..................
ଧରାକୋଟ,23/6/23
ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଆଜି ଧରାକୋଟ ବ୍ଲକ କାର୍ଯ୍ୟଳୟରେ ବ୍ଲକ ସ୍ତରରେ ଚାଲିଥିବା ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ପ୍ରକଳ୍ପ ଗୁଡ଼ିକୁ ଯଥାଶୀଘ୍ର କାର୍ଯ୍ୟକ୍ଷମ କରିବା ପାଇଁ ପରାମର୍ଶ ଦେଇଥିଲେ ।ଏହି ଅବସରରେ ଏନିମିଆ ରୋଗର ନିବାରକ,ନିରୀକ୍ଷଣ ଯୋଜନାରେ ମାଗଣାରେ ଅଲ୍ଟରା ସାଉଣ୍ଡ ପାଇଁ ସଚେତନ କରାଇବା,ମୋ ଘର ସ୍କିମ ରେ ସାମିଲ ହେବାପାଇଁ ଲୋକଙ୍କୁ ସଚେତନ କରାଇବା,ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯାଜନର କାର୍ଯ୍ୟକାରିତା, ଅସମ୍ପୂର୍ଣ୍ଣ ଗ୍ରାମ୍ୟ ରାସ୍ତା ସଂଯୋଗିକରଣ କରିବା, ବିଦ୍ୟୁତ କରଣ ହୋଇନଥିବା ଗାଁ କୁ ବିଦ୍ୟୁତ ସଂଯୋଗ,laccmi ଯୋଜନାରେ ବସର କାର୍ଯ୍ୟକାରିତା ସହ ବସଷ୍ଟାଣ୍ଡ ନିର୍ମାଣ, ସାବା, ରୁଗୁମୁ, ବାହାର ପୁର ପଞ୍ଚାୟତର ପିଇବା ପାଣି ସମସ୍ୟା ର ସମାଧାନ,ପ୍ରତ୍ୟେକ ପଞ୍ଚାୟତରେ ମଡେଲ ଟେଙ୍କ, ଗ୍ରାମୀଣ ପାର୍କ ଓ ଖେଳ ପଡିଆ ନିର୍ମାଣ ପାଇଁ ରହିଥିବା ସରକାରୀ ପ୍ରସ୍ତାବକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ବି ଡି ଓ ଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ଜିଲ୍ଲାପାଳ ଧରାକୋଟ ର ଅସମ୍ପୂର୍ଣ୍ଣ ପାର୍କ,ଜଗନ୍ନାଥ ମନ୍ଦିର, ଆଡ଼ପ ମନ୍ଦିର, ସାନ୍ତିଝର, ଗଡଦାମୋଦର ପଲି ର ଅମୃତ ସରୋବର, ନନ୍ଦିଗୋର ଅମୃତ ସରୋବର, ଢଉଗାଁ କଲ୍ୟାଣ ମଣ୍ଡପ, ମିଶନ ଶକ୍ତି ଗୃହ, ଅଙ୍ଗନୱାଡ଼ି କେନ୍ଦ୍ର, ସେବା ସମବାୟ ସମିତି, ବଡବନ୍ଧ ପରିଦର୍ଶନ କରିଥିଲେ । ବଡ଼ବନ୍ଧର ସୌନ୍ଦର୍ଯ୍ୟ କରଣ ସହ କ୍ଷୁଦ୍ର ଜଳସେଚନ ବିଭାଗର ହଜ ବନ୍ଧ ଉନ୍ନତି କରଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଏହି ଅବସରରେ ଢଉଗାଁ ଛକରେ ଏକ ପୋଲିସ ବିଟ ହାଉସ ପ୍ରତିଷ୍ଠା ପାଇଁ ସ୍ଥାନ ପରିଦର୍ଶନ କରି ପ୍ରତିଶ୍ରୁତି ଦେଇଥିଲେ। ଜିଲ୍ଲାପାଳଙ୍କ ସମୀକ୍ଷା ଓ ପରିଦର୍ଶନ ବେଳେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳି ସ୍ୱାଇଁ, ବ୍ଲକ ଅଧ୍ୟକ୍ଷା ସୁଲକ୍ଷଣା ଗୀତାଞ୍ଜଳି ଦେବୀ, ଉପାଧ୍ୟକ୍ଷ ମନୋଜ ସାହୁ,ତହସିଲଦାର କବିରାଜ ପ୍ରଧାନ, ବି ଡି ଓ ଡେନିସ ବେହେରା,ସହକାରୀ ଯନ୍ତ୍ରୀ ଶାରଦା ପ୍ରାସାଦ ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟ ପ୍ରତାପ ସ୍ୱାଇଁ, ଟୁକୁନା ଗୌଡ଼, ବ୍ଲକ ବି ଜେ ଡି ସଭାପତି ସଞ୍ଜୟ ପାତ୍ର,ଦିଲିପ ସ୍ୱାଇଁ,ରବୀନ୍ଦ୍ର ଘୋଷ ,କନିଷ୍ଠ ଯନ୍ତ୍ରୀ ପ୍ରଦୀପ ନାୟକ ଙ୍କ ସମେତ ବ୍ଲକର ସମସ୍ତ କର୍ମଚାରୀ ଉପସ୍ଥିତ ରହିଥିଲେ।