ଆସିକା:୨୭/୦୬/(ମନୋଜ କୁମାର ସାହୁ) ଗଞ୍ଜାମ ଜିଲ୍ଲା ପୁଲିସ ପ୍ରଶାସନର ନିର୍ଦ୍ଦେଶ କ୍ରମେ ମଙ୍ଗଳବାର ସ୍ଥାନୀୟ କଲେଜଛକ ସ୍ଥିତ ଟେକ୍ନିକାଲ ହାଇସ୍କୁଲ ପରିସରରେ କୋଟିନଡ଼ା ଥାନା ପକ୍ଷରୁ ଏକ ସଡ଼କ ସୁରକ୍ଷା ଓ ଟ୍ରାଫିକ୍ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
ହୋଇଥିଲା।ଥାନା ଅଧିକାରୀ କୃଷ୍ଣ ସାହା ଙ୍କ ସଂଯୋଜନାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁ, ଭଞ୍ଜନଗର ଆଞ୍ଚଳିକ ପରିବହନ
ଅଧିକାରୀ ଶୁଭେନ୍ଦୁ ରଞ୍ଜନ ରାୟ, କୋଟିନଡ଼ା ଥାନା ଏସ୍ଆଇ ବିଶ୍ବମ୍ଭର କହଁର, ଆସିକା ବ୍ଲକ୍ ବିଜେଡି ସଭାପତି ରାଜେଶ କୁମାର ପଟ୍ଟନାୟକ, ସମାଜସେବୀ ଦିଲୀପ କୁମାର ନାୟକ,
ପ୍ରଧାନଶିକ୍ଷକ ପ୍ରତାପ କୁମାର ମହାପାତ୍ର ପ୍ରମୁଖ ସଡ଼କ ସୁରକ୍ଷା
ଓ ଟ୍ରାଫିକ ନିୟମ ଉପରେ ମତବ୍ୟକ୍ତ ରଖିଥିଲେ ।
ସର୍ବସାଧାରଣ ସଡ଼କ ସୁରକ୍ଷା ଓ ଟ୍ରାଫିକ୍ ସଚେତନତା ଗାଡ଼ି ଚଳାଇବାବେଳେ ଟ୍ରାଫିକ ନିୟମକୁ ମାନିବା, ହେଲ୍ମେଟ ପିନ୍ଧିବା, ମଦ୍ୟପାନ କରି ଗାଡ଼ି ନ ଚଳାଇବା,ଗାଡ଼ି ଚଳାଇବା ବେଳେ ମୋବାଇଲରେ କଥା ନ ହେବା, ଦୃତ ଗତିରେ ଗାଡି ନ ଚଳାଇବା, ସିଟ୍ ବେଲ୍ ପରିଧାନ କରିବା, ଓଭରଟେକ ନ କରିବା, ନାବାଳକଙ୍କ ଗାଡିଚାଳନା
ଉପରେ ଅଭିଭାବକ ମାନେ ଯତ୍ନବାନ୍ ହେବା ନେଇ ସଚେତନ କରାଯାଇଥିଲା କାର୍ଯ୍ୟକ୍ରମ ପରିଚାଳନାରେ
ସବ୍-ଇନିସ୍ପେକ୍ଟର ଶ୍ରୀନିବାସ ପାଲ୍କା, ଟେକ୍ନିକାଲ୍ ହାଇସ୍କୁଲର ଶିକ୍ଷକ ରାମଚନ୍ଦ୍ର ପ୍ରଧାନ, ଦେବାଶିଷ ପାଣିଗ୍ରାହୀ,
ଲକ୍ଷ୍ମୀ ଜେନା,ଗାୟତ୍ରୀ ବେହେରା,ଅକଲିମ୍ ବେଗମ୍ ,ରାହୁଲ ପଟ୍ଟନାୟକ,ପ୍ରଞା ପାରମିତା ପଣ୍ଡା,ସୁମିତ୍ରା କାର୍ଜୀ,ପ୍ରଜ୍ଞା ପରମିତା ପଣ୍ଡା,ବଳରାମ ବେହେରା,ରାହୁଳ ପଟ୍ଟନାୟକ,ଅନିଲ କୁମାର ଜେନା,ରବିନ୍ଦ୍ର ସ୍ୱାଇଁ,ବାସୁଦେବ ପ୍ରଧାନ, ଜୟଦେବ ରାଉତଙ୍କ ସମେତ ବିଦ୍ୟାଳୟର ଛାତ୍ରଛାତ୍ରୀ,ବିଭିନ୍ନ ସଂଗଠନର କର୍ମକର୍ତ୍ତା ଓ
ଗାଡ଼ିଚାଳକ ସହଯୋଗ କରିଥିଲେ।ଏହି ଅବସରରେ ଛାତ୍ରଛାତ୍ରୀ ଏକ ରାଲିରେ ସ୍ଥାନୀୟ ଅଞ୍ଚଳ ପରିକ୍ରମା କରିଥିଲେ।