ଆସିକା୧୬/୦୬(ମନୋଜ କୁମାର ସାହୁ)ଆସିକା ରଥଯାତ୍ରା ସକାଶେ ତହସିଲ କକାର୍ଯ୍ୟାଳୟ ଠାରେ ତହସିଲଦାର ସଞ୍ଜୟ କୁମାର ସାମନ୍ତରା ଙ୍କ ଅଧକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ବହୁ ବର୍ଷ ଧରି ଆସିକା ସୁନାମ୍ବ ସାହି,ବଜାର ସାହି, ଖମ୍ବେଶ୍ବରୀ ପାଟଣା ସାଙ୍ଗକୁ ଆସିକା ଗ୍ରାମାଞ୍ଚଳର କାଳ ଷଣ୍ଢ ପୁର, ନଳବଣ୍ଟା, ଚିନିଶିଳ୍ପ ନୂଆଗାଁ, ରିଷିପୁର, କେଶରାପଲ୍ଲୀ, ଗହଙ୍ଗୁ ଆଦି ଅଞ୍ଚଳରେ ହେଉଥିବା ରଥଯାତ୍ରା କୁ କିପରି ସୁଚାରୁରୂପେ ପାଳନ କରାଯିବ ସେ ଉପରେ ଆଲୋଚନା କରାଯାଇଥିଲା ଳ ଏହି ବୈଠକରେ ଅଞ୍ଚଳରେ ଥିବା ସମସ୍ତ ଜଗନ୍ନାଥ ମନ୍ଦିରର ପରିଚାଳନା କମିଟି ଓ ଟ୍ରଷ୍ଟିଙ୍କ ସହ ପ୍ରଶାସନ ପକ୍ଷରୁ ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ,ବିଦ୍ୟୁତ ବିଭାଗୀୟ ଯନ୍ତ୍ରୀ ରାକେଶ କୁମାର ପାତ୍ର, ପୋଲିସ ଏସ ଆଇ ପୁରୁଷୋତ୍ତମ ମାଝୀ,ପୂର୍ତ୍ତ ବିଭାଗ ଯନ୍ତ୍ରୀ ଚିରଞ୍ଜିବି ସାହୁ, ଆଇନ ଜୀବି ନାରାୟଣ ମୁନି ଅଶୋକ କୁମାର ପାଣିଗ୍ରାହୀ, ନୀଳମାଧଵ ଦାସ,ପ୍ରଫୁଲ୍ଲ କୁମାର ମହାପାତ୍ର,କାନ୍ହୁ ଚରଣ ପଣ୍ଡା ଙ୍କ ପ୍ରମୁଖ ଉପସ୍ଥିତ ଥିଲେ l
ଆସିକା ରଥଯାତ୍ରା ସକାଶେ ତହସିଲ କକାର୍ଯ୍ୟାଳୟ ଠାରେ ପ୍ରସ୍ତୁତି ବୈଠକ
By: SANGHARSA TV
0


