ୍ଡୀ ପ୍ରମୁଖ ଉପସ୍ଥିତ ରହିଥିଲେ। ଅତିଥି ଭାବେ ବରିଷ୍ଠ ସାମ୍ୱାଦିକ ହୃଦାନନ୍ଦ ଜେନା ଯୋଗଦେଇ ଡ୍ରାଇଭର ମାନଙ୍କ ଏକତା ବଜାୟ ରଖିବା, ଶୃଙ୍ଖଳିତ କାର୍ଯ୍ୟ ଶୈଳୀ,ଟ୍ରାଫିକ ନିୟମ ମାନି ଗାଡ଼ି ଚଳାଇବା, ଯାତ୍ରୀ ନିରାପତ୍ତା ଉପରେ ଗୁରୁତ୍ବ ଦେବା, ଦୃତ ବେଗରେ ଗାଡ଼ି ନ ଚଳାଇବା, ମଦ୍ୟ ପାନ ଠାରୁ ଦୂରେଇ ରହିବା ଏବଂ ସମୟାନୁବାର୍ତିତାର ସହ କାର୍ଯ୍ୟ ନିର୍ବାହ ପାଇଁ ଉପଦେଶ ପ୍ରଦାନ କରିଥିଲେ। ଏହି ଅବସରରେ ସମସ୍ତ ଅଠର ଗୋଟିପଞ୍ଚାୟତ ର କମିଟି କର୍ମକର୍ତ୍ତା ଓ ସଦସ୍ୟ ମାନେ ଉପସ୍ଥିତ ରହିଥିଲେ। ଶେଷରେ ସରକାର ରାଜ୍ୟ ସଙ୍ଘ ତରଫରୁ ରଖାଯାଇଥିବା ଅନ୍ୟାନ୍ୟ ଦାବୀ ଗୁଡ଼ିକ ସହୃଦୟତାର ସହ ପୂରଣ ପାଇଁ ଅନୁରୋଧ କରାଯାଇଥିଲା ।