ଆସିକା୧୩/୦୬-(ମନୋଜ କୁମାର ସାହୁ) ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ଜିଲ୍ଲା ଶିଶୁମଙ୍ଗଳ ଅଧିକାରୀ ଗୋପାଳ କୃଷ୍ଣ ଦଳବେହେରା , ଡି ସି ପି ୟୁ ଶିବ ପ୍ରସାଦ ରଥ,ସ୍ଥାନୀୟ ଆସିକା ସହକାରୀ ଶ୍ରମ ଅଧିକାରୀ ଆକାଶ ବିଷୋୟୀ , ଆସିକା ପୋଲିସ ଏସ ଆଇ କୃଷ୍ଣ ଚନ୍ଦ୍ର ଭୂୟାଁ ଙ୍କ ମିଳିତ ଚଢ଼ାଉ ହୋଇଥିଲା l ଆସିକାର ବିଭିନ୍ନ ହୋଟେଲ, ମିଠା ଦୋକାନ, ତେଜେରାତି ଦୋକାନ, ଲୁଗା ଦୋକାନ, ବିଭିନ୍ନ ବ୍ୟବସାୟିକ ଅନୁଷ୍ଠାନରେ ଦିନ ତମାମ ଚଢ଼ାଉ ଜାରି ରହିଥିଲା l ସେଥି ମଧ୍ୟରୁ ଆସିକା ବସ ଷ୍ଟାଣ୍ଡ ସ୍ଥିତ ତିରୁମୂଲା ହୋଟେଲ ରେ ଚଢ଼ାଉ ହୋଇଥିଲା l ଚଢ଼ାଉ ସମୟରେ ହୋଟେଲ ରେ କାର୍ଯ୍ୟରତ ଦୁଇ ଜଣ ନାବାଳକ ଶିଶୁ ଶ୍ରମିକ ଚଉଦ ବର୍ଷରୁ କମ ଦୁଇ ଜଣକୁ ଶିଶୁ ମଙ୍ଗଳ ଅଧିକାରୀ ଉଦ୍ଧାର କରି ହୋଟେଲ ମାଲିକଙ୍କୁ ଜୋରିମାନା କରିଥିଲେ l ଉଦ୍ଧାର ଶିଶୁ ଶ୍ରମିକ ଙ୍କୁ ବ୍ରହ୍ମପୁର ସି ଡବ୍ଲ୍ୟୁ ଏସ ଏନ କୁ ହସ୍ତାନ୍ତର କରାଯାଇଥିଲା l ସେହି ଭଳି ଆଗାମୀ ଦିନରେ ଆସିକା ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିବ ବୋଲି ଅଧିକାରୀ ମାନେ ସୂଚନା ପ୍ରଦାନ କରିଛନ୍ତି l