//BREAKING//
Loading...

ପୁଣି ଏବେ ଏହି ହମ୍ପସ କୁ ଲାଗି ଉଭୟ ପାଶ୍ଵରେ ବଡ଼ବଡ଼ ଗାତ

ଆଉ ଦୁଇ ଦିନ ପରେ ଜଗତର ନାଥ ଜଗନ୍ନାଥଙ୍କ ବିଶ୍ୱ ପ୍ରସୀଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି ! ପୁରୀକୁ ଏବେଠାରୁ ଦୈନଦିନ ଲକ୍ଷାଧିକ ଭର୍ତଙ୍କ ସମେତ ଓଡିଶାର ବିଭିନ୍ନ ପ୍ରାନ୍ତରୁ ଆରକ୍ଷୀ ବାହିନୀ, ଦମକଳ ବାହିନୀ ଓ ଏନଡିଆରଏଫ ଟିମ ପୁରୀ ନୂଆ ଜଗନ୍ନାଥ ସଡ଼କ ରେ ନିରାକାରପୁର ଦେଇ ପୁରୀ ଯାଉଛନ୍ତି ! କିନ୍ତୁ ବଡ଼ ବିଡ଼ମ୍ବନାର ବିଷୟ ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ରେଳ ଫଟକ ର ଉଭୟ ପାଶ୍ଵରେ ଯାତାୟତ କରୁଥିବା ଯାନବହନର ଗତିକୁ ନିୟନ୍ତଣ କରିବାକୁ ସିମେଣ୍ଟ କଂକ୍ରିଟ ରେ ଦୁଇଟି ବହୁତ ବଡ଼ବଡ଼ ହମ୍ପସ ନିର୍ମାଣ କରାଯାଇଛି ! ଯାହାକି ଵର୍ତମାନ ଅତିକ୍ରମ କରୁଥିବା ଯାନବାହାନ ପାଇଁ ଘାତକ ପାଲଟିଛି! ଏହି ହମ୍ପସ ଦୁଇଟି ଏତେ ବଡ଼ ଆକରରେ ହୋଇଛି ଯେ ପ୍ରାୟ ଯେ କୌଣସି ଗାଡି ଅତିକ୍ରମ କଲାବେଳେ ଏହି ହମ୍ପସ ରେ ଘଷି ହୋଇ ଗାଡିର କ୍ଷତିଘଟୁଛି! ଏହିରେଳ ଫଟକ ଟି ଅତ୍ୟଧିକ ଗହଳି ରହୁଥିବାରୁ ଗାଡିଗୁଡିକ ବଲାନ୍ସ କରି ଗାଡିକୁ ଘଷି ହେବାରୁ ବଞ୍ଚାଇବା ପାଇଁ ବାମରୁ ଡାହାଣକୁ କାଟି ନେବା ବେଳେ ଅନେକ ସମୟ ଦୁର୍ଘଟଣା ମାନ ଘଟୁଛି! ଫଳରେ ଗାଡି ଚାଳକ ମାନଙ୍କ ମଧ୍ୟରେ କଥା କଟାକଟି ରୁ ଆରମ୍ଭ ହୋଇ ହାତାହାତି ପର୍ଯ୍ୟନ୍ତ ଯାଉଛି! ପୁଣି ଏବେ ଏହି ହମ୍ପସ କୁ ଲାଗି ଉଭୟ ପାଶ୍ଵରେ ବଡ଼ବଡ଼ ଗାତ ହୋଇଛି! ଯାହାକି କଷ୍ଟ କୁ ଦ୍ଵିଗୁଣିତ କରିଛି! ତେଣୁ ତୁରନ୍ତ ରଥ ଯାତ୍ରା ପୂର୍ବରୁ ରେଳ ବିଭାଗ ଓ ରାଜ୍ୟ ସରକାରଙ୍କ ପିଡ଼ବ୍ଲଡି ବିଭାଗ ଦ୍ଵାରା ଉଭୟ ପାଶ୍ୱର ହମ୍ପସ କୁ ସିମେଣ୍ଟ କଂକ୍ରିଟ ଲଗାଇ ସ୍ଲୋପିଂ କରିବା ସହ ହୋଇଥିବା ଗାତ ଗୁଡିକୁ ପୋତିମରାମତି କଲେ ଯାତ୍ରୀ ମନଙ୍କ ଯାତାୟାତ ସୁଗମ ହୋଇ ପାରିବ ବୋଲି ସହଯୋଗ କରିବାର ତରଫରୁ ଦାବି କରାଯାଇଛି : ଖୋର୍ଦ୍ଧା ଜିଲ୍ଲା ନିରାକାରପୁର : 17-6-2023 ରିପୋର୍ଟ - ସୂର୍ଯ୍ୟକାନ୍ତ ଦଳାଇ

Post a Comment

Previous Post Next Post

ଆରମ୍ଭ ମାତ୍ର ସଙ୍ଘର୍ଷ ଟିଭି

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe