ଆସିକା,୧୨/୬- ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ପରିସର ଠାରେ ଆଜି ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜଗମୋହନ ମିନା,ଜିଲ୍ଲା ପ୍ରକଳ୍ପ ଅଧିକାରୀ ପ୍ରତାପ କୁମାର ପ୍ରଧାନ,ଭଞ୍ଜନଗର ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ,ଆସିକା ତହସିଲଦାର ସଞ୍ଜୟ କୁମାର ସାମନ୍ତରାଏ,ଆସିକା ବିଡିଓ ଫକୀର ଚରଣ ପରିଡା ସମେତ ବହୁ ବିଭାଗୀୟ ଅଧିକାରୀ ଯୋଗ ଦେଇଥିଲେ । ଆସିକା ବ୍ଲକର ବିଭିନ୍ନ ପଚାଂୟତର ହିତାଧିକାରୀ ମାନେ ସେମାନଙ୍କର ବିଭିନ୍ନ ସମସ୍ୟା ସମ୍ପାର୍କିତ ଅଭିଯୋଗ କରିଥିଲେ । ଏଥିରେ ପ୍ରାୟ ୧୬୯ ମାମଲାର ପରଞ୍ଜିକରଣ କରାଯାଇଥିଲା । ଗୃହ ପଟ୍ଟା,ଭତା ସମ୍ଭନ୍ଧୀୟ,ବିଭିନ୍ନ ୍ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ସମ୍ପର୍କୀୟ,ସ୍ୱାସ୍ଥ୍ୟ,ପାନୀୟ ଜଳ,ରାସ୍ତା ଘାଟ,ଆବାସ ଯୋଜନା,ପୂର୍ତ ବିଭାଗ ଓ ଗ୍ରାମ୍ୟ ଉନ୍ନୟନ ଅଧିନ ବିଭିନ୍ନ କାର୍ଯ୍ୟ ଉପରେ ଅଭିଯୋଗ ପତ୍ରକୁ ପଞ୍ଜିକରଣ କରାଯାଇଥିଲା । ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣୀରେ ହୋଇଥିବା ପଞ୍ଜିକରଣ ମଧ୍ୟରୁ କେତେକ ସମସ୍ୟାର ତ୍ୱରିତ ସମାଧାନ ହୋଇଥିବା ବେଳେ ଏକ ସପ୍ତାହ ମଧ୍ୟରେ ଅନ୍ୟ ସମସ୍ୟାର ସମାଧାନ କରାଯିବା ନେଇ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଗଞ୍ଜାମ ଜିଲ୍ଲା ଦିବ୍ୟଜ୍ୟୋତି ପରିଡା ଆସିକା ସହରର ବିଭିନ୍ନ ସ୍ଥାନରେ ପରିଦର୍ଶନ କରିଥିଲେ । ଆସିକା ସହର ଏକ ପୁରାତନ ସହର ସାଙ୍ଗକୁ ଏଠାରେ ଦିର୍ଘ ଦିନ ଧରି ଅନେକ ସମସ୍ୟାର ସମାଧାନ ହୋଇ ପାରୁନଥିବା ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଆସିକା ସହରର ସେଟଲମେଟଂ କାର୍ଯ୍ୟକ୍ରମ ଏପର୍ଯ୍ୟନ୍ତ ହୋଇନଥିବା ବେଳେ ଏଠାରେ ରହୁଥିବା ଲୋକ ମାନେ ଘର ଓ ଜମି ମାଲିକ ବ୍ୟାଙ୍କ ଋଣ,ଜମି ପଟ୍ଟା,ଘର ପଟ୍ଟା ପାଇବାରେ ସମ୍ପୂର୍ଣ୍ଣ ବଚିଂତ ହୋଇ ରହିଛନ୍ତି । ସହରର ବ୍ୟବସାୟୀ ମାନେ ବ୍ୟବସାୟିକ ଋଣ ପାଇପାରୁ ନାହାଁନ୍ତି । ପଟ୍ଟା ହୋଇ ନଥିବାରୁ ଘର ଓ ଜମି କିଣା ବିକା ହୋଇ ପାରୁନାହିଁ । ୨୦୧୧ ଜନ ଗଣନା ଅନୁଯାୟୀ ଆସିକାଏନଏସିର ଜନସଂଖ୍ୟା ୨୧୪୨୮ ରହିଥିଲା । ବିଗତ ବର୍ଷ ମାନଙ୍କ ବର୍ଦ୍ଧିିତ ହାରରେ ବର୍ତମାନ ୨୦୨୩ ସୁଦ୍ଧା ଆନୁମାନିକ ୨୯୪୦୦ ଜନସଂଖ୍ୟା ରହିଥିବା ଅନୁମାନ କରାଯାଇଛି । ରାଜ୍ୟ ସରକାର ଜନ ଗଣନା ଅନ୍ୁଯାୟୀ ଆସିକା ଏନଏସିକୁ ମ୍ୟୁନିସିପାଲଟି କରିଲେ ଅଚଂଳବାସୀ ବିଭିନ୍ନ ସମସ୍ୟାରୁ ଉପକୃତ ହେବେ ବୋଲି ଅନୁରୋଧ କରାଯାଇଥିଲା । ସେହିଭଳି ଆସିକା ଏନଏସିରେ ୯ ଟି ବସ୍ତି ରହିଛି । ସେହି ବସ୍ତି ଗୁଡିକରେ ରହୁଥିବା ଲୋକ ମାନେ ବର୍ତମାନ ସୁଦ୍ଧା କୈାଣସି ଜମିପଟ୍ଟା ପାଇ ପାରିନାହାଁନ୍ତି । ଏଣୁ ରାଜ୍ୟ ସରକାରଙ୍କ ଜଗା ମିଶନ ଯୋଜନାରେ ବସ୍ତି ବାସିନ୍ଦାଙ୍କୁ ଜମି ପଟ୍ଟା ମିଳିପାରିବ । ଏହି ଅଚଂଳ ଗୁଡିକୁ ବିଜୁ ଆଦର୍ଶ କଲୋନୀରେ ରୁପାନ୍ତରିତ କରିଲେ ବସ୍ତିବାସିନ୍ଦା ସାଧାରଣ ଜନତାଙ୍କ ଭଳି ଜୀବନ ଯାପନ କରି ପାରିବେ । ପବିତ୍ର ଋଷିକୁଲ୍ୟା ନଦୀ ଓ ବଡନଦୀର ମଧ୍ୟଭାଗରେ ଆସିକା ସହର ଅବସ୍ଥିତ ରହିଛି । ଏହା ସଙ୍କୀର୍ଣ୍ଣ ରାସ୍ତା ଯୋଗୁଁ ସାଧାରଣ ଯାନବାହାନ ଚଳାଚଳ ସମ୍ଭବ ହୋଇ ପାରୁ ନାହିଁ । ଏହାକୁ ଦୃଷ୍ଟିରେ ରଖି ଦୁଇ ନଦୀ ହିଡ ଉପରେ ରିଙ୍ଗ ରୋଡ ନିର୍ମାଣ ହୋଇ ପାରିଲେ ସହର ମଧ୍ୟରେ ଗମନାଗମନ ସମସ୍ୟା ଦୂର ହୋଇ ପାରିବ । ସାଧାରଣ ବର୍ଷା କିମ୍ବା ବନ୍ୟା ଜଳ ଆସିଲେ ସହର ମଧ୍ୟରେ ପଶିଥାଏ । ଯଦ୍ୱାରା ଜଳ ନିଷ୍କାସନ ନ ହୋଇ ଆସିକାରେ କୃତ୍ରିମ ବନ୍ୟା ସୃଷ୍ଟି ହୋଇଥାଏ । ଏଭଳି ସ୍ଥିତିରେ ଜଳ ନିଷ୍କାସନ ପାଇଁ ଏକ ମାତ୍ର ଟିପିସର ନାଳ ଉପରେ ନିର୍ଭର ରହିଥାଏ । ଏହି ନାଳର କିଛି ଅଂଶ ପୋତି ହୋଇ ଥିବା ବେଳେ ଏହାକୁ ସଂଯୋଗ କରୁଥିବା ସ୍ଥାନଟି ଅତି ସଙ୍କୀର୍ଣ୍ଣ ହୋଇ ରହିଛି । ଯାହାଫଳରେ ସଠିକ ସମୟରେ ଜଳ ନିଷ୍କାସନ ହୋଇପାରୁନାହିଁ । ଏଣୁ ଏହା ବିନାୟକ ବଜାର,ସତ୍ୟନାରାୟଣ ମନ୍ଦିର ନିକଟରୁ ଋଷିକୁଲ୍ୟା ନଦୀ ପର୍ଯ୍ୟନ୍ତ ବିସ୍ତୃତ ରୁପେ ଖନନ କରି ଏହାର ସ୍ଥାୟୀ ପ୍ରତିକାର କରିବା ନେଇ ଜିଲ୍ଲାପାଳଙ୍କ ଠାରେ ସୂଚନା ପ୍ରଦାନ କରାଯାଇଥିଲା । ଆସିକା ସବଡିଭିଜନ ମେଡିକାଲର ଉନ୍ନତି କରଣ କାର୍ଯ୍ୟକୁ ଜିଲ୍ଲାପାଳ ତଦାରଖ କରିଥିଲେ । ଆସିକାରେ ପାନାସୋନିକ କ୍ରିକେଟ କ୍ଲବର ଅଭିଯୋଗକୁ ଭିତିକରି ଆସିକା ଏନଏସି ପରିସରରେ ଥିବା ହରିହର ହାଇସ୍କୁଲ ମିନି ଷ୍ଟାଡିୟମକୁ ପ୍ରତିଭା ସମ୍ପନ୍ନ ଖେଳାଳୀଙ୍କ ଉଦ୍ଦେଶ୍ୟରେ ଏକ ଉତମ ଓ ଆଧୁନିକ ଢାଚାଂରେ ଷ୍ଟାଡିୟମ ନିର୍ମାଣ କରିବାକୁ ଆସିକା ବ୍ଲକ ଓ ଏନଏସି ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ନିର୍ଦ୍ଧେଶ ଦେଇଥିବା ଜଣାଯାଇଛି ।
ଆସିକା ବ୍ଲକ ଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ।
By: SANGHARSA TV
0