28/06- ଆସିକାର ବିଭିନ୍ନ ସ୍ଥାନରେ ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ପବିତ୍ର ବାହୁଡା଼ ଯାତ୍ରା ପାଳିତ ହୋଇଯାଇଛି l ପ୍ରତିବର୍ଷ ଭଳି ଏହି ବର୍ଷ ମଧ୍ୟ ବାହୁଡା଼ ଯାତ୍ରା ପାଳିତ ହୋଇଯାଇଛି l ସକାଳୁ ଚତୁର୍ଦ୍ଧା ମୂର୍ତ୍ତିଙ୍କ ମଙ୍ଗଳାଲତି,ପବିତ୍ର ସ୍ନାନ, ମଇଲମ,ଆଳତୀ, ସକାଳଧୂପ, ବାଳ ଭୋଗ ମଧ୍ୟାହ୍ନ ରେ ମହାପ୍ରସାଦ ଭୋଗ ପରେ ମହାପ୍ରଭୁଙ୍କ ରଥ ପ୍ରତିଷ୍ଠା, ଧାଡି ପହଣ୍ଡି ପରେ ଛେରା ପହରା ହୋଇ ରଥ ଟଣା ଆରମ୍ଭ ହୋଇଥିଲା lଆସିକା ର ଚିନିଶିଳ୍ପ ନୂଆଗାଁ,ଆସିକା ସୁନାମ୍ବ ସାହି ଜଗନ୍ନାଥ ମନ୍ଦିର ର ଏହି ପବିତ୍ର ବାହୁଡା଼ ଯାତ୍ରାରେ ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧକ୍ଷା ବିନେତା ସ୍ୱାଇଁ, ଆସିକା ଥାନାଧିକାରୀ ପ୍ରଶାନ୍ତ କୁମାର ସାହୁ,ତହସିଲଦାର ସଞ୍ଜୟ କୁମାର ସାମନ୍ତରା, ବିଡ଼ିଓ ଫକୀର ଚରଣ ପରିଡା, ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଲୋକନାଥ ଵେଜ଼,ସୁନାମ୍ବ ଜଗନ୍ନାଥ ମନ୍ଦିର ପରିଚାଳନା ମୁଖ୍ୟ ନାରାୟଣ ମୁନି ଙ୍କ ସମେତ ସମ୍ପୂର୍ଣ ପରିଚାଳନା କମିଟି ସଦସ୍ୟ ପୂଜାପଣ୍ଡା ପ୍ରମୁଖ ନିୟୋଜିତ ଥିଲେ l ଶାନ୍ତି ଶୃଙ୍ଖଳା ର ସହିତ ରଥଯାତ୍ରା ସମାପନ ସକାଶେ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଥିଲା l ଆଜି ଏହି ପବିତ୍ର ଘୋଷ ଯାତ୍ରା ଆସିକା ବଜାର ସାହି, ଖମ୍ବେଶ୍ବରୀ ପାଟଣା ସାଙ୍ଗକୁ ଆସିକା ଗ୍ରାମାଞ୍ଚଳର କାଳଷଣ୍ଢପୁର, ନଳବଣ୍ଟା, ରିଷିପୁର, କେଶରାପଲ୍ଲୀ, ଗହଙ୍ଗୁ, ଭେଙ୍କେଟ ରାଇପଲ୍ଲୀ, ଜୟପୁର, ଦେବଭୂମି ଆଦି ଅଞ୍ଚଳ ରେ ରଥଯାତ୍ରା ପାଳିତ ହୋଇଛି l
ଆସିକାର ବିଭିନ୍ନ ସ୍ଥାନରେ ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ପବିତ୍ର ବାହୁଡା଼ ଯାତ୍ରା ପାଳିତ
By: SANGHARSA TV
0