ବାଲୁଗାଁ: ଆସନ୍ତା ଅକ୍ଟୋବର ୩୧ ତାରିଖରେ ସରକାରୀ ଉଚ୍ଚ ବିଦ୍ୟାଳୟ ବାଲୁଗାଁ ୭୫ ବର୍ଷ ପୂର୍ତ୍ତି ଅବସରରେ ହୀରକ ଜୟନ୍ତୀ ଉତ୍ସବ ପାଳନ କରିବାକୁ ଯାଉଛି।ଉକ୍ତ ଉତ୍ସବକୁ ସରସ ସୁନ୍ଦର ଏବଂ ସଫଳ ରୂପାୟନ ଦେବାପାଇଁ ରବିବାର ପୂର୍ବାହ୍ନରେ ପୁରାତନ ଛାତ୍ର ମାନଙ୍କ ଗହଣରେ ଦ୍ୱିତୀୟ ପ୍ରସ୍ତୁତି ବୈଠକ ବିଦ୍ୟାଳୟ ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି।
ବରିଷ୍ଠ ଛାତ୍ର ବିଜୟ କୁମାର ନାୟକଙ୍କ ସଭାପତିତ୍ୱରେ ବିଦ୍ୟାଳୟର ବହୁ ପୁରାତନ ଛାତ୍ର ଯୋଗଦେଇ ଉକ୍ତ ସମାରୋହକୁ ସଫଳ ନିମନ୍ତେ ନିଜ ନିଜର ସୁଚିନ୍ତିତ ମତାମତ ରଖିଥିଲେ।ଏହି ଉତ୍ସବକୁ ତ୍ୱରାନ୍ୱିତ କରିବା ଦିଗରେ ଏକ କାର୍ଯ୍ୟକାରୀ କମିଟି ଗଠନ କରାଯାଇଛି।ସଭାପତି ଭାବେ ବିଜୟ କୁମାର ନାୟକ,ଉପ ସଭାପତି ରଞ୍ଜିତ ବଡଜେନା,ଅମୂଲ୍ୟ କୁମାର ମହାପାତ୍ର, ସମ୍ପାଦକ ମୁରଲୀଧର ସାମନ୍ତସିଂହାର,ସହ ସମ୍ପାଦକ ଅଭିମନ୍ୟୁ ସ୍ୱାଇଁ, କୋଷାଧ୍ୟକ୍ଷ ପ୍ରମୋଦ ମହାପାତ୍ର, ଦିଲ୍ଲୀପ କୁମାର ନାୟକ,ଉପଦେଷ୍ଟା ଆଶୁତୋଷ ସାମନ୍ତସିଂହାର,ସୁଦାମ ରାଉତଙ୍କ ସମେତ ୧୫ ଜଣିଆ କମିଟି ମେମ୍ବର ନିୟୋଜିତ କରାଯାଇଥିଲା।
ବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ହୋଇ ରାଜ୍ୟ,ଦେଶ ତଥା ବିଦେଶରେ ବିଭିନ୍ନ ସରକାରୀ ଓ ବେସରକାରୀ ଭାବେ କାର୍ଯ୍ୟ କରୁଥିବା ଛାତ୍ରଛାତ୍ରୀ ମାନଙ୍କୁ ହୀରକ ଜୟନ୍ତୀ ପାଳନ ସମ୍ବନ୍ଧରେ ଅବଗତ କରାଯିବା ସହ ପ୍ରଚାର ପ୍ରସାର ଉପରେ ଗୁରୁତ୍ୱ ଦେବାନେଇ ମତ ପ୍ରକାଶ ପାଇଥିଲା।ଯାହାକି ଉକ୍ତ କାର୍ଯ୍ୟକ୍ରମରେ ବହୁ ପୁରାତନ ଛାତ୍ରଛାତ୍ରୀଙ୍କ ସମାଗମ ସାଙ୍ଗକୁ ଭାବର ଆଦାନ ପ୍ରଦାନ ହୋଇପାରିବ।ହୀରକ ଜୟନ୍ତୀ ଉପଲକ୍ଷେ କାର୍ଯ୍ୟସୂଚୀ ଓ ଶୃଙ୍ଖଳିତ ପରିଚାଳନା ନିମିତ୍ତ ଆଗାମି ରବିବାର ଦିନ ପରବର୍ତ୍ତୀ ବୈଠକ ଅନୁଷ୍ଠିତ ହେବାନେଇ କମିଟି ପକ୍ଷରୁ କୁହାଯାଇଛି।ଉକ୍ତ ବୈଠକରେ ଶତାଧିକ ପୂର୍ବତନ ଛାତ୍ର ଯୋଗଦେଇ ବିଦ୍ୟାଳୟରେ ହୀରକ ଜୟନ୍ତୀ ବହୁ ଧୁମଧାମରେ ପାଳିତ ହେବାନେଇ ପ୍ରତିଶ୍ରୁତି ଦେଇଛନ୍ତି। ବାଲୁଗାଁ ରୁ ଆଦିତ୍ୟ ବେହେରା ଙ୍କ ରିପୋର୍ଟ ସଂଘର୍ଷ ଟିଭି।