ଆସିକା:୨୭/୦୬ମନୋଜ କୁମାର ସାହୁ ଓଡିଶା-ମୋ ପରିବାର ସହାୟତାରେ ଭୁବନେଶ୍ୱରରୁ ଏକ ସ୍ଵତନ୍ତ୍ର ଟିମ ଆସିକାର
କରାତୋଳି ଗ୍ରାମରେ ଶବ ଧରି ପହଞ୍ଚିଲେ। ଆସିକା ବ୍ଲକ୍ ଅନ୍ତର୍ଗତ ଆଲିପୁର ପଞ୍ଚାୟତର କରାତୋଳି ଗ୍ରାମର ସନ୍ତୋଷ କୁମାର ପୋଲାଇ ୩୫ ଦୁର୍ଘଟଣାର
ଶିକାର ହୋଇ ଭୁବନେଶ୍ଵରର ଏକ ଘରୋଇ ଚିକିତ୍ସାଳୟରେ ମୃତ୍ୟୁବରଣ କରିଥିଲେ। ମୃତକଙ୍କ ପରିବାର ଲୋକେ ପୁଅର ଶବ ଆସିକା ସ୍ଥିତ ନିଜ
ଗାଁ କରାତୋଳିକୁ ଆଣିବା ପାଇଁ ଓଡିଶା-ମୋ
ପରିବାରର ସହାୟତା ଲୋଡ଼ିଥିଲେ।
ଶବକୁ ଭୁବନେଶ୍ବରରୁ ଆସିକା ପଠାଇବା ବନ୍ଦୋବସ୍ତ
କରାଯାଇଥିଲା। ଓଡିଶା-ମୋ ପରିବାରର ଯୁଗ୍ମ ସଂପାଦକ ରୁଦ୍ର ନାରାୟଣ ସାମନ୍ତରାୟ, ଆସିକା ବ୍ଲକ୍ ଆଲିପୁରର ପୂର୍ବତନ ସରପଞ୍ଚ ମନୋଜ କୁମାର ନାହାକ ପ୍ରମୁଖଙ୍କ ଉପସ୍ଥିତିରେ ଭୁବନେଶ୍ୱରରୁ ଆଲିପୁରକୁ ଶବ ଅଣାଯାଇ ସଂସ୍କାର କରାଯାଇଥିଲା ଓଡିଶା-ମୋ ପରିବାରରକୁ ଜିଲ୍ଲା ବିଜୁ ଜନତା ଦଳର
ସଂପାଦକ ଅଭିମନ୍ୟୁ ନାହାକ, ଆଲିପୁର ସରପଞ୍ଚ ଜ୍ୟୋତିର୍ମୟୀ ନାହାକ, ପୂର୍ବତନ ସରପଞ୍ଚ ମନୋଜ କୁମାର ନାହାକଙ୍କ ସମେତ ମୃତକଙ୍କ ଓଡିଶା-ମୋ ପରିବାର ପକ୍ଷରୁ ସନ୍ତୋଷଙ୍କ ପରିବାରର ସଦସ୍ୟମାନେ କୃତଜ୍ଞତା ଜଣାଇଛନ୍ତି ।