//BREAKING//
Loading...

ବିଦ୍ୟାଳୟ କୁ ଟି ଭି ବଣ୍ଟନ


ଧରାକୋଟ,13/6/23
ପ୍ରଥମ ଶ୍ରେଣୀରୁ ତୃତୀୟ ଶ୍ରେଣୀ ଯାଏଁ ପିଲାଏ ଏଣିକି ଦୂରଦର୍ଶନ ମାଧ୍ୟମରେ ପାଠ ପଢିବେ । 2026/27 ସୁଦ୍ଧା ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ଦକ୍ଷତା ହାସଲ ପିଲାଏ କରିବେ । ଶିକ୍ଷଣ କୁ ସାମଗ୍ରିକ,ସମନ୍ୱିତ,ଅନ୍ତର୍ଣିବେଶୀ,ଆନନ୍ଦ ଦାୟୀ ଓ ଆକର୍ଷଣୀୟ କରିବା ସହ ଶୁଣିବା ଓ କହିବା ଯେପରି ସୁଗମ ହେବ ସେଥିପାଇଁ ଦୂରଦର୍ଶନ ମାଧ୍ୟମରେ ପାଠ ପଢିବେ ପିଲାଏ। ବିନା ଦ୍ବିଧାରେ ଠିକ ଭାବେ ଭାଗ ଭଙ୍ଗୀରେ ପାଠ ପଢା ଯିବ। ବ୍ଲକରେ ରହିଛି 105 ଗୋଟି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ। ସେଥି ମଧ୍ୟରୁ ବିଦ୍ୟାଳୟ ପରିସରରେ ଅଙ୍ଗନୱାଡ଼ି କେନ୍ଦ୍ର ମିଶିକି ରହିଥିବା 28 ଗୋଟି ବିଦ୍ୟାଳୟ କୁ ଆଜି ପ୍ରଥମ ପର୍ଯ୍ୟାୟରେ ଓଡ଼ିଶା ଶିକ୍ଷା ପ୍ରାଧିକରଣ ଅଥାରିଟି ତରଫରୁ 43 ଇଞ୍ଚ ର ସାମସଙ୍ଗ ଏଲ ଇ ଡି ଟିଭି ପ୍ରଦାନ କରାଯାଇଛି । ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ହୋତା,ଉମା ଚରଣ ପାଣିଗ୍ରାହୀ ଙ୍କ ଉପସ୍ଥିତିରେ ସଂପୃକ୍ତ ବିଦ୍ୟାଳୟ ର ଶିକ୍ଷକ ମାନଙ୍କୁ ଏହା ପ୍ରଦାନ କରାଯାଇଥିଲା। ବି ଇ ଓ କାର୍ଯ୍ୟଳୟ ତରଫରୁ ପ୍ରଣୟ ପଟନାୟକ,ଆକାଶ ପାତ୍ର ଓ ଲମ୍ବୋଦର ପାଢ଼ୀ ଏଥିରେ ସହଯୋଗ ପ୍ରଦାନ କରିଥିଲେ।

Post a Comment

Previous Post Next Post

ଆରମ୍ଭ ମାତ୍ର ସଙ୍ଘର୍ଷ ଟିଭି

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe