......
ଧରାକୋଟ,30/6/23(ମନୋଜ କୁମାର ସାହୁ)
ଧରାକୋଟ ଗଡର ପ୍ରସିଦ୍ଧ ବାହୁଡା଼ ଯାତ୍ରା ଏକାଦଶୀ ତିଥିରେ ମହା ଆଡମ୍ବର ସହିତ ଶୃଙ୍ଖଳିତ ଭାବେ ପାଳନ ହୋଇଯାଇଛି । ଏହି ରଥଯାତ୍ରା ଦେଖିବା ପାଇଁ ଗଞ୍ଜାମ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ହଜାର ହଜାର ସଂଖ୍ୟାରେ ଲୋକ ଯୋଗଦେଇଥିଲେ। ରଥଯାତ୍ରାର ସ୍ଵତନ୍ତ୍ରତା ଦୃଷ୍ଟିରୁ ଭିଡ଼ ହେବା ସମ୍ଭାବନା ଦେଖି ବଜାର ଛକ ଠାରୁ ଆଡ଼ପ ମଣ୍ଡପ ପର୍ଯ୍ୟନ୍ତ ବିଭିନ୍ନ ଦୋକାନୀ ମାନେ ପସରା ଖୋଲିଥିଲେ। ଚଳିତ ବର୍ଷ ପାଗ ଠିକ ଥିବାରୁ ଦୋକାନୀ ମାନେ ବେଶ ରୋଜଗାର କରିଥିଲେ । ହେଲେ ସକାଳୁ ସମଗ୍ର ବଡ଼ଦାଣ୍ଡରେ ଅଳିଆ ଆବର୍ଜ୍ଜନା ଆଚ୍ଛାଦିତ ହୋଇ ପଡ଼ିଥିଲା । ଏହାକୁ ଦୃଷ୍ଟିରେ ରଖି ଧରାକୋଟ ବ୍ଲକ୍ ଡ୍ରାଇଭର ସଂଘ ପକ୍ଷରୁ ପ୍ରତ୍ୟେକ ପଞ୍ଚାୟତ କମିଟି ଓ ଶତାଧିକ ସଦସ୍ୟ ପ୍ରଭାତରୁ ସଫେଇ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ବ୍ଲକ ସଭାପତି ସୁରେଶ ସିଂହ,ସମ୍ପାଦକ ପ୍ରଭାକର ମୁନି, ସହ ସମ୍ପାଦକ ପ୍ରଭାକର ପ୍ରଧାନ,ଉପଦେଷ୍ଟା n କଂଗ୍ରେସ ରେଡ୍ଡୀ ପ୍ରମୁଖ ଙ୍କ ନେତୃତ୍ୱରେ ସମଗ୍ର ବଡଦାଣ୍ଡ ସଫେଇ କରାଯିବା ପରେ ଆଡ଼ପ ମଣ୍ଡପ ଠାରେ ଓ ମଝି ରାସ୍ତାରେ ରଥ ନିକଟରେ ପଡ଼ି ରହିଥିବା ଠାକୁରଙ୍କ ତୁଳସୀ ମାଳ ଓ ଦିପକୁ ସଂଗ୍ରହ କରି ନିକଟସ୍ଥ ଋଷିକୁଲ୍ୟା ନଦୀ ରେ ଭସା ଯାଇଥିଲା । ଏହି କାର୍ଯ୍ୟକ୍ରମରେ ସ୍ବେଛାସେବୀ ପ୍ରଦୀପ କୁମାର ପାତ୍ର , ଉଦିତ ନାରାୟଣ ପାତ୍ର ଓ ସତ୍ୟସାଇ ସେବା ଗ୍ରୁପ୍ ତରଫରୁ ଶିବ ପ୍ରସାଦ ମହାନ୍ତି ଓ ଘନଶ୍ୟାମ ଗୌଡ଼ ପ୍ରମୁଖ ସହଯୋଗ ପ୍ରଦାନ କରିଥିଲେ।