...................................
ଧରାକୋଟ,23/6/23
ସରକାରୀ ଆଇ ଟି ଆଇ ଓ ପଲିଟେକନିକ ରେ ନାମ ଲେଖାଇ ନିଜର ଭବିଷ୍ୟତ କୁ ଯେପରି ଛାତ୍ର ଛାତ୍ରୀ ମାନେ ଉଜ୍ବଳ କରିପାରିବେ ସେଥିପାଇଁ ଏକ ପରାମର୍ଶ ଶିବିର ଆଜି ଧରାକୋଟ ଶ୍ରୀ ରାଜ ଉଚ୍ଚ ବିଦ୍ୟାଳୟ ଠାରେ ଅତିରିକ୍ତ ବି ଇ ଓ ଉମା ଚରଣ ପାଣିଗ୍ରାହୀ ଙ୍କ ପରିଚାଳନାରେ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଧରାକୋଟ ବ୍ଲକର 19 ଗୋଟି ଉଚ୍ଚ ବିଦ୍ୟାଳୟ ରୁ ସଦ୍ୟ ଦଶମ ଶ୍ରେଣୀ ପରୀକ୍ଷା ରେ ଉତିର୍ଣ୍ଣ ହୋଇଥିବା ଛାତ୍ରୀ ମାନେ ଯୋଗଦେଇଥିଲେ । ଶିବିରକୁ ବ୍ରହ୍ମପୁର ଏମ୍ପ୍ଲାଏ ମେଣ୍ଟ ଏକ୍ସଚେଞ୍ଜ ର ଆଞ୍ଚଳିକ ସହକାରୀ ନିର୍ଦ୍ଦେଶକ ଆର ଏମ ଖିଲାର ଉଦ୍ଘାଟନ କରିଥିଲେ। ବ୍ରହ୍ମପୁର ପଲିଟେକନିକ ର ବୈଷୟିକ ପରାମର୍ଶ ଦାତା ଲିପିକା ଷଣ୍ଢ, କୃଷ୍ଣ ଚନ୍ଦ୍ର ବିଷୋୟୀ, ଶେରଗଡ଼ ଆଇ ଟି ଆଇ ର ଦୁର୍ଗା ମାଧବ ନାୟକ,ପ୍ରଦୀପ ବେହେରା,ବ୍ରହ୍ମପୁର ଆଇ ଟି ଆଇ ର ରୁଦ୍ର ନାରାୟଣ, ତପନ ସାହୁ,ହିଞ୍ଜିଳି ଆଇ ଟି ଆଇ ର ମିଳନ ନାୟକ ଯୋଗଦେଇ ଛାତ୍ରୀ ମାନେ କେଉଁ ବିଷୟରେ ତାଲିମ ନେଲେ ନିଜର ଭବିଷ୍ୟତ ଗଢି ପାରିବେ ସେ ସମ୍ପର୍କରେ ଆଲୋକପାତ କରିଥିଲେ। ଏ ବି ଇ ଓ ପ୍ରଦୀପ ଶତପଥି, ସି ଆର ସି ସି ଭାସ୍କର ବାଡତ୍ୟା ଓ ପ୍ରଧାନ ଶିକ୍ଷୟତ୍ରି ଗୀତାଞ୍ଜଳି ସାହୁ ଏଥିରେ ସହଯୋଗ ପ୍ରଦାନ କରିଥିଲେ।