ଗତ ଶୁକ୍ରବାର ରାତିରେ ବାଲେଶ୍ୱର ଜିଲ୍ଲା ବାହାନଗା ଠାରେ ଘଟିଥିବା ଟ୍ରେନ ଦୁର୍ଘଟଣା ସ୍ଥଳରେ ପହଂଚି ସହଯୋଗର ହାତ ବଢ଼ାଇଛନ୍ତି ଆସିକା ନିର୍ବାଚନ ମଣ୍ଡଳୀର ବରିଷ୍ଠ ନେତା ତଥା ସମାଜସେବୀ ଭଗବାନ ସାହୁ. ମହାନଗା ଟ୍ରେନ ଟ୍ରାଜେଡି ସମସ୍ତଙ୍କ ଛାତି ଦୋହଲେଇ ଦେଇଥିବା ବେଳେ ମୃତ୍ୟୁ ବରଣ କରିଥିବା ପରିବାରଙ୍କୁ ସ୍ୱାନ୍ତନା ଦେବା ପାଇଁ ବହୁ ସମାଜସେବୀ ସଂଗଠନ ପହଂଚି ଥିବା ବେଳେ ଆସିକା ବରିଷ୍ଠ ନେତା ଜଣକ ପହଂଚି ଆହତ ହୋଇଥିବା ଲୋକ ମାନଙ୍କୁ ସହଯୋଗର ହାତ ବଢ଼ାଇ ଛନ୍ତି. ଜଣେ ଦରଦୀ ମଣିଷ ଭାବେ ବେଶ ଜଣାଶୁଣା ଭଗବାନ ସାହୁ କିଛି ଯୁବ ସ୍ବେଛାସେବୀଙ୍କୁ ନେଇ ପହଂଚି ଯାଇଥିଲେ ଘଟଣା ସ୍ଥଳକୁ. ଏଭଳି ମର୍ମନ୍ତୁଦ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହିତ ପୀଡିତ ପରିବାରଙ୍କୁ ସମବେଦନା ଜଣାଇଥିଲ.ଏହି ମହାନ କାର୍ଯ୍ୟ ପାଇଁ ବୁଦ୍ଧିଜୀବୀ ମହଲରେ ଭଗବାନ ସାହୁଙ୍କୁ ଉଚ୍ଚ ପ୍ରଶଂସା କରାଯାଇଛି.