..................................
ଧରାକୋଟ,16/6/23
ରାଜ୍ୟର ଗଡ଼ଜାତ ଅଞ୍ଚଳର ରଥଯାତ୍ରା ମଧ୍ୟରେ ଗଞ୍ଜାମ ଜିଲ୍ଲାର ଧରାକୋଟ ଗଡର ରଥଯାତ୍ରା ଏକ ବ୍ୟତିକ୍ରମ ଓ ସ୍ଵତନ୍ତ୍ରତା ଆଜିବି ବହନ କରି ଆସୁଛି । ଏଣୁ ସବୁଠି ଗୁଣ୍ଡିଚା ଯାତ୍ରା ପାଳନ ହେଉଥିବା ବେଳେ ଏଠାରେ ବାହୁଡା଼ ପରଦିନ ଏକାଦଶୀ ତିଥିର ରଥଯାତ୍ରା ସମଗ୍ର ରାଜ୍ୟରେ ଖ୍ୟାତି ଅର୍ଜନ କରିଛି। ପୁରୀ ର ଦେବୀ ସୁଭଦ୍ରା ଙ୍କ ଦର୍ପଦଳନ ରଥର ଅବିକଳ ଉଚ୍ଚତା ଓ ଓସାର ବିଶିଷ୍ଟ ରଥ ଧରାକୋଟ ରେ ବିଜେ ତିନି ଠାକୁରଙ୍କ ପାଇଁ ନିର୍ମାଣ ପ୍ରତିବର୍ଷ କରାଯାଏ । ଚଳିତ ବର୍ଷ ମଧ୍ୟ ଠାକୁରଙ୍କ ଯାତ୍ରା ପାଇଁ ରଥ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଦେବୋତ୍ତର ଟ୍ରଷ୍ଟି ମୁଖ୍ୟ ରାଣୀ ନନ୍ଦିନୀ ଦେବୀ ଓ ରାଜା ସୁଲକ୍ଷଣା ଗୀତାଞ୍ଜଳି ଦେବୀ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏବଂ ମୁଖ୍ୟ ମହାରଣା ପ୍ରଫୁଲ୍ଲ ମହାରଣାଙ୍କ ନିର୍ଦ୍ଦେଶନାରେ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆସନ୍ତା ସୋମବାର ଦିନ ତିନି ଠାକୁରଙ୍କ ନେତ୍ର ଉତ୍ସବ ପାଳନ ପରେ ଭକ୍ତ ତିନି ଠାକୁରଙ୍କ ନବ ଯୌବନ ଦର୍ଶନ କରିବେ। ଏହା ପରେ ପରମ୍ପରା ଅନୁସାରେ ମଙ୍ଗବାର ଦିନ ରାଜା ସୁଲକ୍ଷଣା ଗୀତାଞ୍ଜଳି ଦେବୀ ଠାକୁର ମାନଙ୍କୁ ପହଣ୍ଡି କରାଇ ରଥାରୁଢ଼ କରି ଆଳତି ପ୍ରଦାନ କରିବା ପରେ ବୁଧବାର ଦିନ ରଥଟଣା ଆରମ୍ଭ ହେବ । ରଥ ନିର୍ମାଣ କାର୍ଯ୍ୟରେ ଯାତ୍ରା କମିଟି ସଦସ୍ୟ ଦିଲୀପ ସ୍ୱାଇଁ, ରବିନ୍ଦ୍ର ଘୋଷ, କୃତିବାସ ସ୍ବାଇଁ, ଜିତେନ୍ଦ୍ର ସ୍ୱାଇଁ, ମଙ୍ଗଳା ବେହେରା, ଅଶ୍ଵିନୀ ସ୍ବାଇଁ, କାଳିଆ ବେହେରା ଓ ସନ୍ତୋଷ ଗୌଡ଼ ସହାୟତା ପ୍ରଦାନ କରୁଥିବା ବେଳେ ମହାରଣା, ଚିତ୍ରକାର ଓ କାରୁକାର୍ଯ୍ୟ ଶିଳ୍ପୀ ମାନେ ନିର୍ମାଣ କାର୍ଯ୍ୟ ରେ ନିୟୋଜିତ ରହିଛନ୍ତି ।