ଆସିକା:୨୪/୦୬ ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ବରୀୟ ବିଶ୍ଵ ବିଦ୍ୟାଳୟ,ଶାନ୍ତି ଶକ୍ତି ଭଵନରେ ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ବରୀୟ ବିଶ୍ଵ ବିଦ୍ୟାଳୟର ପ୍ରଥମ ମୁଖ୍ୟ ପ୍ରଶାସିକା ମାତେଶ୍ୱରୀ ଜଗଦମ୍ବା ସରସ୍ଵତୀଙ୍କ ୫୮ ତମ ଅବ୍ୟକ୍ତ ସ୍ମୃତି ଦିବସ ପାଳିତ ହୋଇଯାଇଛି l ଅମୃତବେଳାରୁ ଆଧ୍ଯାତ୍ମିକ ପରିବେଶରେ ଯୋଗଯୁକ୍ତ ରହି ଶତାଧିକ ଭଉଣୀ ଭାଇ ରାଜଯୋଗ ମାଧ୍ୟମରେ ବିଶ୍ୱକୁ ଶାନ୍ତିର ସକାଶ ପ୍ରଦାନ କରିଥିଲେ l ଏହି ଅବସରରେ ଶାନ୍ତି ଶକ୍ତି ଭଵନର ସଭାଗୃହ ରେ ଏକ ଆଧ୍ଯାତ୍ମିକ ସ୍ନେହ ମିଳନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା l ଉକ୍ତ କାର୍ଯ୍ୟକ୍ରମରେ ଶାନ୍ତି ଶକ୍ତି ଭଵନର ସଂଚାଳିକା ରାଜଯୋଗିନୀ ବ୍ରହ୍ମାକୁମାରୀ ପ୍ରଭlତୀ ଭଉଣୀ ମାତେଶ୍ୱରୀଙ୍କ ସ୍ମୃତିଚାରଣ କରିବା ଅବସରରେ ପ୍ରକାଶ କରିଥିଲେ ଯେ ମାତେଶ୍ୱରୀ ଜୀବନର ପ୍ରତ୍ୟେକ ଘଡିକୁ ଅନ୍ତିମ ଘଡିରୁପେ ଗ୍ରହଣକରି ସକଳ ବିଶ୍ଵ ପରିବାରର ସମସ୍ତ ଭଉଣୀ ଭାଇଙ୍କ ନିକଟରେ ପରମାତ୍ମ ସ୍ନେହ, ପ୍ରେମର ଗଙ୍ଗା ପ୍ଳାବନକରି ଜଗଦମ୍ବା ରୂପେ ବିଶ୍ଵ ବନ୍ଦନୀୟl ହେଲେ l କାର୍ଯ୍ୟକ୍ରମରେ ଶ୍ରୀକ୍ଷେତ୍ର ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ସୁବାଷ୍ ଚନ୍ଦ୍ର ବାଡତ୍ୟା, କାଳସଣ୍ଡ୍ ପୂର୍ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପ୍ରସନ୍ନ କୁମାର ପାଣିଗ୍ରାହୀ,ଶ୍ରୀକ୍ଷେତ୍ର ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ଗୌଡ଼ ଓ ସଂସ୍କୃତ ପଣ୍ଡିତ ପ୍ରଭାକର ପଣ୍ଡା ଅତିଥି ରୂପେ ଯୋଗଦେଇ ମାତଶ୍ୱରୀଙ୍କ ଉଦ୍ଧେଶ୍ୟରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ l ବ୍ରହ୍ମାକୁମାରୀ ସୁଜ୍ଞାନୀ ଭଉଣୀ ସମସ୍ତଙ୍କୁ ରାଜଯୋଗ ଅଭ୍ୟାସ କରାଇଥିଲେ l ବ୍ରହ୍ମାକୁମାର ସତ୍ୟପ୍ରିୟ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l ଏହି ଅବସରରେ ପତଞ୍ଜଳୀ ଯୋଗ ସମିତି ର ସିମାଞ୍ଚଳ ସାହୁ,ସନ୍ତୋଷ ପାତ୍ର,କାମେଶ୍ଵର ଆଚାରୀ ,ବାବୁଲା ଗୌଡ଼ ଯୋଗଦେଇ ଥିବାବେଳେ ବ୍ରହ୍ମାକୁମାର ବୁଲୁ, ବସନ୍ତ, ନିରଞ୍ଜନ, କୃଷ୍ଣ,ପଞ୍ଚାୟତ୍ରି, ରାମପ୍ରସାଦ, ପଞ୍ଚାନନ, ରାଧାଶ୍ୟାମ ,ବନମାଳୀ ଓ ବ୍ରହ୍ମାକୁମାରୀ ସୁଜ୍ଞାନୀ, ସବିତା,ନୀଳିମା,ଜ୍ୟୋତି, ଆଶା, ଅସୀନା,ଲୀଳା, ସୁମିତ୍ରା ,ମମତା ଆଦି ସହଯୋଗ କରିଥିଲେ l